ସାବଧାନ୍‌ ! ଟଙ୍କା ବିଡା ଭିତରେ ନକଲି ନୋଟ ଥିଲେ FIR ସହ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ନୋଟ୍ ଅଦଳବଦଳ ସମୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଅତି ଚତୁରତାର ସହ ନକଲି ନୋଟ ସେଥିରେ ମିଶାଇ ଦିଅନ୍ତି । କିନ୍ତୁ ଏମିତି କରୁଥିଲେ ବେଳ ହୁଁ ସତର୍କ ହୋଇ ଯାଆନ୍ତୁ ।

ନୋଟ୍ ବନ୍ଦୀ ପରେ ଏବେ ନୋଟ୍ ବଦଳ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ଅର୍ଥାତ୍ ୨୩ ମେ ରୁ ଆରମ୍ଭ ହୋଇଛି ୨୦୦୦ ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା । ବ୍ୟାଙ୍କରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ କେତେକ ଅମାନିଆ ନିଜର ଅସାଧୁ ପ୍ରକୃତି ଉପଯୋଗ କରି ବ୍ୟବସାୟ ଆରମ୍ଭ କରି ଦିଅନ୍ତି । ଏହି ଅମାନିଆଙ୍କ ପାଇଁ ଏକ ସତର୍କ ଘଣ୍ଟି ବାଜିଛି । ଯଦି ଏପରି କରିବାକୁ ଚିନ୍ତା କରନ୍ତି ତେବେ ଏବେ ଠୁଁ ସତର୍କ ହୋଇ ଯାଆନ୍ତୁ ।

ନୋଟ୍ ଅଦଳବଦଳ ସମୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଅତି ଚତୁରତାର ସହ ନକଲି ନୋଟ ସେଥିରେ ମିଶାଇ ଦିଅନ୍ତି । କିନ୍ତୁ ଏମିତି କରୁଥିଲେ ବେଳ ହୁଁ ସତର୍କ ହୋଇ ଯାଆନ୍ତୁ । ଯଦି ଆପଣ ନକଲି ୨୦୦୦ ଟଙ୍କିଆ ନୋଟ୍ ବଦଳରେ ଅସଲି ନୋଟ୍ ନେବାକୁ ଚାହୁଁଛନ୍ତି ତେବେ ଏହା ମହଙ୍ଗା ପଡିପାରେ । ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କ ନାଁରେ ଏଫଆଇଆର ପଞ୍ଜିକୃତ ହେବ ବୋଲି ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କରେ ଦେଇଥିବା ଟଙ୍କା ବିଡା ମଧ୍ୟରୁ ଯଦି ୫ଟି ନୋଟ୍ ନକଲି ବାହାରେ ତେବେ ତାଙ୍କ ନାଁରେ ଏଫଆଇଆର ଦାଖଲ କରାଯିବ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇପାରେ ।

ତେବେ ଟଙ୍କା ବଦଳକୁ ନେଇ ଆଇବିଆଇ ଗଭର୍ଣ୍ଣର ବ୍ୟାଙ୍କ ପାଇଁ ଜାରି କରିଥିବା ନୂତନ ଗାଇଡଲାଇନ ଅନୁଯାୟୀ ଯେଉଁ ବ୍ୟକ୍ତି ୫୦,୦୦୦ ଟଙ୍କାରୁ ଅଧିକ ବଦାଳଇବେ ସେମାନଙ୍କୁ ତଥ୍ୟ ଦେବାକୁ ପଡିବ । ନିୟମ ଅନୁଯାୟୀ, ଆପଣ ଯେତେ ଟଙ୍କା ଚାହିଁବେ ସେତେ ଟଙ୍କା ବଦଳାଇ ପାରିବେ । ନୋଟ ବଦଳାଇବା ପାଇଁ ବ୍ୟାଙ୍କରେ ଭିଡ କରନ୍ତୁ ନାହିଁ ବୋଲି ଆରବିଆଇ ସୂଚନା ଦେଇଛନ୍ତି । ଲୋକଙ୍କ ପାଖେ ୪ ମାସର ସମୟ ମଧ୍ୟ ରହିଛି । ସେ କହିଛନ୍ତି ଯେ, ଲୋକଙ୍କ ପାଖେ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ଅବଧି ଥିବାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହାପରେ ମଧ୍ୟ ୨୦୦୦ ନୋଟ୍ ବୈଧ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.