ଲଞ୍ଚ ହେବ Hyundai Creta Electric, ଲୁକ୍ ଏବଂ ଫିଚର୍ସ ବିଷୟରେ ଜାଣନ୍ତୁ ଡିଟେଲ୍ସ

ଚଳିତ ମାସ ଜାନୁଆରୀ ୧୭ ରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ Hyundai Creta ଇଲେକ୍ଟ୍ରିକ୍ ଲଞ୍ଚ ହେବାକୁ ଯାଉଛି । ଏହି ନୂଆ ଇଲେକ୍ଟ୍ରିକ୍ କାର୍ ଦୁଇଟି ବ୍ୟାଟେରୀ ପ୍ୟାକ୍ ସହିତ ମାର୍କେଟକୁ ଏଣ୍ଟ୍ରି କରିବ ।

ଇଲେକ୍ଟ୍ରିକ୍ କାର୍ ଲଞ୍ଚ ହେବା ପୂର୍ବରୁ Hyundai ତା’ର ଝଲକ ଦେଖାଇଥିଲା । ଜାନୁଆରୀ ୧୭ ରେ ଏହି ଗାଡ଼ିର ମୂଲ୍ୟ ମଧ୍ୟ ପ୍ରକାଶ କରାଯିବ । Hyundai ର ଏହି ଇଲେକ୍ଟ୍ରିକ୍ କାରରେ ମିଡି-ରେଞ୍ଜ ୪୨kWh ର ବ୍ୟାଟେରୀ ପ୍ୟାକ୍ ରିହିବ, ଯେଉଁଥିରେ ୩୯୦କିଲୋମିଟରର ରେଞ୍ଜ ମିଳିବ ।

Creta ଇଲେକ୍ଟ୍ରିକରେ ଏକ ଟପ୍-ଭ୍ୟାରିଆଣ୍ଟ ୫୧.୪kWh ବ୍ୟାଟେରୀ ପ୍ୟାକର ଅପ୍ସନ ମଧ୍ୟ ମିଳିବ । ଏହି ବ୍ୟାଟେରୀ ପ୍ୟାକ୍ ସହିତ ଏହି କାର୍ ୪୭୩ କିଲୋମିଟରର ରେଞ୍ଜ ଦେବାକୁ ଦାବି କରେ । Hyundai Creta ଇଲେକ୍ଟ୍ରିକର ଟପ୍-ଏଣ୍ଡ ଭର୍ସନରେ ଥିବା ମୋଟର ୧୭୧bhp ପାୱାର ମିଳିଥାଏ । ଏହି ଇଲେକ୍ଟ୍ରିକ୍ କାର୍ ୭.୯ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଟପ୍-ସ୍ପିଡରେ ପହଞ୍ଚାଇପାରେ ।

Hyundai ର ଏହି ଇଲେକ୍ଟ୍ରିକ୍ କାରରେ ନୂଆ ଷ୍ଟିଅରିଂ ହୁଇଲ ଲାଗିଛି । ଗାଡ଼ିରେ ୧୦.୨୫-ଇଞ୍ଚର ଡୁଆଲ୍ ସ୍କ୍ରିନ୍ ଦିଆଯାଇଛି, ଯାହା ସହିତ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଳଷ୍ଟର ମଧ୍ୟ ରହିଛି । Hyundai Creta ଇଲେକ୍ଟ୍ରିକ ଫ୍ରଣ୍ଟରେ ଷ୍ଟୋରେଜ୍ ସ୍ପେସ୍ ଦିଆଯାଇଛି । ଏହି ଗାଡ଼ିରେ ୨୨ ଲିଟର ଫ୍ରଙ୍କ ରହିଛି ।

Hyundai Creta ଇଲେକ୍ଟ୍ରିକରେ ଷ୍ଟୋରେଜ୍ ସ୍ପେସ୍ ଗାଡିର ଫ୍ରଣ୍ଟରେ ଦିଆଯାଇଛି । ଏହି ଗାଡିରେ ୨୨ ଲିଟରର ଫ୍ରଙ୍କ ଲଗାଯାଇଛି । ଏହି ଗାଡ଼ିକୁ Dc ଚାର୍ଜରରେ ଚାର୍ଜ କରିବାକୁ ୮୦ ମିନିଟ୍ ସମୟ ଲାଗିଥାଏ । ସେହିଭଳି ୧୧ କିଲେୱାଟ୍ ୱାଲ୍ ବକ୍ସ ଚାର୍ଜରରେ ଏହି କାର୍ ଗୋଟିଏ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯାଇଥାଏ ।