ଭାରତରେ ଲଞ୍ଚ ହେଉଛି “ହାଇବ୍ରିଡ଼ ଫ୍ଲାଇଙ୍ଗ କାର”, ଏଣିକି ଟ୍ରାଫିକ ଉପରେ ଉଡି କରି ଅଫିସ ଯିବେ

ଯଦି ଅଫିସ ଯାଉଥିବା ସମୟରେ ଆପଣଙ୍କୁ ଅସୁବିଧା ହେଉଛି କିମ୍ବା ଏକାଧିକ ଟ୍ରାଫିକ ସମସ୍ୟା ଦେଇ ଗତି କରିବାକୁ ପଡୁଛି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ।  ଆପଣଙ୍କ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବାକୁ ଯାଉଛି ।  ଏଣିକି ଆପଣଙ୍କୁ ନା ସଡକ ପଥରେ ଯିବାକୁ ପଡିବ ନା ଦୀର୍ଘ ସମୟ ଯାଏଁ ଟ୍ରାଫିକରେ ଛିଡା ହେବାକୁ ପଡିବ ।  ଚେନ୍ନାଇ ସ୍ଥିତ ଷ୍ଟାର୍ଟଅପ ଏସିଆ ନାମକ କମ୍ପାନୀ ଖୁବଶୀଘ୍ର ଏହି ସ୍ୱତନ୍ତ୍ର ଧରଣର ହାଇବ୍ରିଡ଼ ଫ୍ଲାଇଙ୍ଗ କାର ଲଞ୍ଚ କରିବାକୁ ଯାଉଛି ।  ଏହି ସ୍ୱତନ୍ତ୍ର କାରର ବ୍ୟବହାର ଟ୍ରାନ୍ସପୋର୍ଟ କିମ୍ବା କାର୍ଗୋ କିମ୍ବା ମେଡିକାଲ ଏମର୍ଜେନ୍ସି ପାଇଁ ହିଁ କରାଯାଇ ପାରିବ ।  ଏନେଇ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆ ଟ୍ୱିଟ କରି କହିଛନ୍ତି ।  ସେ ଏହା ମଧ୍ୟ କହିଛନ୍ତିକି ଏହା ହେଉଛି ଏସିଆ ମହାଦେଶର ପ୍ରଥମ “ହାଇବ୍ରିଡ଼ ଫ୍ଲାଇଙ୍ଗ କାର ପ୍ରୋଜେକ୍ଟ” ।  ଯାହାକୁ ଚେନ୍ନାଇର ଏକ ଷ୍ଟାର୍ଟଅପ କମ୍ପାନୀର ଯୁବ ଦଳ ପ୍ରସ୍ତୁତ କରୁଛନ୍ତି ।  Vinata Aeromobility କମ୍ପାନୀ ଆସନ୍ତା ୫ ତାରିଖରେ ଏହାକୁ ଲଞ୍ଚ କରିବା ନେଇ ଲକ୍ଷ ରଖିଛି ।

ପ୍ରଥମେ ଲଣ୍ଡନରେ ଏହାକୁ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଥିବା ଜଣାଯାଇଛି ।  ଏହି କାରରେ ଡିଜିଟାଲ ଇନ୍ସ୍ତୃମେଣ୍ଟ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଖଞ୍ଜା ଯାଇଛି ।  ଯାହା ଦ୍ୱାରା କାରର ଡ୍ରାଇଭିଙ୍ଗ ଓ ଫ୍ଲାଇଙ୍ଗ କ୍ୱାଲିଟି ଅଧିକ ଭଲ ରହିବ ।  କମ୍ପାନୀ ଦାବି କରିଛିଯେ ଏହି କାରର ଡିଜାଇନ ଖୁବ ଦମଦାର ।  ଏହାର ଏକ୍ସଟରୀରିୟର ବି ଖୁବ ଉନ୍ନତ ରହିଛି । ଏହା ସହ ଏଥିରେ ଏକ ଜିପିଏସ ଟ୍ରାକର ସୁବିଧା ମଧ୍ୟ ରହିଛି ।  ଏହାସହ ବୋର୍ଡରେ ଏଣ୍ଟରଟେନମେଣ୍ଟ ସୁବିଧା ରହିଛି ।  କାରରେ ପେନୋରେମିକ ଵିନ୍ଦୋ କ୍ୟାନୋପି ବି ରହିଛି ।  ଯାହା ସାହାଯ୍ୟରେ ୩୬୦ ଡିଗ୍ରୀ ପର୍ଯ୍ୟନ୍ତର ଭିୟୁ ସହଜରେ ମିଳିପାରି ଥାଏ ।  ଏହାର ଓଜନ ପାଖାପାଖି ୧୧୦୦ କିଲୋଗ୍ରାମ ହେବ | ଯାହାଦ୍ୱାରା ୧୩୦୦ କିଲୋ ଓଜନର ଜିନିଷ ନେଇ ବି ସହଜରେ ଟେକଅପ କରାଯାଇପାରିବ ।

Vinata Aeromobilityର ଏହି ହାଇବ୍ରିଡ଼ କାରକୁ ଡୁଆଲ ଟ୍ରାଭେଲର ପାଇଁ ଡ଼ିଜାଇନ କରାଯାଇଛି ।  ଯାହାର ସ୍ପୀଡ ଘଣ୍ଟାକୁ ୧୦୦ ରୁ ୧୨୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ । ଏହାର ମ୍ୟାକ୍ସିମମ ଫ୍ଲାଇଟ ଟାଇମ ୬୦ ମିନିଟ ଥିବାବେଳେ ଏହା ୩୦୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଡ଼ିପାରିବ ।  ଆଉ ସବୁଠୁ ଖାସ କଥା ହେଉଛି ଏହି କାର ବାଇଓ ଫୁଏଲରେ ହିଁ ଚାଲିଥାଏ ।  ସୁରକ୍ଷା ଦୃଷ୍ଟିରୁ ବି ଏଥିରେ ଖାସ ଧ୍ୟାନ ରଖାଯାଇଛି ।  ଅନେକ ପ୍ରକାରର ଭଳିକି ଭଳି ମୋଟର୍ସ ଓ ପ୍ରପେଲର୍ସ ଦିଆଯାଇଛି ।  ଯଦି ବା କେବେ ଏଥିରୁ ଗୋଟେ ଦୁଇଟି ଖରାପ ହୋଇଯାଏ ତେବେ ବି ଖୁବ ସୁରକ୍ଷିତ ଭାବରେ ଏହା ଲ୍ୟାଣ୍ଡ କରିଯିବ ।  ପାୱାର ଶେଷ ହୋଇଗଲେ ଵ୍ୟାକଅପ ପାୱାରରେ ଇଲେକ୍ଟ୍ରିସିଟି ମୋଟର ସାହାଯ୍ୟରେ ଚଲାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.