୧୭ ଜାନୁଆରୀ ୨୦୨୫ରେ ଲଞ୍ଚ ହେବାକୁ ଯାଉଛି Hyundai Creta EV, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ
ସାଉଥ କୋରିଆର ଅଟୋମୋବାଇଲ୍ ନିର୍ମାତା କମ୍ପାନୀ ହୁଣ୍ଡାଇ ଦ୍ୱାରା ଭାରତରେ ଅନେକ ଦମଦାର କାର ଲଞ୍ଚ କରିଥାଏ । କ୍ରେଟା ମିଡ୍ ସାଇଜର SUV ଭାବରେ କମ୍ପାନୀ ଦ୍ୱାରା ସେଲ୍ ପାଇଁ ଉପଲବ୍ଧ । ଏବେ କମ୍ପାନୀ ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଜାନୁଆରୀ ୨୦୨୫ ରେ କମ୍ପାନୀ ଦ୍ୱାରା ଏହି ଗାଡି ଲଞ୍ଚ ହେବ । ଅଟୋ ଏକ୍ସପୋ ୨୦୨୫ ରେ ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି । ତେବେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଏହି ସୂଚନା ଦେଇନାହିଁ ।
ଲଞ୍ଚ ପୂର୍ବରୁ, କ୍ରେଟା ଇଭି ଭାରତର ବିଭିନ୍ନ ପରିସ୍ଥିତିରେ ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ଏହା ଅପଡେଟ୍ ମଧ୍ୟ ହେବ । ଟେଷ୍ଟିଂ ସମୟରେ ଏହା ଅନେକ ଥର ସ୍ପଟ୍ ମଧ୍ୟ ହୋଇଛି । ଯେଉଁଥିରେ ଏହାର ଫ୍ରଣ୍ଟ୍ ଲୁକ୍ ବିଷୟରେ ସୂଚନା ଉପଲବ୍ଧ । ଖବର ଅନୁଯାୟୀ, ICE ଭର୍ସନ ତୁଳନାରେ ଏସୟୁଭିର ଇଲେକ୍ଟ୍ରିକ ଭର୍ସନକୁ ଏକ ଭିନ୍ନ ଫ୍ରଣ୍ଟ ଦିଆଯିବ । ଏଥିରେ ଫ୍ରଣ୍ଟ୍ ଗ୍ରିଲ୍ ବଦଳରେ ଖାଲି ଅଫ୍ ଗ୍ରିଲ୍ ବ୍ୟବହାର କରାଯିବ । ଏହା ସହିତ, ଫ୍ରଣ୍ଟରେ ଆଉ କିଛି ପରିବର୍ତ୍ତନ କରାଯାଇପାରେ ।
ଏହାର ଫ୍ରଣ୍ଟରେ ଚାର୍ଜିଂ ପୋର୍ଟ ପାଇଁ ସ୍ଥାନ ଯୋଗାଇ ଦିଆଯିବ ଏବଂ ଏହାର ଆଲଏ ହ୍ଵିଲ୍ ଗୁଡିକ ଡିଜାଇନରେ ଭିନ୍ନ ହେବ । ରିୟର ପ୍ରୋଫାଇଲରେ ମଧ୍ୟ କିଛି ଛୋଟ ପରିବର୍ତ୍ତନ କରାଯାଇପାରେ । ରିପୋର୍ଟ ଅନୁଯାୟୀ, ଏହାକୁ ୧୦. ୨୫ ଇଞ୍ଚ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ୧୦. ୨୫ ଇଞ୍ଚ ଇନଫୋଟେନ୍ମେଣ୍ଟ ସିଷ୍ଟମ୍, ସେଣ୍ଟ୍ରାଲ୍ କନସୋଲରେ ବଟନ୍ ପ୍ୟାନେଲ୍, ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, USB ଚାର୍ଜିଂ ପୋର୍ଟ, କି-ଲେସ୍ ଏଣ୍ଟ୍ରି, ରିୟର ଏସି ଭେଣ୍ଟସ୍, ୱାୟରଲେସ୍ ଫୋନ୍ ଚାର୍ଜର ଭଳି ଫିଚର୍ସ ଯୋଗାଇ ଦିଆଯିବ ।
ଏହା ବ୍ୟତୀତ ଏହାର ଇଣ୍ଟେରିୟରକୁ ICE ଭର୍ସନ ଭଳି ସମାନ ଭାବରେ ଦିଆଯାଇପାରେ । ସେପ୍ଟି ପାଇଁ, SUV ରେ ADAS, ABS, EBD, Hill Hold Assist, ESP ଏବଂ ୬ ଟି ଏୟାରବ୍ୟାଗ ଭଳି ଫିଚର୍ସ ପ୍ରଦାନ କରାଯାଇପାରେ । କମ୍ପାନୀ ଦ୍ୱାରା ଦୁଇଟି ବ୍ୟାଟେରୀ ଅପ୍ସନ ପ୍ରଦାନ କରାଯାଇପାରେ । ଯେଉଁଥିରେ ୫୦ kWh ଏବଂ ୬୦ kWh କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦିଆଯାଇପାରିବ । ଯେଉଁଥିପାଇଁ SUV ଗୋଟିଏ ଚାର୍ଜ ପରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପାଇପାରିବ ।
ହୁଣ୍ଡାଇର ଏହି ସେଗମେଣ୍ଟ ଇଲେକ୍ଟ୍ରିକ୍ ଏସୟୁଭିର ପ୍ରକୃତ ମୂଲ୍ୟ କେବଳ ଏହାର ଲଞ୍ଚ ସମୟରେ ହି ଜଣାପଡିବ । କିନ୍ତୁ ଏହାର ଏକ୍ସ ଶୋ’ରୁମ ମୂଲ୍ୟ ୨୦ ଲକ୍ଷ ଟଙ୍କା ଭିତରେ ରହିବ ବୋଲି ଆଶା କରାଯାଉଛି ।