Adhaarକୁ ନେଇ ସବୁ କନଫ୍ୟୁଜକୁ କରନ୍ତୁ ଦୂର, ଏଠାରେ ପଚାରନ୍ତୁ ପ୍ରଶ୍ନ ଆଉ ତୁରନ୍ତ ପାଆନ୍ତୁ ଉତ୍ତର

ଆଧାର କାର୍ଡ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ଏହି ଗୋଟିଏ କାର୍ଡ ସ୍କୁଲରେ ପିଲାଙ୍କର ଆଡମିସନ୍‌ ଠାରୁ ନେଇ ସରକାରୀ ଯୋଜନାର ଲାଭ ନେବା ପଯ୍ୟର୍ନ୍ତ ସବୁ କାମ ପାଇଁ ଜରୁରୀ। ଆଧାରରେ ଜଣେ ନାଗରିକଙ୍କ ବାୟୋମେଟ୍ରିକ ଏବଂ ଡେମୋଗ୍ରାଫିକ ବିବରଣୀ ରହିଥାଏ। ଏଥିରେ ମୋବାଇଲ୍‌ ନମ୍ବର, ନାମ, ଠିକଣା, ଆଙ୍ଗୁଠୀ ଚିହ୍ନ ବା ଟିପ ଚିହ୍ନ, ଆଖି ଚିହ୍ନ ଆଦିର ପରିଚୟ ଦିଆଯାଇଥାଏ। ଆଧାରରେ ୧୨ ନମ୍ବରର ୟୁନିକ ନମ୍ବର ମଧ୍ୟ ଦିଆଯାଇଥାଏ।

ଆଧାରକୁ ନେଇ ସବୁବେଳେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଙ୍କି ମାରିଥାଏ, କିନ୍ତୁ ସେମାନଙ୍କୁ ଜଣାନଥାଏ ଯେ କେଉଁଠୁ ଉଚିତ ସୂଚନା ମିଳିପାରିବ। ଏଥିପାଇଁ ଅନେକ ଲୋକ ଦ୍ୱନ୍ଦ୍ୱରେ ବି ଥାଆନ୍ତି। ଯଦି ଆଧାରକୁ ନେଇ ଆପଣଙ୍କ ମନରେ କୌଣସି ପ୍ରଶ୍ନ ରହିଛି ତାହେଲେ ଆପଣ ସହଜରେ ଘରେ ବସି ଏହାର ଉତ୍ତର ପାଇପାରିବେ। ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ ବହୁତ ଭଲ ମାଧ୍ୟମ ହୋଇପାରିଛି।

aadhaarଆଧାର କାର୍ଡ ଜାରୀ କରୁଥିବା ସଂସ୍ଥା ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟୀ ଅଫ୍‌ ଇଣ୍ଡିଆ ଫେସବୁକ ପେଜ @AdhaarOfficial ଜରିଆରେ ୟୁଜର୍ସଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଇଥାଏ। ଆପଣ ଏଠାରେ ଯୋଡି ହୋଇ ନିଜ ମନରେ ଆସୁଥିବା ପ୍ରଶ୍ନକୁ ଡାଇରେକ୍ଟ ମେସେଜରେ ପଚାରିପାରିବେ।

ଆପଣଙ୍କୁ ଏହି ପେଜର ଟାଇମଲାଇନରେ ପ୍ରଶ୍ନ ପଚାରିବାର ନାହିଁ। ଏହାବ୍ୟତୀତ ଆଧାର ଟ୍ଵିଟର ହ୍ୟାଣ୍ଡେଲରେ @Adhaar_careରେ ମଧ୍ୟ ପ୍ରଶ୍ନ ପଚାରିପାରିବେ।

ସେହିପରି ୟୁଆଇଡିଆଇ ୱେବସାଇଟରେ ୟୁଜର୍ସଙ୍କୁ ଚାଟବକ୍ସର ମଧ୍ୟ ବିକଳ୍ପ ମିଳିଥାଏ। ଏହା ଜରିଆରେ ୟୁଜର୍ସ ଆଧାର ସହ ଜଡିତ ନିଜର ସମସ୍ତ ଅଭିଯୋଗ ଏବଂ ପ୍ରଶ୍ନ ପାଇପାରିବେ। ଏଥିପାଇଁ ୱେବସାଇଟ ହୋମ ପେଜରେ ମହଜୁଦ ଥିବା ଚାଟବକ୍ସ ଆଇକନ୍‌ ଉପରେ କ୍ଲିକ କରିବାକୁ ହୋଇଥାଏ। ଏଠାରେ ଆପଣ ଅଧାର ସହ ଜଡିତ କୌଣସି ବି ପ୍ରଶ୍ନ ପଚାରିପାରିବେ।