Hyundai Alcazar ଏବଂ MG Hector Plus ଭିତରୁ କେଉଁଟା ବେଷ୍ଟ, ପ୍ରାଇସ୍ ଏବଂ ଫିଚର୍ସ ପର୍ଯ୍ୟନ୍ତ ଜାଣନ୍ତୁ ସବୁକିଛି

ଭାରତୀୟ ବଜାରରେ Hyundai Alcazar କୁ ବହୁତ ପସନ୍ଦ କରାଯାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ପେଟ୍ରୋଲ୍ ଭ୍ୟାରିଆଣ୍ଟ ପାଇଁ ୧୪.୯୯ ଲକ୍ଷ ଟଙ୍କା ଏକ୍ସ-ସୋରୁମରେ ରହିଛି । SUV ଡାଇରେକ୍ଟ MG Hector Plus ସହିତ ଟକ୍କର କରେ, ଯାହାର ଏକ୍ସ-ସୋରୁମ୍ ପ୍ରାଇସ୍ ୧୭ ଲକ୍ଷରୁ ଆରମ୍ଭ ହୋଇଥାଏ ।
ଉଭୟ ଗାଡ଼ି ନିଜ ନିଜ ସେଗମେଣ୍ଟରେ ଖାସ୍ ରହିଥାଏ ଏବଂ ଉଭୟଙ୍କ ଫିଚର୍ସ, ପ୍ରାଇସ ଏବଂ ଇଞ୍ଜିନ୍ ଗ୍ରାହକଙ୍କୁ ଅନେକ ଆକର୍ଷଣୀୟ ଅପ୍ସନ ପ୍ରଦାନ କରେ । ଯଦି ଆପଣ ଏହି ଦୁଇଟି ଗାଡ଼ିକୁ ନେଇ କନଫ୍ୟୁଜ୍ ରହୁଛନ୍ତି ତେବେ ଆପଣଙ୍କୁ ଏଠାରେ ଉଭୟ କାରର ଡିଟେଲ୍ସ ବିଷୟରେ କହିବୁ ।
Alcazar ଏବଂ Hector Plus ର ପ୍ରାଇସ୍ :
Hyundai Alcazar ର ପ୍ରାଇସ୍ ୧୪.୯୯ ଲକ୍ଷ ଟଙ୍କାରୁ ୨୧.୫୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏଥି ସହିତ MG Hector Plus ର ପ୍ରାଇସ୍ ସାମାନ୍ୟ ଅଧିକ ରହିଛି, ଯାହା ୧୭ ଲକ୍ଷରୁ ଆରମ୍ଭ ହୋଇ ୨୨.୮୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ । ଏହି ପ୍ରାଇସର ପାର୍ଥକ୍ୟ ସେହି କ୍ରେତାମାନଙ୍କ ପାଇଁ ବେଷ୍ଟ ହୋଇପାରିବ, ଯାହା ନିଜର ବଜେଟ୍ ହିସାବରେ ଏକ SUV କିଣିବାକୁ ଚାହୁଁଛନ୍ତି । ଉଭୟ ଗାଡ଼ି ନିଜ ନିଜ ପ୍ରାଇସ ବ୍ରାକେଟରେ ବିଭିନ୍ନ ଫିଚର୍ସ ଏବଂ ଫ୍ୟୁଏଲ୍ ପ୍ରଦାନ କରିଥାଏ ।
Alcazar ଏବଂ Hector Plus :
ଡିଜାଇନ୍ ବିଷୟରେ କହିବାକୁ ଗଲେ MG Hector Plus ଏକ ମଜବୁତ୍ ଏବଂ ଦମଦାର୍ SUV ରୂପରେ ଜଣାଶୁଣା ହୋଇଥାଏ । ଏହାର ବଡି ଏବଂ ପ୍ରଭାବଶାଳୀ ଫ୍ରଣ୍ଟ ଗ୍ରୀଲ୍ ଏହାକୁ ଏକ muscular ଲୁକ୍ ଦେଇଥାଏ । ଏହା ସହ Hyundai Alcazar ହେଉଛି ଏକ SUV ଲୁକ୍ ଭଳି MPV ହୋଇଛି । ଯାହାର ଡିଜାଇନ୍ ଅଧିକ ପ୍ରିମିୟମ ଏବଂ ଷ୍ଟାଇଲସ୍ ଦେଖାଯାଏ । କେଉଁଟା ଭଲ ଦେଖାଯାଏ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଉପରେ ନିର୍ଭର କରିଥାଏ, କାରଣ ଡିଜାଇନ୍ ହେଉଛି ଏକ ସବଜେକ୍ଟିଭ୍ ଆସପେକ୍ଟ ।
