ଚାକିରିଆଙ୍କ ପାଇଁ ଜରୁରୀ ସୂଚନା, ଏହିସବୁ ଡକ୍ୟୁମେଣ୍ଟ ନ ଦେଲେ କଟିପାରେ ଆପଣଙ୍କ ଦରମା

ଯଦି ଆପଣ ଚାକିରି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ, କାରଣ ଯେଉଁ ବ୍ୟକ୍ତିଙ୍କର ଦରମା ଆୟକର ସୀମା (income tax) ପରିସର ଭିତରେ ଆସିଥାଏ, ତେବେ ସେହି ବ୍ୟକ୍ତିମାନଙ୍କୁ ନିଜର ଇନଭେଷ୍ଟମେଣ୍ଟ ପ୍ରୁଫ୍‌ ଜମା କରିବାକୁ ପଡିବ। କମ୍ପାନୀ ନିଜର କର୍ମଚାରୀମାନଙ୍କ ଠାରୁ ଡିସେମ୍ବର ଶେଷରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ସମସ୍ତ ଡକ୍ୟୁମେଣ୍ଟ ଜମା କରିଥାନ୍ତି। କିନ୍ତୁ କିଛି କର୍ମଚାରୀଙ୍କୁ ଏହି ସୂଚନା ଜଣାନଥିବାରୁ ସେମାନେ ନିଜର ସଠିକ୍‌ ଦରମା ପାଇ ପାରିନଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ କମ୍ପାନୀରେ ଏହି ଜରୁରୀ ପ୍ରମାଣ ପତ୍ର କାହିଁକି ଜମା କରାଯାଇଥାଏ।

ଜାଣନ୍ତୁ କାହିଁକି ଜମା କରାଯାଇଥାଏ ଡକ୍ୟୁମେଣ୍ଟ:

ମାର୍ଚ୍ଚ ମାସ ପୂର୍ବରୁ କମ୍ପାନୀ ଆପଣଙ୍କ ଠାରୁ ପୂର୍ବ ମାସରେ କରାଯାଇଥିବା ଇନଭେଷ୍ଟମେଣ୍ଟ ପ୍ରମାଣ ମାଗିଥାନ୍ତି, କାରଣ କମ୍ପାନୀ ଆପଣଙ୍କ ଦ୍ୱାରା ଟ୍ୟାକ୍ସ ବଞ୍ଚାଇବା ପାଇଁ କରାଯାଉଥିବା ଇନଭେଷ୍ଟମେଣ୍ଟ ଯାଞ୍ଚ କରିଥାଏ। ଆପଣଙ୍କୁ ଶେଷରେ ଟ୍ୟାକ୍ସ ଅଧିକା କିମ୍ବା କମ ଦେବାର ସମସ୍ୟାରୁ ରକ୍ଷା କରିବା ପାଇଁ କମ୍ପାନୀ ଏଭଳି କରିଥାଏ।

କମ୍ପାନୀ ପ୍ରତ୍ୟେକ ମାସରେ ଆପଣଙ୍କ ଦରମାରୁ ଟ୍ୟାକ୍ସ କାଟିଥାଏ, କିନ୍ତୁ ମାର୍ଚ୍ଚ ମାସ ପୂର୍ବରୁ କମ୍ପାନୀ ଆପରଙ୍କ ଦ୍ୱାରା କରାଯାଇଥିବା ଇନଭେଷ୍ଟମେଣ୍ଟ ଡିକ୍ଲେରେଶନକୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟରେ ଜମା କରିଥାଏ। ଏଭଳି କରିବା ଦ୍ୱାରା କମ୍ପାନୀ ଏବଂ ଆପଣଙ୍କୁ କୌଣସି ସମସ୍ୟା ହୋଇନଥାଏ।

