କରୋନା ସଙ୍କଟ ମଧ୍ୟରେ ୧୬ ମାର୍ଚ୍ଚ ୨୦୨୦ରେ ଲଞ୍ଚ୍ ହୋଇଥିଲା ନୂଆ କ୍ରେଟା। ଏହାର ସପ୍ତାହେ ପରେ କରୋନା ଯୋଗୁ ଲକଡାଉନ୍ ଘୋଷଣା ହୋଇଥିଲା। କିନ୍ତୁ ଲକ୍ଡାଉନ୍ ଭିତରେ ବି କ୍ରେଟାର ବିକ୍ରି କମିନଥିଲା। ମାର୍ଚ୍ଚରୁ ଏବେ ପର୍ଯ୍ୟନ୍ତର ବିକ୍ରିକୁ ଦେଖିଲେ କ୍ରେଟାକୁ ଭଲ ରେସ୍ପନ୍ସ ମିଳିଥିବା ଜଣାଯାଇଛି।
ନୂଆ କ୍ରେଟାର ଡିମାଣ୍ଡ ଏତେ ଅଛି ଯେ ଏହି ଏସ୍ୟୁଭି ଲଗାତାର ୬ ମାସ ଧରି ଏପ୍ରିଲ-ସେପ୍ଟେମ୍ବର ପର୍ଯ୍ୟନ୍ତ ନିଜ ସେଗ୍ମେଣ୍ଟର ସବୁଠୁ ଭଲ ବିକ୍ରି ହୋଇଥିବା କାର ପାଲଟିଛି। ଏହି ୬ ମାସରେ କ୍ରେଟାର ମୋଟ ୪୬,୦୫୧ଟି ୟୁନିଟ୍ ବିକ୍ରି ହୋଇଛି। କେବଳ ସେପ୍ଟେମ୍ବରରେ ହିଁ କ୍ରେଟାର ୧୨,୩୨୫ ୟୁନିଟ୍ ବିକ୍ରି ହୋଇଛି। ଯାହା ଏବେ ଯାଏଁ ଏହି କାରର ଗୋଟେ ମାସରେ ସବୁଠୁ ଅଧିକ ବିକ୍ରି।
କେବଳ ଏତିକି ନୁହେଁ କମ୍ପାନୀ ମୁତାବକ ନୂଆ କ୍ରେଟାର ବୁକିଂ ଏବେ ଯାଏଁ ୧.୧୫ ଲକ୍ଷରୁ ଅଧିକ ହୋଇସାରିଛି। ଅନ୍ୟପଟେ ଗତ ୫ ବର୍ଷରେ ଏହାର ୫.୨ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି। ଅର୍ଥାତ୍ କମ୍ପାନୀ ପ୍ରତି ୫ ମିନିଟ୍ରେ ଗୋଟିଏ ଲେଖାଏଁ ହ୍ୟୁଣ୍ଡାଇ କ୍ରେଟା ବିକ୍ରି କରିଛି। ୨୦୧୫ରେ ହ୍ୟୁଣ୍ଡାଇ କ୍ରେଟା ଲଞ୍ଚ୍ କରିଥିବା ବେଳେ ଏବେ ଯାଏଁ ଏହାର ଜଲଓ୍ଵା ଜାରି ରହିଛି।
ଏହାର ବେସ୍ ମଡେଲର ଦାମ୍ ୯.୯୯ ଲକ୍ଷ ରହିଛି। ଅନ୍ୟପଟେ ଟପ୍ ମଡେଲର ଦାମ୍ ରହିଛି ୧୭.୨୦ ଲକ୍ଷ। ଭାରତୀୟ ବଜାରରେ କ୍ରେଟା କିଆ ସେଲଟୋସ୍, ଏମ୍ଜି ହେକ୍ଟର, ମହିନ୍ଦ୍ରା ଏସ୍ୟୁଭି ୫୦୦କୁ ଟକ୍କର ଦେଉଛି।
ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…
ଭୁବନେଶ୍ୱର (କେନ୍ୟୁଜ): ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…
କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…
ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…
ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…