ବ୍ୟବସାୟ ଓ ଅର୍ଥନୀତି

ପିଏଫ୍‌ ଖାତା ଥିଲେ ଫ୍ରିରେ ମିଳିବ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଜାଣନ୍ତୁ ନିୟମ ଓ ସର୍ତ୍ତ

ନୂଆଦିଲ୍ଲୀ : ଆପଣଙ୍କ ପାଖରେ ପିଏଫ୍‌ ଖାତା ଅଛି କି ? ଯଦି ଅଛି, ଆପଣଙ୍କୁ ଫ୍ରିରେ ମିଳିବ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଇଫ୍‌ ଇନ୍‌ସୁ୍ୟୃରାନ୍ସ କଭରେଜ୍‌ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ସମସ୍ତ ଭବିଷ୍ୟ ନିଧି(ପିଏଫ୍‌) ଖାତାଧାରୀଙ୍କୁ ମାଗଣାରେ ଲାଇଫ୍‌ କଭରେଜ୍‌ ଦେଉଛନ୍ତି ।

ଇପିଏଫ୍‌ଓ ସବ୍ସକ୍ରାଇବର୍‌ ନିଜର ପିଏଫ୍‌ କିମ୍ବା ଇପିଏଫ୍‌ ଖାତା ଖୋଲିବା ପରେ ଇଡ଼ିଏଲ୍‌ଆଇ ୧୯୭୬ ନିୟମ ଅନୁଯାୟୀ ମାଗଣାରେ ବିମା କରାଯିବ । ଇପିଏଫ୍‌ଓ ସବ୍ସକ୍ରାଇବର୍‌ ନିଜର ମାସିକ ମୂଳ ବେତନର ୨୦ ଗୁଣ କିମ୍ବା ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଇଫ୍‌ କଭର, ଯେଉଁଟା କମ୍‌ ହେବ ତାହା ପାଇବାକୁ ହକ୍‌ଦାର୍‌ ।

ଟ୍ୟାକ୍ସ ଓ ନିବେଶ ଏକ୍ୱପର୍ଟଙ୍କ ଅନୁଯାୟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗାଗ୍ରସ୍ତ, ହଠାତ୍‌ ମୃତ୍ୟୁ କିମ୍ବା ସାଧାରଣ ମୃତ୍ୟୁ ମାମଲାରେ ଇପିଏଫ୍‌ଓ ସବ୍ସକ୍ରାଇବର୍‌ଙ୍କ ନୋମିନୀ ବୀମା କ୍ଲେମ୍‌ କରି ପାରିବେ ।

ଲାଇଫ୍‌ କଭର ପାଇବା ପାଇଁ କେଉଁମାନେ ଯୋଗ୍ୟ

ସମସ୍ତ ଇପିଏଫ୍‌ଓ ଗ୍ରାହକ ୬ ଲକ୍ଷ ପର୍ଯ୍ୟନ୍ତ ଲାଇଫ୍‌ କଭର ପାଇବାକୁ ଯୋଗ୍ୟ ଅଟନ୍ତି । ତେବେ ତାଙ୍କର କୈାଣସି ଗ୍ରୁପ୍‌ ଇନ୍‌ସ୍ୟୁରାନ୍ସ ନଥିବା ଆବଶ୍ୟକ । ଏହି ଇଡ଼ିଏଲ୍‌ଇ ଲାଇଫ୍‌ କଭରରେ ସାଧାରଣତଃ କାରଖାନା ଶ୍ରମିକମାନେ ଲାଭ ପାଇଥାନ୍ତି । କାରଣ ଏମାନଙ୍କୁ ଏମାନଙ୍କର କମ୍ପାନୀ ଦ୍ୱାରା ସମୂହ ବୀମା କଭର ଦିଆ ଯାଇନଥାଏ । ଭଲ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ସାଧାରଣତଃ ସାମୂହିକ କଭର ବୀମା ଦିଆଯାଇଥାଏ । ହେଲେ ସେମାନଙ୍କୁ ସମୂହ ପ୍ରିମିୟମ୍‌ ଦେବାକୁ ପଡ଼ିଥାଏ ।

ଇଡିଏଲ୍‌ଆଇ କ୍ଲେମ୍‌ ପ୍ରୋସେସ୍‌

– ନୋମିନୀ ଦେୟ ରାଶି ପାଇଁ କ୍ଲେମ୍‌ କରିପାରିବେ
– ଯଦି କେହି ନୋମିନୀ ନଥାନ୍ତି ତାହେଲେ ମୃତକଙ୍କ ପରିବାର ସଦସ୍ୟ କ୍ଲେମ୍‌ କରି ପାରିବେ
– ପରିବାରର ଜୀବିତ ସଦସ୍ୟ ଦ୍ୱାରା କରାଯାଉଥିବା କ୍ଲେମ୍‌ ଅନୁଯାୟୀ ବଡ଼ ପୁଅ କିମ୍ବା ବିବାହିତ ଝିଅ କ୍ଲେମ୍‌ କରିପାରିବେନି ଯଦି ତାଙ୍କର ସ୍ୱାମୀ ଜୀବିତ ଥାଆନ୍ତି ।
– ଯଦି କେହି ନୋମିନୀ କିମ୍ବା ପରିବାରର ଯୋଗ୍ୟ ସଦସ୍ୟ ଜୀବିତ ନଥାନ୍ତି ତେବେ ଆଇନତଃ ପୁତ୍ର କ୍ଲେମ୍‌ କରିପାରିବେ
– ଯଦି ନୋମିନୀ ବା ଆଇନତଃ ଉତ୍ତରାଧିକାରୀ ନାବାଳକ ହୋଇଥାନ୍ତି ତେବେ ଆଇନତଃ ଅଭିଭାବକ କ୍ଲେମ୍‌ କରିପାରିବେ ।
– ଇଡିଏଲ୍‌ଆଇ କ୍ଲେମ୍‌ ସେତେବେଳେ ହୁଏ ଯଦି ମୃତ ବ୍ୟକ୍ତି ମୃତୁ୍ୟୃ ସମୟରେ ସକ୍ରୀୟ ଭାବେ କାମ କରୁଥିବେ
– କ୍ଲେମ୍‌ ପାଇଁ ଆବେଦନ କମ୍ପାନୀ ଜରିଆରେ ହେବା ଜରୁରୀ
– କମ୍ପାନୀ ଯଦି କ୍ଲେମ୍‌ ଭେରଫାଏ କରି ନପାରେ ତେବେ ମାଜିଷ୍ଟ୍ରେଟ୍‌, ଗେଜେଟେଡ଼୍‍ ଅଫିସର,ଗ୍ରାମ ପଞ୍ଚାୟତ ଅଧ୍ୟକ୍ଷ/ସଚିବ/ସଦସ୍ୟ,ସାଂସଦ କିମ୍ବା ଦିଧାୟକ ଭେରିଫାଏ କରିପାରିବେ ।

Niharanjan

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

27 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

34 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago