ଭୁଲରେ ଯଦି ଆପଣଙ୍କର ଟ୍ରାଫିକ ଚାଲାଣ କଟେ ତେବେ ତୁରନ୍ତୁ ଏଠାକୁ ଯାଇ ଅଭିଯୋଗ କରନ୍ତୁ , ଭରିବାକୁ ପଡ଼ିବ ନାହିଁ ଜରିମାନା

ଯଦି ଆପଣଙ୍କୁ ଏମିତି ଲାଗୁଛି ଯେ ଟ୍ରାଫିକ ପୋଲିସ ଆପଣଙ୍କ ଠୁ ଭୁଲ ଉପାୟରେ ଚାଲାଣ କାଟିଛି ତେବେ ସତର୍କ ରୁହନ୍ତୁ। ଆଦୌ ଚିନ୍ତା କରନ୍ତୁ ନାହିଁ। ବରଂ ଚାଲାକ ହୋଇ ଏହା ସମ୍ବନ୍ଧରେ ବରିଷ୍ଠ ଅଧିକାରୀ ଯେମିତିକି ଟ୍ରାଫିକ କମିଶନର ଓ ଏସପି ଟ୍ରାଫିକଙ୍କ ପାଖରେ ଅଭିଯୋଗ କରିପାରିବେ।

ଦର୍ଶକବନ୍ଧୁ ଆପଣ ଜାଣିଛନ୍ତ ଟ୍ରାଫିକ ରୁଲ ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ଟି ଯାନବାହନ ପାଇଁ ପ୍ରଣୟନ ହୋଇଛି। ଏମିତିରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ସହିତ ରାସ୍ତାରେ ଘଟୁଥିବା ଅନୈତିକ କାଯ୍ୟ ପାଇଁ ପିସିଆର ଭ୍ୟାନ ବୁଲି ତଦାରଖ କରୁଥାଏ। ତେବେ ଆମେ ଯଦି ଟ୍ରାଫିକ ରୁଲ ବିଷୟରେ କହିବା ତେବେ ଏହାକୁ ଭଙ୍ଗ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦଣ୍ଡ ଲାଗୁ ହୋଇଥାଏ। ଏମିତିରେ ହୁଏତ କିଛି ଜଣଙ୍କୁ ଅଳ୍ପ ଟଙ୍କା ଫାଇନ ଭରିବାକୁ ପଡେ। ନଚେତ କିଛ ଜଣ ୧୦ ହଜାର ରୁ ଉର୍ଦ୍ଧ୍ୱ ଫାଇନ ମଧ୍ୟ ଦେଇଥାନ୍ତି। ଏମିିତିକି ଜେଲ ମଧ୍ୟ ଯିବାକୁ ପଡ଼ିଥାଏ। ତେଣୁ ଏଥିପାଇଁ ଆପଣଙ୍କ ପାଖେ ସବୁ ଡକ୍ୟୁମେଣ୍ଟ ଥିବା ଜରୁରୀ।

ତେବେ ଯଦି କେହି ଆପଣଙ୍କୁ ଠକି କିମ୍ବା ଭୁଲରେ ଚାଲାଣ କାଟିଛି ଆଉ ଆପଣ ଏହାକୁ ଜାଣିପାରିଛନ୍ତି। ତେବେ ବେଶି କିଛି ନଭାବି ଆରାମରେ ଏଥିନିମନ୍ତେ ଅଭିଯୋଗ କରିପାରିବେ। ଅନେକ ଲୋକଙ୍କର ଏହି ଅଭିଯୋଗ ଥାଏ ଯେ ସେମାନେ କୌଣସି ରୁଲ ନଭାଙ୍ଗି ମଧ୍ୟ ସେମାନଙ୍କର ଭୁଲ ତରିକାରେ ଚାଲାଣ କଟାଯାଇଛି। ଆଉ ସେମାନେ ଜବରଦସ୍ତି ଚାଲାଣ ଭରିଥାନ୍ତ ମଧ୍ୟ।

ଯଦି ଆପଣଙ୍କ ସହ ଏପରି ଘଟିଛି। ଆପଣ ବି ଭୁଲ ତରିକାରେ ଜବରଦସ୍ତି ଚାଲାଣ ଭରିଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ବରଂ ଏହସମ୍ପର୍କରେ ଅଭିଯୋଗ କରନ୍ତୁ। ଏଥିପାଇଁ ଆପଣଙ୍କ ପାଖରେ ବେସିକ ତଥ୍ୟ ରହିବା ଜରୁରୀ। ଯେମିତିକି ଆପଣଙ୍କୁ ଜଣାଥିବା ଦରକାର ଯେ ଭୁଲ ଉପାୟରେ ଆପଣଙ୍କଠୁ ଚାଲାଣ କଟାଯାଉଛି ଏବଂ କଣ କଲେ ଆପଣ ଏଥିରୁ ଛୁଟକାରା ପାଇପାରିବେ।

ତେବେ ଏଥିପାଇଁ ପ୍ରଥମେ ଲିଖିତ ଆକାରରେ ଅଭିଯୋଗ ଲେଖି ଟ୍ରାଫିକ କମିଶନର ଓ ଏସପି ଟ୍ରାଫିକଙ୍କୁ ଦେଇପାରିବେ। ଏହାସହ ଚାଲାଣ କଟିଥିବାର ପ୍ରୁଫ ମଧ୍ୟ ଦେଇପାରିବେ। ଯଦି ଆପଣଙ୍କ ଦେଇଥିବା ପ୍ରୁଫ ସଠିକ ଥିବ ତେବେ ଆପଣଙ୍କୁ ଚାଲାଣ ଫେରସ୍ତ କରାଯିବ। ମନେ ରଖନ୍ତୁ ଯଦି ପ୍ରୁଫ ନାହିଁ ତେବେ ବି ଆପଣ ଏହି ଅଭିଯୋଗ କରିପାରିବେ। ଏହାପରେ ଆପଣଙ୍କ ଚାଲାଣ ରଦ୍ଧ ହୋଇଯିବ।

ଯଦି ଏହାପରେ ବି ଆପଣଙ୍କ କାମ ହୋଇପାରୁ ନାହିଁ ତେବେ ଆପଣ କୋର୍ଟରେ ଏହାକୁ ନେଇ ସବମିଟ କରିପାରିବେ। ଏହାକୁ ନେଇ ଚ୍ୟାଲେଞ୍ଜ କରିପାରିବେ । ଆଉ ଏହା ସମ୍ବନ୍ଧିତ ସମସ୍ତ ତଥ୍ୟ ଦେବେ। କୋର୍ଟକୁ ଆପଣ ଏହାର ପ୍ରୁଫ ଦେବାକୁ ହେବ। ଏହାପରେ କୋର୍ଟର ରାୟ ଅନୁସାରେ ଚାଲାଣକୁ ରଦ୍ଧ କରାଯାଇପାରିବ। ଆପଣଙ୍କୁ ଜରିମାନା ଭରିବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.