Engine ଏବଂ performance :
ଇଞ୍ଜିନ୍ ଏବଂ ପରଫରମାନ୍ସ ମାମଲାରେ ୨୦୨୪ Hyundai Alcazar ର ଦୁଇଟି ଇଞ୍ଜିନ୍ ଅପ୍ସନ ସହିତ ପରିଚିତ କରାଯାଇଛି । ଏହାର ୧.୫ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ୧୬୦PS ର ପାୱାର ଜେନେରେଟ୍ କରିଥାଏ ଏବଂ ଏହା ୬-ସ୍ପିଡ୍ ମାନୁଆଲ୍ କିମ୍ବା ୭-ସ୍ପିଡ୍ DCT ଗିୟରବକ୍ସ ସହିତ ଆଡ୍ କରାଯାଇଛି । ଏହା ବ୍ୟତୀତ, ଏହାର ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନ୍ ୧୧୬ PS ର ପାୱାର ଏବଂ ୨୫୦ Nm ର ଟର୍କ ଜେନେରେଟ୍ କରିଥାଏ । ଏହା ସହ ୬-ସ୍ପିଡ୍ ମାନୁଆଲ୍ କିମ୍ବା ୬-ସ୍ପିଡ୍ AT ଗିୟରବକ୍ସ ସହିତ ସାମ୍ନାକୁ ଆସିଛି ।
MG Hector Plus ରେ ମଧ୍ୟ ଦୁଇଟି ଇଞ୍ଜିନ୍ ଅପ୍ସନ ରହିଛି । ଏହାର ୧.୫ ଲିଟର ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍ ୧୪୩ PS ର ପାୱାର ଉତ୍ପନ ହୋଇଥାଏ । ଏହା ସହ ୬-ସ୍ପିଡ୍ ମାନୁଆଲ୍ ମାନୁଆଲ୍ କିମ୍ବା CVT ଟ୍ରାନ୍ସମିସନ୍ ସହିତ ପରିଚିତ କରାଯାଇଛି । ଏହା ସହିତ ଏହାର ୨.୦ ଲିଟର ଡିଜେଲ୍ ଇଞ୍ଜିନ୍ ୧୭୦PS ର ପାୱାର ଜେନେରେଟ୍ ହୋଇଥାଏ, ଯାହା ଏହାକୁ ଅଧିକ ପାୱାରଫୁଲ କରିଥାଏ । ଏହି ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ କିମ୍ବା ଅଟୋମେଟିକ୍ ଗିୟରବକ୍ସ ସହିତ ଉପଲବ୍ଧ ହୋଇଛି ।
ଶେଷରେ, ଯଦି ଆପଣ ଏକ ବଜେଟରେ ଷ୍ଟାଇଲିସ୍ ଏବଂ ପ୍ରିମିୟମ ଫିଚର୍ସ ଭଳି SUV ଚାହୁଁଛନ୍ତି ତେବେ ୨୦୨୪ Hyundai Alcazar ଏକ ଭଲ ଅପ୍ସନ ହୋଇପାରିବ । ଅନ୍ୟ ପଟେ ଯଦି ଆପଣ ଅଧିକ ପାୱାର ଏବଂ ମସକୁଲାର୍ ଡିଜାଇନର ଆବଶ୍ୟକ ପଡେ, ତେବେ MG Hector Plus ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ । ଉଭୟ ଗାଡ଼ି ନିଜ ନିଜ ସ୍ଥାନରେ ବେଷ୍ଟ ହୋଇଛି, ଯାହା ଆପଣଙ୍କ ବଜେଟ୍ ଏବଂ ଆବଶ୍ୟକ ଅନୁଯାୟୀ ସଠିକ୍ ନିଷ୍ପତ୍ତି ନେବାକୁ ପଡିବ ।