ICICI ବ୍ୟାଙ୍କ ଗ୍ରାହକଙ୍କୁ ବଡ ଝଟକା, ଏହି ଭୁଲ କଲେ ଦେବାକୁ ହେବ ୧୨୦୦ ଟଙ୍କା ଚାର୍ଜ

ଯଦି ଆପଣ ଆଇସିଆଇସିଆଇ ବ୍ୟାାଙ୍କର ଗ୍ରାହକ ତାହେଲେ ଏହି ଖବର ଆପଣଙ୍କ ପାଇଁ। ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ଏଠାରେ ଜାଣିନିଅନ୍ତୁ ବ୍ୟାଙ୍କ କେଉଁ ନିୟମରେ କରିଛି ପରିବର୍ତ୍ତନ। ବ୍ୟାଙ୍କ ଲେଟ୍‌ ପେମେଣ୍ଟ ଫିସରେ ଅନେକ ପରିବର୍ତ୍ତନ କରିଛି, ଯାହାର ସିଧା ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିବ। ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ସହ ଜଡିତ ଅନେକ ନିୟମରେ ପରିବର୍ତ୍ତନ କରିଛି। ବ୍ୟାଙ୍କ କ୍ରେଡିଟ କାର୍ଡ ସହ ଜଡିତ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରିଛି। ଏହି ଚାର୍ଜେସକୁ ବଢ଼ାଇ ବ୍ୟାଙ୍କ୍‌ ଏବେର ମହଙ୍ଗା ଦର ଭିତରେ ନିଜର ଗ୍ରାହକଙ୍କୁ ଆଉ ଏକ ଝଟକା ଦେଇଛି କହିଲେ ଭୁଲ ହେବନି।

୧୦ ଫେବୃୟାରୀରୁ ପରିବର୍ତ୍ତନ ହୋଇଛି ଏହି ନିୟମ। ଫିସ୍‌ ଏବଂ ଅଟୋ ଡେବିଟ୍‌ ରିଟର୍ନ ଫିସରେ ବୃଦ୍ଧି କରାଯାଇଛି। ବ୍ୟାଙ୍କ କ୍ରେଡିଟ କାର୍ଡର ଲେଟ୍‌ ପେମେଣ୍ଟ ଚାର୍ଜରେ ମଧ୍ୟ ବୃଦ୍ଧି କରିଛି। ନୂଆ ନିୟମ ମୁତାବକ ଆପଣଙ୍କ କ୍ରେଡିଟ କାର୍ଡର ବକେୟା ରାଶି ଯେତେ ଅଧିକ ହେବ ସେତେ ଅଧିକ ଚାର୍ଜ ଦେବାକୁ ହେବ।

କଣ ରହିଛି ନୂଆ ଚାର୍ଜ

ଆଇସିଆଇସିଆଇ ର େଓ୍ଵବସାଇଟରେ ନୂଆ ଚାର୍ଜର ପୂରା ଲିଷ୍ଟ ଉପଲବ୍ଧ ରହିଛି। ନୂଆ ଚାର୍ଜ ମୁତାବ ଯଦି ଆପଣଙ୍କ କ୍ରେଡିଟ କାଡରେ ବକେୟା ରାଶି ୧୦୦ ଟଙ୍କାରୁ କମ୍‌ ରହିଛି ତାହେଲେ ଆପଣଙ୍କୁ କୌଣସି ଫିସ୍‌ ଦେବାକୁ ପଡିବନି। କିନ୍ତୁ ଯଦି ଆପଣଙ୍କର ବକେୟା ରାଶି ୫୦,୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ ରହିଛି ତାହେଲେ ଆପଣଙ୍କୁ ୧୨୦୦ ଟଙ୍କା ଫିସ୍‌ ଦେବାକୁ ପଡିପାରେ। ଯଦି ଆମେ ନୂଆ ଦର କଥା କହିବା ତାହେଲେ ୧୦୦ ଟଙ୍କାରୁ କମ୍‌ ହେଲେ ଆପଣଙ୍କୁ କୌଣସି ଫିସ୍‌ ଦେବାକୁ ପଡିବନାହିଁ। ସେହିପରି ଯଦି ବକେୟା ରାଶି ୧୦୦ ଟଙ୍କାରୁ ଅଧିକ ଏବଂ ୫୦୦ ଟଙ୍କାରୁ କମ୍‌ ତାହେଲେ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ସେହିଭଳି ଭାବେ ୫୦୧ ଟଙ୍କା ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତର ବକେୟା ଉରେ ୫୦୦ ଟଙ୍କା ଚାର୍ଜ ଦେବାକୁ ହେବ। ଏହାବ୍ୟତୀତ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବକେୟା ରାଶି ଉପରେ ୪୫୦ ଟଙ୍କା, ୨୫୦୦୦ ଟଙ୍କା ବକେୟା ରାଶି ଉପରେ ୯୦୦ ଟଙ୍କା, ୫୦,୦୦୦ ଟଙ୍କା ବକେୟା ରାଶି ଉପରେ ୧୦୦୦ ଟଙ୍କା ଏବଂ ପଚାସ ହଜାରରୁ ଅଧିକ ବକେୟା ରାଶି ଉପରେ ୧୨୦୦ ଟଙ୍କା ଶୁଳ୍କ ଦେବାକୁ ହେବ।

ଯଦି ଆପଣ କ୍ରେଡିଟ କାର୍ଡ ସାହାଯ୍ୟରେ କ୍ୟାସ୍‌ ଉଠାଉଛନ୍ତି ତାହେଲେ ୨୦,୦୦୦ ଟଙ୍କାରେ ଆପଣଙ୍କୁ ୫୦୦ ଟଙ୍କା ଚାର୍ଜ ଲାଗିବ। ଏହାଠାରୁ ଅଧିକ କ୍ୟାସ ଉଠାଇଲେ ୨.୫ ପ୍ରତିଶତ ଦରରେ ଲେଟ ପେମେଣ୍ଟ ଫିସ୍‌ ଦେବାକୁ ପଡିବ। ଏହାଛଡା ଚେକ ରିଟର୍ଣ୍ଣ କିମ୍ବା ଅଟୋ ଡେବିଟ୍‌ ଫେଲ ହେବା ଦ୍ୱାରା ମଧ୍ୟ ଅତି କମରେ ୫୦୦ ଟଙ୍କା ଚାର୍ଜ ଦେବାକୁ ହେବ।

Leave A Reply

Your email address will not be published.