ଯଦି ଆପଣ ଜୀବନ ବା ହେଲ୍ଥ ପଲିସିରେ ଟଙ୍କା ଜମା କରିଥାନ୍ତି ତେବେ ତାହାର ପ୍ରିମିୟମ ରସିଦ୍‌ ଦେବାକୁ ପଡିବ। ହେଲ୍ଥ ପଲିସିର ଅବଧିରେ ଯଦି ଆପଣ କିମ୍ବା ପରିବାରର କୌଣସି ସଦସ୍ୟ ହସ୍ପିଟାଲରେ ଚିକିତ୍ସା କରାିଥାନ୍ତି ତେବେ ସେହି ରସିଦ୍‌ ଦେବାକୁ ପଡିବ। ସେହିଭଳି ଯଦି ଆପଣ ନ୍ୟାସନାଲ ପେନସନ୍‌ ସିଷ୍ଟମ, ନ୍ୟାସନାଲ ସେଭିଂ ସ୍କିମ୍‌, ମ୍ୟୁଚୁଅଲ ଫଣ୍ଡ, ପିପିଏଫ ରେ ଟଙ୍କା ଲଗାଇଥାନ୍ତି ତେବେ ଇନକମ ଟ୍ୟାକ୍ସରେ ସେଭିଂ ପାଇଁ ଆପଣ ଏହାର ପ୍ରମାଣ ମଧ୍ୟ ନିଜ ଅଫିସ୍‌ ରେ ଜମା କରିପାରିବେ। ଏଥିପାଇଁ ଆପଣ ଏହାର ଆକାଉଣ୍ଟ ଷ୍ଟେଟମେଣ୍ଟ ଅଥବା ପାସବୁକ୍‌ର ଫଟୋ କପି ଜମା କରିପାରିବେ।

ଯଦି ଆପଣ ଭଡା ଘରେ ରହୁଥାନ୍ତି ତେବେ ମଧ୍ୟ ଆପଣ ଟ୍ୟାକ୍ସରୁ ରକ୍ଷା ପାଇପାରିବେ। ଏଥିପାଇଁ ଆପଣଙ୍କୁ ନିଜ କମ୍ପାନୀରେ ଭଡାରେ ନେଇଥିବା ଘରର ରସିଦ୍‌ ଜମା କରିବାକୁ ପଡିବ। ଏଥିସହ ଯଦି ଆପଣ ଚଳିତ ବର୍ଷ କୌଣସି ପ୍ରକାର ପ୍ରପଟିରେ ନିବେଶ କରିଥାନ୍ତି କିମ୍ବା ଏଥିପାଇଁ ବ୍ୟାଙ୍କ ବା ଏନବିଏଫସି କମ୍ପାନୀରୁ ଲୋନ୍‌ ନେଇଥାନ୍ତି ତେବେ ଟ୍ୟାକ୍ସ ସେଭିଂଗ ପାଇଁ ଆପଣଙ୍କୁ ଲୋନ ରିପେମେଣ୍ଟର ପ୍ରମାଣ ଦେବାକୁ ପଡିବ।

ଏହାବ୍ୟତୀତ ଆପଣ ପିଲାମାନଙ୍କ ପାଠ ପଢା ପାଇଁ ଏଜୁକେସନ ଲୋନର ରିପେମେଣ୍ଟ କରିବାରେ ମଧ୍ୟ ଆପଣଙ୍କୁ ଟ୍ୟାକ୍ସର ଛୁଟ୍‌ ମିଳିଥାଏ। ଏହିଭଳି ଟ୍ୟାକ୍ସରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ନିଜ ବ୍ୟାଙ୍କରୁ ରିପେମେଣ୍ଟର ରସିଦ୍‌ ନେବାକୁ ପଡିବ ଏବଂ ଅଫିସରେ ଜମା କରିବାକୁ ପଡିବ। ଯଦି ଆପଣ ପିଲାମାନଙ୍କ ସ୍କୁଲ ଫିସ୍‌ ଦେଉଥାନ୍ତି ତେବେ ତାହାର ଅରଜିନାଲ ରସିଦ୍‌ ମଧ୍ୟ ଆପଣଙ୍କୁ ଜମା କରିବାକୁ ପଡିବ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

9 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

17 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

23 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

32 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

34 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

41 mins ago