ଭାରତୀୟ ଗୁଇନ୍ଦା ଏଜେନ୍ସୀରେ ନିଯୁକ୍ତି ସୁଯୋଗ, ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ

ଭାରତୀୟ ଗୁଇନ୍ଦା ଏଜେନ୍ସୀରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଇଚ୍ଛୁକ ତେବେ ତୁରନ୍ତ କରିପାରିବେ ଆବେଦନ । ଏହି ପ୍ରକ୍ରିୟା ଅଧିନରେ ମଲ୍ଟି ଟାକ୍ସିଂ ଷ୍ଟାଫ ଏବଂ ସିକ୍ୟୁରିଟି ଆସିଷ୍ଟାଣ୍ଟ/ଏଗ୍ୟୁକ୍ୟୁଟିଭ ପଦ ଖାଲି ପଡିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବା ପାଇଁ ଇଚ୍ଛା ରଖିଚନ୍ତି, ସେମାନେ ଆପ୍ଲିକେସନ ଲିଙ୍କ ଆକ୍ଟିଭ ହେବା ପରେ ଆପ୍ଲାଏ କରିପାରିବେ। ଏପର୍ଯ୍ୟନ୍ତ ଆବେଦନ ଆରମ୍ଭ ହୋଇନାହିଁ । ଆବେଦନ ପ୍ରକ୍ରିୟା ୨୧ ଜାନୁଆରୀ ୨୦୨୩ରୁ ଆରମ୍ଭ ହେବ ।

ଇଣ୍ଟେଲିଜେନ୍ସି ବ୍ୟୁରୋର ଏହି ପଦବୀରେ କେବଳ ଅନଲାଇନ ମାଧ୍ୟମରେ ଆପ୍ଲାଏ କରିପାରିବେ। ଏଥିପାଇଁ ଆପଣଙ୍କୁ ଗ୍ୟହ ମନ୍ତ୍ରଣାଳୟର େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଅଫିସିଆଲ ୱେବସାଇଟ୍‌ ହେଉଛି mha.gov.in

ପଦବୀ ବିବରଣୀ : ୧୬୭୫

କେମିତି ହେବ ଚୟନ :

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପ୍ରଥମ ପର୍ଯ୍ୟାୟ ପାସ୍‌ କରିବା ପରେ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟକୁ ଯାଇପାରିବେ । ଅଧିକ ଜାଣିବା ପାଇଁ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ହେବା ଜରୁରୀ। ସରକାରୀ ନିୟମ ଆଧାରେ କିଛି ବର୍ଷ ରିହାତି ମିଳିବ ।

କ’ଣ ରହିବା ବାଧ୍ୟତାମୂଳକ :

– ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଭାରତର ନାଗରିକ ହୋଇଥିବା ଜରୁରୀ।

– ଶାରୀରିକ ଭାବେ ଦକ୍ଷ ହେବା ମଧ୍ୟ ଜରୁରୀ। ସଂସ୍ଥା ଦ୍ୱାରା ଲାଗୁ ନିୟମ ମୁତାବକ, ଶାରୀରିକ ଫିଟନେସ୍‌ ଠିକ୍‌ ହେବା ସହିତ ନିଜର ଦାୟିତ୍ୱ ସଠିକ ଭାବେ କରିପାରୁଥିବା ଜରୁରୀ।

– ପ୍ରାର୍ଥୀଙ୍କର କୌଣସି ଅପରାଧିକ ରେକର୍ଡ ନଥିବା ଉଚିତ । ଆଣ୍ଟି ନ୍ୟାସନାଲ ଆକ୍ଟିଭିଟିରେ ତାଙ୍କ ନାମ ନଥିବ ।

– ପ୍ରାର୍ଥୀ ଯେଉଁଠାରେ ନିଯୁକ୍ତି ହେବେ, ସେଠିକାର ଭାଷା, ଲେଖା, ପଢା ଆସୁଥିବା ଜରୁରୀ ।

– ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ।

ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌କୁ ଯାଇ ଚେକ୍‌ କରିପାରିବେ ।

mha.gov.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.