ବ୍ୟବସାୟ ଓ ଅର୍ଥନୀତି

୧ ଲକ୍ଷ ଟଙ୍କାର ବମ୍ପର ଡିସକାଉଣ୍ଟ ଦେଉଛି ହ୍ୟୁଣ୍ଡାଇ, କିଣନ୍ତୁ ନିଜ ମନପସନ୍ଦର କାର

ଭାରତରେ ମାର୍ଚ୍ଚ ୨୫ରୁ କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଚାଲିଥିବା ବେଳେ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ୧୭ ମଇ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଛି। ଏହି କାରଣ ଯୋଗୁଁ ସବୁକିଛି ବନ୍ଦ ମଧ୍ୟ ପଡିଛି। ଏପରି ସ୍ଥଳେ କାର ଶୋ’ରୁମ ସବୁ ବନ୍ଦ ରହିଥିବା ସ୍ଥଳେ ଏପ୍ରିଲ ମାସରେ ଗୋଟେ ମଧ୍ୟ କାର ବିକ୍ରି ହୋଇନାହିଁ। କିନ୍ତୁ ଏବେ କେତେକ କ୍ଷେତ୍ରରେ କିଛିଟା ଛୁଟ୍‌ ମିଳୁଥିବା ବେଳେ ଅନେକ ଅଟୋ ନିର୍ମାତା ନିଜର ଶୋ ରୁମ୍‌ ଖୋଲିଛନ୍ତି। ଅଟୋ ମୋବାଇଲ କମ୍ପାନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ନିଜର ଶୋରୁମ ଏବଂ ଡିଲରସିପ ପାଇଁ କିଛି ନିର୍ଦ୍ଦେଶ ଜାରି କରିଛନ୍ତି।

ଆଗାମୀ ମାସରେ କାର ବିକ୍ରି ବୃଦ୍ଧି ହେବ ବୋଲି ବିଭିନ୍ନ କମ୍ପାନୀ ପକ୍ଷରୁ ଆଶା କରାଯାଇଛି। ଏପରି ସ୍ଥଳେ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହ୍ୟୁଣ୍ଡାଇ ନିଜର ଅନେକ ମଡେଲରେ ମଇ ମାସରେ ୧ ଲକ୍ଷ ପର୍ଯ୍ୟନ୍ତ ଡିସକାଉଣ୍ଟ ଏବଂ ଅଫର ମଧ୍ୟ ଦେଉଛି। ହ୍ୟୁଣ୍ଡାଇ ବିକ୍ରି ବୃଦ୍ଧି କରିବା ପାଇଁ ଅନଲାଇନ ପ୍ଲାଟଫର୍ମ ମଧ୍ୟ ଲଞ୍ଚ କରିଛି, ଯାହାର ନାମ Click to Buy ରଖାଯାଇଛି। ଏହି ଅନଲାଇନ ପ୍ଲାଟଫର୍ମ ଜରିଆରେ ଆପଣ କାର ମଧ୍ୟ କିଣିପାରିବେ। ତେବେ ଆସନ୍ତୁ ଜାଣିବା ହ୍ୟୁଣ୍ଡାଇର କେଉଁ କାରରେ କ’ଣ ଅଫର ରହିଛି।

ହ୍ୟୁଣ୍ଡାଇ ସାଣ୍ଟ୍ରୋ: ଲୋକପ୍ରିୟ ଗାଡି ହ୍ୟୁଣ୍ଡାଇ ସାଣ୍ଟ୍ରୋକୁ ନୂଆ ଭାବେ ୨୦୧୮ରେ ରିଲଞ୍ଚ ହୋଇଥିଲା। ଏହି କାରରେ ୧.୧ ଲିଟର ପେଟ୍ରୋଲ ଇଞ୍ଜନ ରହିଛି। କମ୍ପାନୀ ହ୍ୟୁଣ୍ଡାଇ Era ଭାରିଅଣ୍ଟରେ ୩୦ ହାଜର ଟଙ୍କା ପର୍ଯ୍ୟନ୍ତ ଫାଇଦା ଦେଉଥିବା ବେଳେ ଏବେ ଅନ୍ୟ ଭାରିଅଣ୍ଟରେ ୪୦ ହଜାର ପର୍ଯ୍ୟନ୍ତ ମଧ୍ୟ ରିହାତି ଦଉଛି। ଏହାଛଡା ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ କର୍ପୋରେଟ, ଏକ୍ସଚେଞ୍ଜ ଏବଂ ଅନ୍ୟ ଫାଇଦା ମଧ୍ୟ ଦେଉଛି। ସାଣ୍ଟ୍ରୋର ମୂଲ୍ୟ ୪.୫୭ ଲକ୍ଷରୁ ଆରମ୍ଭ ହୋଇ ୬.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

