ଖୁବ୍ ଶୀଘ୍ର ମାର୍କେଟକୁ ଆସିବ Hyundai Nexo Hydrogen Car, ୭୦୦ km ପର୍ଯ୍ୟନ୍ତ ମିଳିବ ରେଞ୍ଜ

Hyundai କୋରିଆରେ Seoul Mobility Show ରେ ନିଜର ଅପକମିଙ୍ଗ ହାଇଡ୍ରୋଜେନ୍ SUV ‘Nexo FCEV’ କୁ ଉପସ୍ଥାପନ କରିଛି । ଏହା ଏକ ଫ୍ୟୁଏଲ୍ ଇଲେକ୍ଟ୍ରିକ୍ ଗାଡ଼ି । ଯାହା ୭୦୦ କିଲୋମିଟରରୁ ଅଧିକ ରେଞ୍ଜ ଦେବାରେ ଦାବି କରେ । ଖାସ୍ କଥା ହେଉଛି ଯେ ହାଇଡ୍ରୋଜେନ୍ ଫ୍ୟୁଏଲ୍ ପାଇଁ ମାତ୍ର ୫ ମିନିଟ୍ ସମୟ ଲାଗେ ।
ଏହି SUV କେବଳ ଟେକ୍ନୋଲୋଜିକାଲ୍ ଦ୍ରୁଷ୍ଟିରୁ ଆଡଭାନ୍ସ ନୁହେଁ ବରଂ ଏହା ଏହାର ଡିଜାଇନ୍ ଏବଂ ପାଫରମାନ୍ସ କ୍ଷେତ୍ରରେ ପ୍ରିମିୟମ ଏକ୍ସେପେରିଏନ୍ସ ମଧ୍ୟ ପ୍ରଦାନ କରେ । Hyundai ର ‘Art of Steel’ ଡିଜାଇନ୍ ଫିଲୋସୋଫି ଦ୍ବାରା ତିଆରି କରାଯାଇଥିବା ଏହି ଗାଡ଼ି ଏକ ପ୍ରିମିୟମ୍ ବକ୍ସି ଲୁକ୍ ସହିତ ଉପସ୍ଥାପନ ହୋଇଛି ।
ଦମଦାର୍ ଲୁକ୍ ଏବଂ ଡିଜାଇନ୍ :
Hyundai Nexo ର ଡିଜାଇନ୍ ବ୍ରାଣ୍ଡର ପ୍ରିମିୟମ୍ EV Ioniq 5 ସହିତ ପ୍ରାୟ ସମାନ । ଏହାର ଫ୍ରଣ୍ଟ HTWO LED ହେଡଲ୍ୟାମ୍ପ ସେଟଅପ୍ ଚାରୋଟି ପଏଣ୍ଟରେ ଡିଜାଇନ୍ କରାଯାଇଛି । ଯାହା କାରର ଷ୍ଟିଅରିଂ ହୁଇଲରେ ମଧ୍ୟ ଦେଖାଯାଏ । ଏହି ଗାଡ଼ିଟି ବ୍ଲାକ୍ ଫେଣ୍ଡର ଫ୍ଲେୟାର, ସ୍କୋୟାର ୱିଣ୍ଡୋ ଡିଜାଇନ୍ ଏବଂ C- ପିଲର ସହିତ ଏକ ଦମଦାର୍ SUV ସାଇଡ୍ ପ୍ରୋଫାଇଲ୍ ପାଇଛି ।
ଏକ ମର୍ଡନ ଡିଜିଟାଲ୍ ଏକ୍ସପେରିୟନ୍ସ ପ୍ରଦାନ କରିବା ପାଇଁ Hyundai Nexo ର ଭିତର ପାର୍ଟ ଡିଜାଇନ୍ କରିଛି । ଏଥି;ରେ ୧୨.୩ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ସାମିଲ ଅଛି । ଯାହା ମିଳିତ ଭାବରେ ଗାଡ଼ି ଚାଳନକୁ ଅଧିକ ଇଣ୍ଟରାକ୍ଟିଭ୍ କରିଥାଏ । ଏହା ବ୍ୟତୀତ, ପ୍ରିମିୟମ ସାଉଣ୍ଡ ପାଇଁ ଏଥିରେ ୧୪-ସ୍ପିକର Bang & Olufsen ସାଉଣ୍ଡ ସିଷ୍ଟମ ଅଛି, ଯାହା ଥିଏଟର ପରି ଅଡିଓ ଏକ୍ସେପେରିୟନ୍ସ ପ୍ରଦାନ କରେ ।
ପାୱାର ଏବଂ ପରଫରମାନ୍ସ :
Hyundai Nexo FCEV ଏକ ଅତ୍ୟାଧୁନିକ ହାଇଡ୍ରୋଜେନ୍-ବେସ୍ଡ ପାୱାରଟ୍ରେନ୍ ସହିତ ଆସିଥାଏ । ଏଥିରେ ୨.୬୪ kWh ପାୱାରର ବ୍ୟାଟେରୀ ପ୍ୟାକ୍ ଅଛି, ଯାହା ୧୪୭ hp ର ଏକ ଫୁଏଲ୍ ସେଲ୍ ଷ୍ଟାକ୍ ଦ୍ବାରା ର୍ଚା ହୁଏ । ଏହି ବ୍ୟାଟେରୀ ଏକ ପାୱାରଫୁଲ୍ ୨୦୧ hp ଇଲେକ୍ଟ୍ରିକ୍ ମୋଟରକୁ ଶକ୍ତି ଯୋକାଇଥାଏ । ଯାହା ଏହି SUV କୁ ମାତ୍ର ୭.୮ ସେମେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରିବାକୁ ଅନୁମତି ଦିଏ । ହାଇଡ୍ରୋଜେନକୁ ଷ୍ଟୋର କରିବା ପାଇଁ କାରଟିରେ ୬.୬୯ କିଲୋଗ୍ରାମ୍ ପାୱାର ଏକ ହାଇ-ପ୍ରେସର ଟ୍ୟାଙ୍କ ଯୋଗାଇ ଦିଆଯାଇଛି । ଯାହା ଏହାକୁ ୭୦୦ କିଲୋମିଟରରୁ ଅଧିକ ରେଞ୍ଜ ଦେଇପାରିବ ।
ଆଜିକାଲିର ଇଲେକ୍ଟ୍ରିକ୍ କାରଗୁଡିକ DC ଫାଷ୍ଟ ଚାର୍ଜରରେ ମଧ୍ୟ ଚାର୍ଜ ହେବାକୁ ୩୦-୬୦ ମିନିଟ୍ ସମୟ ନେଉଥିବାବେଳେ, Hyundai Nexo ମାତ୍ର ୫ ମିନିଟରେ ହାଇଡ୍ରୋଜେନ୍ ସହିତ ଫ୍ୟୁଏଲ୍ ହୋଇଯାଏ । ଏହି ସୁବିଧା ଲଙ୍ଗ ଟାଇମ୍ ପାଇଁ ଏକ ପରଫେକ୍ଟ SUV କରିଥାଏ ।