ନକଲି ଜିଏସଟି ବିଲ୍ ନେଉଛନ୍ତି କି ବ୍ୟବସାୟୀ ? ଜାଣନ୍ତୁ କେମିତି ଚିହ୍ନିବେ ଅସଲି ବିଲ୍ !

ନୂଆଦିଲ୍ଲୀ : ଜିଏସଟିକୁ ଏକ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଏହା ସଠିକ୍ ଭାବେ କାର୍ୟ୍ୟକାରୀ ହୋଇପାରିନାହିଁ। ଦୁଇମାସ ମଧ୍ୟରେ ୨୦୦୦ କୋଟି ଚୋରି ହେଇଥିବା ଖୋଦ ସରକାର ଗତ ମାସରେ ସୂଚନା ଦେଇଛନ୍ତି। ସିବିଇସିର ସଦସ୍ୟ ଜନ୍ ଜୋସେଫ୍ କହିଛନ୍ତି ,ଦିଲ୍ଲୀ ଏବଂ ଦେଶର ଅନେକ ପ୍ରମୁଖ ସହର ଗୁଡ଼ିକରେ ନକଲି ବିଲର ବ୍ୟବହାର କରାଯାଉଛି। ଯାହା ଦ୍ବାରା ସାଧାରଣ ଜନତା ଠକାମିର ଶିକାର ହେଉଛନ୍ତି। ଆଜି ଆମେ ଆପଣଙ୍କୁ ନକଲି ଏବଂ ଅସଲି ଜିଏସଟି ବିଲ୍ କିପରି ଚିହ୍ନିବେ ତାହା ବିଷୟରେ କହିବାକୁ ଯାଉଛୁ।

ସରକାର ବର୍ତ୍ତମାନ ଜିଏସଟି ସମ୍ବନ୍ଧୀୟ ଚୋରିକୁ ଅଟକାଇବା ପାଇଁ ଚେଷ୍ଟା ଚଲାଇଛନ୍ତି। ଏଥିପାଇଁ ସେ ବିଭିନ୍ନ ପ୍ରକାରର ସଚେତନତା କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥି ପାଇଁ ପ୍ରଥମେ ଆପଣଙ୍କୁ ଜାଣିବା ଆବଶ୍ୟକ କି ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି ତାହା ଜିଏସଟି ରେଜିଷ୍ଟର କି ନୁହଁ।

ଯଦି ଆପଣକୁ କୌଣସି ସ୍ଥାନରେ ବିଲରେ ଉପରେ ସନ୍ଧେହ ହେଉଛି। ତେବେ କେବଳ କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କ ମୋବାଇଲ ସାହାଯ୍ୟରେ ଆପଣ ଏହାର ଖୁଲାସା କରିପାରିବେ। ପ୍ରଥମେ ବିଲରେ ଜିଏସଟିନ୍(GSTIN) ରହିଛି କି ନାହିଁ ଚେକ୍ କରନ୍ତୁ। ଯଦି ଏହି ନମ୍ବର ରହିନାହିଁ ତେବେ ବିଲଟି ନକଲି ବୋଲି ଜଣାପଡ଼ିବ।ବିଲରେ ଜିଏସଟିନ୍ ନମ୍ବର ରହିଥିଲେ ତାହା ରେଜିଷ୍ଟର କି ନୁହଁ ଜାଣିବା ପାଇଁ https://services.gst.gov.in/services/searchtp ୱେବସାଇଟରେ ସାହଯ୍ୟ ନିଅନ୍ତୁ। ଏଥିରେ ୧୫ ଅଙ୍କ ବିଶିଷ୍ଟ ନମ୍ବର ପକାଇ ଚେକ୍ କରିପାରିବେ। ଏଥିରେ ଆପଣଙ୍କୁ ସେହି ନମ୍ବରଟି ଅସଲି କି ନକଲି ଦେଖାଇବ।

ଏହି ୱେବସାଇଟ ବିଲରେ ଥିବା ୧୫ ଅଙ୍କ ବିଶିଷ୍ଟ ନମ୍ବରକୁ ପକାଇବା ଦ୍ବାରା ଦୋକାନ ଏବଂ ଏହାର ଜିଏସଟି ସମ୍ବନ୍ଧିୟ ସମସ୍ତ ବିବରଣୀ ଦେଖାଇବ। ଏହି ନମ୍ବରରେ କମ୍ପାନୀର ପାନ୍ ନମ୍ବର ସହ ରାଜ୍ୟର କୋଡ଼ ରହିଥାଏ। ଏଥିରୁ ଦୋକାନଟି ଆଇନଗତ ଭାବେ ରେଜିଷ୍ଟର କି ନାହିଁ ତାହା ସଠିକ୍ ଟ୍ୟାକ୍ସ ଦେଉଛନ୍ତି କି ନାହିଁ ଜଣାପଡ଼ିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.