ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ବମ୍ପର ନିଯୁକ୍ତି, ଗ୍ରାଜୁଏଟ୍‌ ପାସ୍‌ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ପକ୍ଷରୁ ବମ୍ପର ନିଯୁକ୍ତି। ସଂସ୍ଥା ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ମୁତାବକ, ସଂସ୍ଥାରେ ଆସିଷ୍ଟାଣ୍ଟ ପଦ ପାଇଁ ଭର୍ତ୍ତି କରାଯାଉଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଲାଣି। ଏହି ନିଯୁକ୍ତି ପ୍ରକ୍ରିୟା ଜୁନ୍‌ ୧ ଯାଏଁ ଚାଲିବ। ଜୁନ୍‌ ୧ ପରେ ପ୍ରାର୍ଥୀ ଆଉ ଆବେଦନ କରିପାରିବେ ନାହିଁ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ  ୱେବ୍‌ସାଇଟ୍‌ iari.res.in କୁ ଯାଇ ଆବେଦନ କରିପାରିବେ।

ପଦ ସଂଖ୍ୟା:

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍‌ ୪୬୨ ପଦ ପୂରଣ କରାଯିବ।

ଶିକ୍ଷାଗତ ଯୋଗ୍ୟତା:

ଏହି ପଦ ପାଇଁ ଆବେଦନ କରିବା ଲାଗି ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ସଂରକ୍ଷିତ ବର୍ଗଙ୍କ ବୟସ ସରକାରୀ ମାନଦଣ୍ଡ ଅନୁସାରେ କୋହଳ କରାଯିବ।

ଆବେଦନ ଶୁଳ୍କ:

ଏହି ପଦ ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗ ଓ ଓବିସି ବର୍ଗର ପିଲାଙ୍କୁ ୧୨୦୦ ଟଙ୍କାର ଶୁଳ୍କ ଜମା କରିବାକୁ ପଡ଼ିବ। ସେହିପରି ଏସ୍‌ସି ଓ ଏସ୍‌ଟି ବର୍ଗର ଆଶାୟୀ ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଶୁଳ୍କ ଦେବାକୁ ପଡ଼ିବ।

ଚୟନ ପ୍ରକ୍ରିୟା:

ପ୍ରାର୍ଥୀ ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ସ୍କିଲ୍‌ ଟେଷ୍ଟ ଆଧାରରେ ହେବ।

ଏମିତି କରନ୍ତୁ ଆବେଦନ:

  • ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ iari.res.in କୁ ଯିବାକୁ ପଡ଼ିବ।
  • ଏହା ପରେ ହୋମ୍‌ ପେଜ୍‌ରେ ଦିଆଯାଇଥିବା online application portal କୁ ଯାଆନ୍ତୁ।
  • ଏବେ ଆବଶ୍ୟକ ଦସ୍ତାବିଜ୍‌ ଅପଲୋଡ୍‌ କରନ୍ତୁ।
  • ଏହା ପରେ ଆବେଦନ ଶୁଳ୍କ ଭରନ୍ତୁ ଓ ସବ୍‌ମିଟ୍‌ କରନ୍ତୁ।
  • ଶେଷରେ ଫର୍ମ ସବ୍‌ମିଟ୍‌ କରି ଦିଅନ୍ତୁ ଓ ଏହାର ପ୍ରିଣ୍ଟ ଆଉଟ୍‌ ବାହାର କରି ନିଅନ୍ତୁ।

Also Read: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବିଗବସ୍‌ ଫେମ୍‌ ଅଲୀ ଗୋନି ଓ ଜସ୍ମିନ୍‌ ଭସୀନ୍‌, ସେୟାର କଲେ ଖୁସି ଖବର

Leave A Reply

Your email address will not be published.