ହାଇଡ୍ରୋଜେନରେ ଚାଲିବ ଗାଡ଼ି, ଜାଣନ୍ତୁ କେମିତି କରିବ କାମ

ପେଟ୍ରୋଲ ଏବଂ ସିଏନଜି ବ୍ୟତୀତ ଦେଶରେ ହାଇଡ୍ରୋଜେନ ଚାଳିତ ବାଇକ ମଧ୍ୟ ଖୁବ୍ ଶୀଘ୍ର ଲଞ୍ଚ କରାଯିବ। ଚଳିତ ବର୍ଷ ‘ଜଏ ଇ-ବାଇକ୍’ କମ୍ପାନୀ ଏହାର ଏକ ହାଇଡ୍ରୋଜେନ୍ ବାଇକ୍ ଚାଳିତ ସ୍କୁଟରକୁ ମୋବିଲିଟି ଏକ୍ସପୋରେ ସୋକେସ୍ କରିଥିଲା । କିନ୍ତୁ ହାଇଡ୍ରୋଜେନରେ ଚାଲୁଥିବା ଗାଡ଼ିଗୁଡିକ ପହଞ୍ଚିବା ପାଇଁ କିଛି ସମୟ ଲାଗିପାରେ ।
ହାଇଡ୍ରୋଜେନ୍ ଚାଳିତ ବାଇକ୍ ପେଟ୍ରୋଲ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ କାମ କରେ । ଏହି ବାଇକରେ ହାଇଡ୍ରୋଜେନ୍ ଇନ୍ଧନ ସେଳ୍ ଯୋଗାଇ ଦିଆଯାଉଛି । ଯେତେବେଳେ ଅକ୍ସିଜେନ୍ ଏହି ହାଇଡ୍ରୋଜେନ ସେଲ୍ ସହ ମିଶେ ସେତେବେଳେ ଏକ କେମିକାଲ୍ ରିଆକ୍ସନ ହୁଏ ଯେଉଁ କାରଣରୁ ଇଲେକ୍ଟ୍ରି ବାହାରିଥାଏ । ଏହି ଇଲେକ୍ଟ୍ରିକ୍ ସାହାଯ୍ୟରେ ବାଇକରେ ଥିବା ମୋଟର କାମ କରେ ଏବଂ ବାଇକ୍ ଚଳାଇ ହୁଏ । ଏହି ପୁରା ପ୍ରୋସେସରେ ପାଣି ବାହାରିଥାଏ ଯେଉଁ କାରଣରୁ ଏହା ପରିବେଶ ପାଇଁ ଅନୁକୂଳ ମଧ୍ୟ ହୋଇଥାଏ ।
ହାଇଡ୍ରୋଜେନ ଫ୍ୟୁଲ୍ ସେଲ ଗୁଡ଼ିକ ଏନୋଡ ଏବଂ କ୍ୟାଥୋଡ ପରି ଦୁଇଟି ଅଂଶରେ ତିଆରି । ଏହି ପ୍ରୋସେସରେ ହାଇଡ୍ରୋଜେନ୍ ଗ୍ୟାସ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ହାଇଡ୍ରୋଜେନ୍ ଗ୍ୟାସ୍ ଏନୋଡରେ ଏଣ୍ଟ୍ରି କରେ ଏବଂ ଇଲେକ୍ଟ୍ରନ୍ ରିଲିଜ୍ କରେ । ଇଲେକ୍ଟ୍ରୋନ ଏକ ସର୍କିଟ ଦେଇ କ୍ୟାଥୋଡକୁ ଯାଏ ଯେଉଁଠାରେ ଅକ୍ସିଜେନ୍ ପୂର୍ବରୁ ଥାଏ । ଇଲେକ୍ଟ୍ରନ୍ ର ଏହି ପ୍ରୋସେସ୍ ଇଲେକ୍ଟ୍ରି ଜେନେରେଟ୍ କରେ ଯାହା ଦ୍ୱାରା ମୋଟର କାମ କରେ ।
ହାଇଡ୍ରୋଜେନରେ ଚାଲୁଥିବା ବାଇକର ଅନେକ ଲାଭ ଅଛି । ଏହି ବାଇକ୍ ଗୁଡିକ ପରିବେଶ ଅନୁକୂଳ ଯାହା ଦେଶରେ ପ୍ରଦୂଷଣକୁ ହ୍ରାସ କରିବ । ଏହା ବ୍ୟତୀତ ଏହି ବାଇକରେ ଉପସ୍ଥିତ ଥିବା ଇଞ୍ଜିନ୍ ପେଟ୍ରୋଲ ବାଇକର ଇଞ୍ଜିନ ଅପେକ୍ଷା ଅଧିକ ପାଓ୍ଵାର ଜେନେରେଟ୍ କରିଥାଏ । ହାଇଡ୍ରୋଜେନ୍ ଚାଳିତ ବାଇକ୍ ମଧ୍ୟ କମ୍ ସମୟ ମଧ୍ୟରେ ଅଧିକ ସ୍ପିଡରେ ଚାଲିଥାଏ । ତେବେ ପେଟ୍ରୋଲ ବାଇକ୍ ତୁଳନାରେ ଏହି ବାଇକର ମୂଲ୍ୟ ଅଧିକ ହୋଇପାରେ ।