HDFC, ICICI ଓ Axis ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର, ସରକାର କଲେ ବଡ଼ ଘୋଷଣା ,ଏମିତି ମିଳବ ସୁବିଧା
ନୂଆଦିଲ୍ଲୀ : କେନ୍ଦ୍ର ସରକାର HDFC, ICICI ଓ Axis ବ୍ୟାଙ୍କ ପାଇଁ କରିଛନ୍ତି ବଡ ଘୋଷଣା । ଏହି ବ୍ୟାଙ୍କ ଗୁଡିକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାୟିତ୍ୱ ଦିଆଯାଇଛି ଯେ ଏହି ୩ ବ୍ୟାଙ୍କ ଏବେ ବିଦେଶୀ କିଣା ବିକା ପାଇଁ ସାକ୍ଷ ପତ୍ର ବା ଲେଟର୍ସ ଅଫ୍ କ୍ରେଡିଟ ଓ ସିଧା ବ୍ୟାଙ୍କ ହସ୍ତାନ୍ତର କାରବାର କରିପାରିବେ । ଏପର୍ଯ୍ୟନ୍ତ ଏହି ଅଧିକାର କେବଳ ସରାକାରୀ ବ୍ୟାଙ୍କଗୁଡ଼ିକ ନିକଟରେ ରହିଥିଲା । ଏବେ ଏହି କ୍ଷମତା ଏହି ୩ ବ୍ୟାଙ୍କ ନିକଟରେ ରହିବ ।
ପ୍ରାଇଭେଟ ସେକ୍ଟର ବ୍ୟାଙ୍କକୁ ମିଳିଲା ବଡ଼ ଅଧିକାର
ପ୍ରଥମ ଥର ପାଇଁ ସରକାର ପ୍ରାଇଭେଟ ସେକ୍ଟର ର ଏହି ୩ ବ୍ୟାଙ୍କକୁ ବିଦେଶୀ କ୍ରୟ ପାଇଁ ସେବା ଯୋଗାଇବାକୁ ଅନୁମତି ଦେଇଛନ୍ତି । ଏହି ସବୁ ବ୍ୟାଙ୍କ ଗୋଟିଏ ଆର୍ଥିକ ବର୍ଷରେ ୨୦୦୦ କୋଟି ଟଙ୍କା ଯାଏ ଋଣ ପତ୍ର ପ୍ରଦାନ କରିବାକୁ ସରକାର ଅନୁମତି ଦେଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରାଳୟ କଲା ଘୋଷଣା
ଏହି ସବୁ ପ୍ରାଇଭେଟ ସେକ୍ଟର ବ୍ୟାଙ୍କକୁ ୨୦୦୦ କୋଟି ଟଙ୍କା ଯାଏ ଲେଟର୍ସ ଅଫ୍ କ୍ରେଡିଟ କାରବାର ପାଇଁ ମଂଜୁର ଦିଆଯାଇଛି । ଏହି ୩ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ପୁଞ୍ଜି ଓ ରାଜସ୍ୱ ଉପରେ ୬୬୬ କୋଟି ଟଙ୍କା ବଣ୍ଟନ କରିପାରିବେ । ତେବେ ଏହି ୩ ବ୍ୟାଙ୍କର କାରବାର ଉପରେ ନିୟମିତ ଦୃଷ୍ଟି ରଖାଯିବ, ଯେଉଁଥିପାଇଁ ଭବିଷ୍ୟତରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।