ଚଳିତ ବର୍ଷ ହୁଣ୍ଡାଇ ଭେନ୍ୟୁ ର ଅନଅଫିସିଆଲ ବୁକିଂ ଆରମ୍ଭ ହୋଇଛି, ଶୀଘ୍ର ହେବ ଲଞ୍ଚ

ଚଳିତ ବର୍ଷ ୨୦୨୨ରେ ହୁଣ୍ଡାଇ ଭେନ୍ୟୁ ର ଅନଅଫିସିଆଲ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରି ଫେସଲିଫ୍ଟ ଭେନ୍ୟୁ ରେ କେବଳ କିଛି ସିଲେକ୍ଟିଭ ଭାରିଏଣ୍ଟ କୁ ବିକ୍ରି ପାଇଁ ଉପଲବବ୍ଧ କରାଯାଇଛି। ଲିମିଟେଡ ଆଇଟମ ଉପରେ କମ୍ପାନୀ ସେଲ ପ୍ରୋଗ୍ରାମ ଆରମ୍ଭ କରିଛି। ଏହାର ଡିସିଟି ଓ ଆଇଏମଟି ଭର୍ସନ କୁ ହୋଲ୍ଡରେ ରଖାଯାଇଛି। ଫେସଲିଫ୍ଟ ଭେନ୍ୟୁ ଭାରତରେ ଟେଷ୍ଟିଂ ପାଇଁ ଅନେକ ଥର ସାମ୍ନାକୁ ଆସିଛି।

ନୂଆ ହୁଣ୍ଡାଇ ଭେନ୍ୟୁରେ ବଡ଼ ଟଚସ୍କ୍ରିନ , ବେସ୍‌ ସାଉଣ୍ଡ ସିଷ୍ଟମ , ଫ୍ରଣ୍ଟ ପାର୍କିଂ ସେନସର୍ସ, ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ ଏବଂ ୩୬୦ ଡିଗ୍ରୀ କ୍ୟାମେରା ଦିଆଯାଇଛି। ଏହାର ଇଞ୍ଜିନ ଏବଂ ଟ୍ରାନ୍ସମିସନ ଅପସନରେ ଅନେକ ପରିବର୍ତ୍ତନ ହୋଇଥିବାର ଶୁଣିବାକୁ ମିଳିଛି। କିନ୍ତୁ ଏଥିରେ ଡିଜେଲ ଅଟୋମେଟିକ ଅପସନକୁ ସାମିଲ କରିବାର ଶୁଣିବାକୁ ମିଳିଛି। ଫେସଲିଫ୍ଟ ଭେନ୍ୟୁରେ ଏନ ଲାଇନ ଭାରିଏଣ୍ଟ ମିଳୁଛି। ଭାରତରେ ଏହି କାର କୁ ଜୁନ ମାସରେ ଲଞ୍ଚ କରିବାର ପ୍ଲାନ ରହିଛି।

ସୂଚନା ଅନୁଯାୟୀ ଫେସଲିଫ୍ଟ ଭେନ୍ୟୁର ଅନଅଫିସିଆଲ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଭାରିଏଣ୍ଟସ ର ଏକ୍ସଟେରିଅର ଓ ଇଣ୍ଟେରିୟର ପୂରା ନୂଆ ରହିଛି। ଏଥିରେ ନୂଆ ଡିଜାଇନ ବମ୍ପର, ନୂଆ ଆଲାଓ ହ୍ପିଲ୍ସ ଓ ନୂଆ ଟେଲ ଲାଇଟ ସେଟଅପ୍‌ ଦିଆଯାଇଛି।

ଏହାର କ୍ୟାବିନରେ ଅନେକ ପରିବର୍ତ୍ତନ କରାଯାଇଛି।ଏହାର ଇଣ୍ଟେରିୟର କଲର ଥିମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ଇଲେକଟ୍ରିକ ସନରୁଫ, ଅଟୋମେଟିକ ଏସି , କ୍ରୁଜ କଣ୍ଟ୍ରୋଲ, ଏୟାର ପ୍ୟୁରିଫାୟାର, କନେକ୍ଟେଡ କାର ଟେକ୍ନୋଲୋଜି , ଟାୟାର ପ୍ରେସର ମନିଟରିଂ ସିଷ୍ଟମ , ୬ଟି ଏୟାର ବ୍ୟାଗ ଓ ରିୟର କ୍ୟାମେରା ଭଳି ଫିଚର୍ସ ସାମିଲ ରହିଛି।

You might also like