ବ୍ୟବସାୟ ଓ ଅର୍ଥନୀତି

ଯଦି ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼େ ଆପଣଙ୍କ ମୋବାଇଲ୍‌ ଫୋନ, ତ ଏମିତି ଭାବେ ପୁନଃ ଫେରି ପାଆନ୍ତୁ; ଭୁଲ୍‌ରେ ବି ଟାଣନ୍ତୁ ନାହିଁ ଚେନ୍‌

ଭାରତୀୟ ରେଲେଓ୍ଵ ନେଟଓ୍ଵାର୍କ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଲୋକେ ସାଧାରଣତଃ ଟ୍ରେନ୍‌ରେ ହିଁ ଲମ୍ବା ଯାତ୍ରା କରିବାକୁ ପସନ୍ଦ କରି ଥାଆନ୍ତି। ଏହି ଟ୍ରେନ୍‌ ଯାତ୍ରା ବେଳେ ସମୟ ଅତିବାହିତ କରିବା ପାଇଁ ଲୋକେ ପ୍ରାୟତଃ ନିଜ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଥାଆନ୍ତି। ତେବେ ଯଦି ଆପଣଙ୍କ ମୋବାଇଲ୍‌ ଫୋନ୍‌ କୌଣସି କାରଣରୁ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଯାଏ, ତ ଆପଣ କ’ଣ କରିବେ? ଏମିତି ସ୍ଥିତିରେ ହୋଇପାରେ ଲୋକମାନେ ଚୁପ୍‌ ହୋଇ ବସି ରହିବେ ନଚେତ୍‌ ଟ୍ରେନ୍‌ର ଏମରଜେନ୍ସି ବ୍ରେକ୍‌(ଅଲାର୍ମ ଚେନ୍‌) ଟାଣିବେ। କିନ୍ତୁ ଆପଣଙ୍କୁ କହି ରଖୁଛୁ, ଏଥି ମଧ୍ୟରୁ କୌଣସି ବି ତରିକା ଠିକ୍‌ ନୁହେଁ। ଆଜି ଆମେ ଆପଣଙ୍କୁ ଟ୍ରେନ୍‌ରୁ ଗଳି ପଡ଼ିଥିବା ମୋବାଇଲ୍‌ ଫୋନ୍‌କୁ ପୁନଃ ଫେରି ପାଇବାର ଉପାୟ ବିଷୟରେ କହିବୁ।

ଟ୍ରେନ୍‌ରେ ଯାତ୍ରା ସମୟରେ ଯଦି ଆପଣଙ୍କ ମୋବାଇଲ ଫୋନ୍‌ ହଠାତ୍‌ ତଳକୁ ପଡ଼ିଯାଏ, ତ ପ୍ରଥମେ ଆପଣଙ୍କୁ ରେଲେଓ୍ଵ ଟ୍ରାକ୍‌ ପାର୍ଶ୍ୱରେ ରହିଥିବା ପୋଲ୍‌ରେ ଲିଖିତ ନମ୍ବର କିମ୍ବା ସାଇଡ୍‌ ଟ୍ରାକ୍‌ର ନମ୍ବର ନୋଟ୍‌ କରିନେବା ଉଚିତ। ଏହାପରେ ତୁରନ୍ତ ଅନ୍ୟ ଯାତ୍ରୀଙ୍କ ଫୋନ୍‌ ସାହାଯ୍ୟରେ ଆର୍‌ପିଏଫ୍‌ ଏବଂ ୧୮୨ ନମ୍ବରରେ ସୂଚନା ଦେବା ଉଚିତ। ଏହି ସମୟରେ ଆପଣ ସେମାନଙ୍କୁ କହିବେ ଯେ ଆପଣଙ୍କ ଫୋନ୍‌ କେଉଁ ପୋଲ୍‌ କିମ୍ବା ଟ୍ରାକ୍‌ ନମ୍ବର ପାଖରେ ଖସି ପଡ଼ିଛି। ଏହି ସୂଚନା ଦେବା ପରେ ରେଲେଓ୍ଵ ପୋଲିସକୁ ଆପଣଙ୍କ ଫୋନ୍‌ ଖୋଜିବାରେ ସହଜ ହେବ ଏବଂ ଫୋନ୍‌ ମିଳିବାର ସମ୍ଭାବନା ବି ଅନେକ ଗୁଣା ବଢ଼ିଯିବ। କାହିଁକିନା, ପୋଲିସ ତୁରନ୍ତ ସେହି ଜାଗାରେ ପହଞ୍ଚିଯିବ। ଏହାପରେ ଆପଣ ରେଲେଓ୍ଵ ପୋଲିସ ସହିତ ସମ୍ପର୍କ କରି ସମସ୍ତ ଆଇନ ପ୍ରକ୍ରିୟା ପୂରା କରିବା ପରେ ନିଜର ମୋବାଇଲ୍‌ ପ୍ରାପ୍ତ କରି ପାରିବେ।

