ଯଦି ଆପଣଙ୍କ ପାଖରେ ଅଛି ୧ ଟଙ୍କିଆ ଏହି ପୁରୁଣା ନୋଟ, ତ ଘରେ ବସି ହିଁ ହୋଇପାରିବେ ମାଲାମାଲ, ଜାଣନ୍ତୁ କେମିତି

ଯଦିଓ ଭାରତ ସରକାର ୧ ଟଙ୍କିଆ ନୋଟ ଛାପିବା ବନ୍ଦ କରିଦେଇଛନ୍ତି, କିନ୍ତୁ ଯଦି ଆପଣଙ୍କ ପାଖରେ ଏହି ନୋଟ ଅଛି, ତା’ହେଲେ ଏହା ଆପଣଙ୍କୁ ହଜାର ହଜାର ଟଙ୍କା ଦେଇପାରିବ। ଏକ ଅନଲାଇନ ପ୍ଲାଟଫର୍ମରେ ଏଥିପାଇଁ ଆପଣଙ୍କୁ ୪୫,୦୦୦ ଟଙ୍କା ଦିଆଯାଉଛି।

ଏହା ଉପରେ ୧୯୫୭ରେ ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣ୍ଣର ଏଚଏମ ପଟେଲଙ୍କ ହସ୍ତାକ୍ଷର ରହିଛି। ଏହାସହିତ ନୋଟର ସିରିୟଲ ନମ୍ବର ହେଉଛି, ୧୨୩୪୫୬। ଆପଣଙ୍କୁ ଜଣାଇ ଦେଉଛି, ଆଜକୁ ୨୬ ବର୍ଷ ପୂର୍ବେ ଭାରତ ସରକାର ୧ ଟଙ୍କିଆ ନୋଟ ନ ଛାପିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୨୦୧୫ ଜାନୁୟାରୀ ୧ରୁ ଏହି ନୋଟ ଛପା କାମ ପୁଣିଥରେ ଆରମ୍ଭ କରାଯାଇଥିଲା। ତଥାପି ଅନେକ ଲୋକଙ୍କ ପାଖରେ ସେହି ପୁରୁଣା ନୋଟ ଏବେ ବି ସାଇତି ରହିଥିବ।

ଜାଣନ୍ତୁ କେଉଁଠି ମିଳୁଛି ୪୫,୦୦୦ ଟଙ୍କା

ରିପୋର୍ଟ ମୁତାବକ, ଏହି ୧ ଟଙ୍କିଆ ନୋଟକୁ କଏନ ବଜାର ୱେବସାଇଟରେ ବିକା ଯାଇପାରିବ। ୧ ଟଙ୍କିଆ ପୁରୁଣା ନୋଟ ପାଇଁ ସମ୍ପୂର୍ଣ୍ଣ ରାଶି ୪୯,୯୯୯ ଟଙ୍କା ଦିଆଯାଉଛି। କିନ୍ତୁ ଡିସକାଉଣ୍ଟ ପରେ ୱେବସାଇଟ ୪୪,୯୯୯ ଟଙ୍କା ଫିକ୍ସଡ କରି ଦେଇଛି। ଏଥିପାଇଁ ଆପଣଙ୍କୁ ୱେବସାଇଟର ଶପ ସେକ୍ସନକୁ ଯିବାକୁ ପଡ଼ିବ। ଏହାପରେ ନୋଟ ବଣ୍ଡଲର କ୍ୟାଟେଗରୀକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ପୂରା ସୂଚନା ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.