ସାମ୍ନାକୁ ଆସିଲା Hyundai Creta 2020ର ନୂଆ ଡିଜାଇନ, ମିଳିବ ଏହି ସବୁ ଶାନଦାର ସୁବିଧା
ହ୍ୟୁଣ୍ଡାଇ ଇଣ୍ଡିଆ କମ୍ପାନୀ ନିକଟରେ ହିଁ ନିଜ Hyundai Creta 2020କୁ ଅଟୋ ଏକ୍ସପୋ ୨୦୨୦ରେ ପ୍ରଦର୍ଶିତ କରିଥିଲା । ଆପଣଙ୍କୁ କହି ରଖିବା ଉଚିତ ହେବକି Hyundai Creta କମ୍ପାନୀର ସେନ୍ସୁଓସ ସ୍ପୋର୍ଟଲିନେସ ଡିଜାଇନ ଅନୁଯାୟୀ ହିଁ ପ୍ରସ୍ତୁତ କରାଯାଇଛି । ଆଜି ଆମେ ଆପଣଙ୍କୁ ଏହି ଗାଡିର କେତେକ ନୂଆ ଫଟୋ ସହ ଏହାର ବିଶେଷତା ବିଷୟରେ କହିବାକୁ ଯାଉଛୁ । ଏହା ସହ ନୂଆ ଗାଡିର ସ୍ୱତନ୍ତ୍ର ଫିଚର ଗୁଡିକ ବିଷୟରେ ବି ଆପଣଙ୍କୁ ଜଣାଉଛୁ । ତେବେ ଆସନ୍ତୁ ପ୍ରଥମେ ଏହାର ଫିଚର ଗୁଡିକ ଉପରେ ଏକ ଦୃଷ୍ଟି ପକାଇବା ।
– ହ୍ୟୁଣ୍ଡାଇ କ୍ରେତାର ନୂଆ ଭର୍ଜନ ପୁରୁଣା ତୁଳନାରେ ଅଧିକ ଷ୍ଟାଇଲିସ ଭାବେ ଡିଜାଇନ କରାଯାଇଛି । ଏଥିରେ ବୁମରେଙ୍ଗ ସ୍ପେଡ଼ର ଏଲଇଡ଼ି ଦିଆରଏଲଏସ ସୁବିଧା ବି ଦିଆଯାଇଛି । ଏସବୁ ବାଦ ଆପଣଙ୍କୁ ଏଥିରେ ଏଲଇଡ଼ି ହେଡଲାମ୍ସ ସହ ସ୍ମାଟଲି ପୋଜିଶନ ଫଗ ଲ୍ୟାମ୍ପସ ବି ମିଳିପାରିବ । ଏସବୁ ବାଦ ଏଥିରେ ଆପଣଙ୍କୁ ୧୭ ଇଞ୍ଚର ଏକ ଡ଼ାଇମଣ୍ଡ କଟ ଆଲୟ ୱାଇଲସ ବି ମିଳିପାରିବ ।
-ନୂଆ ହ୍ୟୁଣ୍ଡାଇ କ୍ରେତାରେ ପେନାରମିକ ସନରୁଫ ସହ ବ୍ଲୁ ଲିଙ୍କ ୧.୫ ପରି ଫିଚର୍ସ ବି ମିଳିପାରିବ ।
– ଆଉ ସବୁଠୁ ଜରୁରୀ ହେଉଛି ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ Hyundaiର ଏହି ଗାଡ଼ିରେ ବିଏସ୬ ଭର୍ଜନର ଇଂଜିନ ହିଁ ମିଳିପାରିବ । ଏସବୁ ବାଦ ୧.୫ ଲିଟରର ପେଟ୍ରୋଲ ଇଂଜିନ, ୧.୫ ଲିଟରର ଡିଜେଲ ଇଂଜିନ ସହ ୧.୪ ଲିଟର ଟର୍ବ ପେଟ୍ରୋଲ ଇଂଜିନର ସପୋର୍ଟ ବି ମିଳିପାରିବ ।
-ଆପଣଙ୍କ ସୂଚନା ପାଇଁ କହି ରଖିଛୁ କି ଦେଶବ୍ୟାପୀ ଆସନ୍ତା ଏପ୍ରିଲ ୧ ତାରିଖରୁ କେବଳ ବିଏସ ୬ ଇଂଜିନ ଵାଲା ଗାଡି ହିଁ ବିକ୍ରି ହେବ । ତେଣୁ କରି ଦେଶର ସମସ୍ତ କମ୍ପାନୀ ବର୍ତ୍ତମାନ ସମୟରେ ନିଜ ନିଜ ଗାଡିକୁ ଅପଗ୍ରେଡ଼ କରିବାରେ ଲାଗିପଡିଛନ୍ତି ।
– ଆଉ ମଧ୍ୟ Hyundai Creta 2020ର ଟ୍ରାନ୍ସମିଶନରେ ଆପଣଙ୍କୁ କମ୍ପାକ୍ଟ ଏସ୍ୟୁଭିରେ ଆପଣଙ୍କୁ ୬ ସ୍ପିଡ଼ ମାନୁଆଲ ସହ ଅଟୋମେଟିକ ଟ୍ରାନ୍ସମିଶନର ବିକଳ୍ପ ବି ମିଳିପାରିବ ।
– ରିପୋର୍ଟ ଅନୁସାରେ ହ୍ୟୁଣ୍ଡାଇ ଇଣ୍ଡିଆ ନିଜ Hyundai Creta 2020କୁ ଆସନ୍ତା ଏକ ମାସ ଭିତରେ ହିଁ ଲଞ୍ଚ କରିବା ନେଇ ଲକ୍ଷ ରଖିଛି । କିନ୍ତୁ ଦର ବାବଦରେ କମ୍ପାନୀ କୌଣସି ପ୍ରକାରର ତଥ୍ୟ ପ୍ରକାଶ କରିନାହିଁ ।