ଏହି ନମ୍ବରରେ ମଧ୍ୟ ମାଗି ପାରିବେ ସାହାଯ୍ୟ

ରେଲେଓ୍ଵ ପ୍ରୋଟେକ୍ସନ ଫୋର୍ସ ଅର୍ଥାତ୍‌ ଆର୍‌ପିଏଫ୍‌ର ଅଲ୍‌ ଇଣ୍ଡିଆ ସିକ୍ୟୁରିଟି ହେଲ୍ପଲାଇନ ନମ୍ବର ହେଉଛି ୧୮୨। ଏହାକୁ ଆପଣ କୌଣସି ବି ସମୟରେ ଡାଏଲ କରି ସାହାଯ୍ୟ ମାଗି ପାରିବେ। ଏମିତିରେ ଜିଆର୍‌ପିର ହେଲ୍ପଲାଇନ ନମ୍ବର ହେଉଛି ୧୫୧୨। ଏହାକୁ ମଧ୍ୟ ଡାଏଲ କରି ସିକ୍ୟୁରିଟି ସାହାଯ୍ୟ ମଗା ଯାଇପାରିବ। ରେଳ ପାସେଞ୍ଜର ହେଲ୍ଫଲାଇନ ନମ୍ବର ହେଲା ୧୩୮। ଟ୍ରେନ୍‌ ଯାତ୍ରା ସମୟରେ କୌଣସି ବି ସମସ୍ୟା ଥିଲେ, ଏହି ନମ୍ବରରେ ଡାଏଲ କରି ସାହାଯ୍ୟ ମାଗି ପାରିବେ। କିନ୍ତୁ ଯଦି ଆପଣ କୌଣସି ଜରୁରୀ କାମ ନ ଥାଇ ଚଳନ୍ତା ଟ୍ରେନ୍‌ର ଚେନ୍‌ ଟାଣି ଦେଉଛନ୍ତି, ତା’ହେଲେ ଆପଣଙ୍କୁ ଭାରୀ ଜରିମାନା ସହ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ଜାଣନ୍ତୁ କେଉଁ ପରିସ୍ଥିତିରେ ଚେନ୍‌ ପୁଲ୍‌ କରି ପାରିବେ

୧. ଯଦି କୌଣସି ସହଯାତ୍ରୀ କିମ୍ବା ଛୋଟ ଛୁଆ ରହି ଯାଇଥିବେ ଏବଂ ଟ୍ରେନ୍‌ ଛାଡ଼ିବା ଆରମ୍ଭ କରି ଦେଇଥିବ

୨. ବୃଦ୍ଧ କିମ୍ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରେନ୍‌ରେ ଚଢ଼ାଇବା ପାଇଁ ସମୟ ଲାଗୁଥିବ ଏବଂ ଏହି ସ୍ଥିତିରେ ହଠାତ୍‌ ଟ୍ରେନ୍‌ ଛାଡ଼ି ଦେଉଥିବ

୩. ଟ୍ରେନ୍‌ରେ ନିଅାଁ ଲାଗିଗଲେ

୪. ହଠାତ୍‌ ବଗିରେ କାହାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଗଲେ(ଷ୍ଟ୍ରୋକ୍‌ କିମ୍ବା ହାର୍ଟ ଆଟାକ୍‌)

୫. ଟ୍ରେନ୍‌ରେ ଲୁଟ୍‌, ଚୋରି କିମ୍ବା ଡକାୟତି ଘଟଣା ଘଟିଲେ

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

55 seconds ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

44 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

52 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago