ବିନା ପେଟ୍ରୋଲ ଏବଂ ଡ଼ିଜେଲରେ ଚାଲିବ ହୁଣ୍ଡାଇ କୋନା କାର୍ !

hyundai_konaନୂଆଦିଲ୍ଳୀ : ହୁଣ୍ଡାଇ ଏହାର ପ୍ରଥମ ଇଲେକଟ୍ରୋନିକ୍ କାର ଲଞ୍ଚ ପ୍ରସ୍ତୁତିରେ ରହିଛି। ଏହି ଗାଡ଼ିର ନାମ ହୁଣ୍ଡାଇ କୋନା ରଖାଯାଇଥିବା ବେଳେ ଏହା ଆସନ୍ତା ବର୍ଷ ଭାରତରେ ଲଞ୍ଚ କରିବ। ନେଇ ଖବର ରହିଛି। କମ୍ପନିର ମେନେଜିଙ୍ଗ ଡିରେକଟର ଏବଂ ସିଇଓ ବାଇ କେ କୃଙ୍କ କହିବା ଅନୁଯାୟୀ, ଏହି କାରଟି ସମ୍ପୂର୍ଣ୍ଣ ଇଲେକଟ୍ରୋନିକ୍। ଏହି କାରଟିକୁ ଚଳିତ ବର୍ଷ ଜେନିଭା ମୋଟର ସୋରେ ପ୍ରଦର୍ଶିତ କରାଯାଇଥିଲା।

କମ୍ପାନୀର କହିବା ଅନୁଯାୟୀ, କାରଟିକୁ ସଂପୂର୍ଣ୍ଣ ଚାର୍ଜ କରିବା ପରେ ତାହା ୩୦୦ କିଲୋମିଟର ପର୍ୟ୍ୟନ୍ତ ବିନା ଚାର୍ଜରେ ଚାଲିବ। କମ୍ପାନୀ ପ୍ରତି ମାସରେ ୫୦-୬୦ଟି କୋନା ବିକ୍ରି କରିବାର ସ୍ତିର କରିଛି। ଭାରତରେ ଏହାର ମୂଲ୍ୟ ପାଖାପାଖି ୫୦-୬୦ ଲକ୍ଷ ରହିବ ବୋଲି ଜଣାପଡ଼ିଛି। ତେବେ କମ୍ପାନୀ ଏନେଇ କୌଣସି ଅଫିସିଆଲ ଘୋଷଣା କରିନାହିଁ।

କାରଟିର ଇଞ୍ଜିନ୍ ୩୯.୨ କେଡବ୍ଳୁଏଚ୍ ବିଶିଷ୍ଟ ରହିଥିବା ବେଳେ କେବଳ ୯.୭ ସେକେଣ୍ଡ ମଧ୍ୟରେ ଏହା ୦-୧୦୦କିଲୋମିଟର ପର୍ୟ୍ୟନ୍ତ ସ୍ପିଡ଼ ଚାଲିବ। ଏହା ଏସୟୁଭିର ସବୁଠାରୁ ଅଧିକ ସ୍ପିଡ଼୍ ବିଶିଷ୍ଟ ୧୬୭କି.ମି/ଘଣ୍ଟା ବୋଲି ଜଣାପଡ଼ିଛି। ଏହାକୁ ୫ ସିଟ ବିଶିଷ୍ଟ କରାଯାଇଥିବା ବେଳେ କାର ମଧ୍ୟରେ ଡ଼ିଜିଟାଲ ଡ଼୍ୟାସବୋର୍ଡ଼ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.