 

ହ୍ୟୁଣ୍ଡାଇ ଗ୍ରାଣ୍ଡ i10 : ଏହି କାର କିଣିବାରେ ଗ୍ରାହକଙ୍କୁ ୪୫ ହଜାର ପର୍ଯ୍ୟନ୍ତ ଫାଇଦା ମିଳିବ। ଏହାଛଡା ଏହି କାର ଉପରେ କର୍ପୋରେଟ, ଏକ୍ସଚେଞ୍ଜ ଏବଂ ଅନ୍ୟ ଲାଭ ମଧ୍ୟ ମିଳୁଛି। କମ୍ପାନୀ ଏହି ଲୋକପ୍ରିୟ କାରକୁ ୨୦୧୩ରେ ଲଞ୍ଚ କରିଥିଲା। ଯାହାକୁ ଏପର୍ଯ୍ୟନ୍ତ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି। ଏହି କାରର ମୂଲ୍ୟ ୫.୯୦ ଲକ୍ଷରୁ ଆରମ୍ଭ ହୋଇ ୬ ଲକ୍ଷ ପର୍ଯ୍ୟନ୍ତ ରହିଛି।

ହ୍ୟୁଣ୍ଡାଇ i20 Elite : ହ୍ୟୁଣ୍ଡାଇର ଏହି କାରରେ ପ୍ରିମିୟମ ହ୍ୟାଚବ୍ୟାକ ସହିତ ବିଏସ୍‌ ୬ ଇନ୍ଧନ ଉସର୍ଜନ ମାନକ ଅପଡେଟ୍‌ କରାଯାଇଛି। କମ୍ପାନୀ ଏହି କାରରେ ୧.୨ ଲିଟର ପେଟ୍ରୋଲ ଇଞ୍ଜନ ସାମିଲ କରିଛି। ଏହି କାର କିଣିବାରେ ଆପଣଙ୍କୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ। ଏହି କାର ର ମୂଲ୍ୟ ୫.୫୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୯.୪୧ ଲକ୍ଷ ପର୍ଯ୍ୟନ୍ତ ରହିଛି।

ହ୍ୟୁଣ୍ଡାଇ Tucson : ଏହି କାରର ଅପଡେଟ ମଡେଲ ଅଟୋ ଏକ୍ସପୋ ୨୦୨୦ରେ ଦର୍ଶାଯାଇଥିଲା। ଏହି କାର କିଣିବାରେ ଗ୍ରାହକଙ୍କୁ ୨୫ ହଜାର ଟଙ୍କାର ଫାଇଦା ଦେଉଛି କମ୍ପାନୀ। ଏହି ପ୍ରିୟମ ଏସୟୁବିର ମୂଲ୍ୟ ୧୮.୭୬ ଲକ୍ଷରୁ ଆରମ୍ଭ ହୋଇ ୨୬.୯୭ ଲକ୍ଷ ପର୍ଯ୍ୟନ୍ତ ରହିଛି।

ହ୍ୟୁଣ୍ଡାଇ ଏଲେଣ୍ଟ୍ରା : ହ୍ୟୁଣ୍ଡାଇ ନିଜର ପ୍ରିମିୟମ କାର Elantra କୁ ଗତବର୍ଷ ଲଞ୍ଚ କରିଥିଲା। ଏହି ଭାରିଅଣ୍ଟ କାର ଡିଜାଇନରେ ଅନେକ ପରିବର୍ତ୍ତନ କରାଯାଇଛି। ଏହାସହିତ ଅନେକ ଫିଚର୍ସ ଅପଡେଟ ହୋଇଥିଲା। ଏହି କାର କିଣିବାରେ ୧ ଲକ୍ଷ ଟଙ୍କାର ଅଫର ଦେଉଛି କମ୍ପାନୀ। ଏହି କାର ମୂଲ୍ୟ ୧୫.୮୯ ଲକ୍ଷରୁ ଆରମ୍ଭ ହୋଇ ୨୦.୩୯ ଲକ୍ଷ ପର୍ଯ୍ୟନ୍ତ ରହିଛି।

Swagatika

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

8 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

24 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago