ଆଉ ମିଳିବନି Hyundai Grand i10 ଡିଜେଲ ବେରିୟଣ୍ଟ କାର, ପେଟ୍ରୋଲ ଓ ସିଏନଜିରେ ମିଳିବ କେବଳ ଏହି ସବୁ କାର

ଦେଶର ଦ୍ୱିତୀୟ ନମ୍ବରରେ ଥିବା କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ Grand i10 କୁ ପୁଣି ଥରେ ରିଷ୍ଟ୍ରକ୍ଟ କରି ଏହାର ଡିଜେଲ ଏବଂ ଅଟୋମେଟିକ ଭେରିୟଣ୍ଟକୁ ବନ୍ଦ କରିଦେଇଛି। ପେଟ୍ରୋଲ ଇଞ୍ଜିନର କେବଳ ଦୁଇଟି ବେରିୟଣ୍ଟ Sportz ଏବଂ Magna ହିଁ ମାର୍କେଟରେ ଉପଲବ୍ଧ ହେବ।

Grand i10 ଏବେ କେବଳ ପେଟ୍ରୋଲ ଇଞ୍ଜିନ ଏବଂ ଟାନ୍ସମିସନ ଅପସନ୍‌ ( ସିଏନଜି ଏବଂ ପେଟ୍ରୋଲ)ରେ ଉପଲବ୍ଧ। ଏବେ ଏହି କାର ୧.୨ ଲିଟର ପେଟ୍ରୋଲ ମୋଟର ୫ ସ୍ପୀଡ୍‌ ମାନୁଆଲ ଗିୟରବକ୍ସ ସହିତ ଆସୁଛି।

car hundaiସିଏନଜି ଇଞ୍ଜିନ ଅପସନ୍‌ କେବଳ Sportz ଟ୍ରିମରେ ଉପଲବ୍ଧ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହାର ଇଞ୍ଜିନକୁ ଏମିସନ ନମର୍ସ ହିସାବରେ ଅପଡେଟ୍‌ କରାଯାଇଛି ନା ନାହିଁ।

ଏହାସହ ପଢନ୍ତୁ : ୧ ଲିଟରରେ ୧୭ କିମି ଚାଲେ ମାରୁତି ସୁଜୁକି Xl6 , କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଏହାର ଜବରଦସ୍ତ ଫିଚର୍ସ

ହଟାଇ ଦିଆଯାଇଛି Grand i10ର ଏହି ଫିଚର

Grand i10ରେ ଫୁଲଲି ଆଟୋମେଟିକ କ୍ଲାଇମେଟ କଣ୍ଟୋଲ,ରିୟର ଓ୍ଵାସ୍‌ ଓ୍ଵାଇପର, ପୁସ୍‌ ବଟନ ଷ୍ଟାର୍ଟ/ଷ୍ଟପ୍‌, ହାଇଟ୍‌ ଆଡଜଷ୍ଟେବୁଲ ଡ୍ରାଇଭର ସିଟ୍‌ ଏବଂ ଏଲୟ ହ୍ଵିଲ ଭଳି ଫିଚର ମିଳିବନାହିଁ। ଏହାଛଡା ଏହି କାରର ରଙ୍ଗର ଅପସନକୁ ମଧ୍ୟ ହଟାଇ ମାତ୍ର ଚାରିଟି କଲର ରଖାଯାଇଛି। ଏବେ ଏହା କେବଳ ଟାଇଟନ ଗ୍ରେ, ଫିୟରୀ ରେଡ୍‌, ଟାଇକୁମ ସିଲଭର ଏବଂ ପୋଲାର ହ୍ଵାଇଟ୍‌ କଲରରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.