ଭୁବନେଶ୍ୱର IIWMରେ ବମ୍ପର ନିଯୁକ୍ତି: କେବଳ ଇଣ୍ଟରଭ୍ୟୁ ଦେଇ ପାଇପାରିବେ ଚାକିରି, ଦରମା ୩୫,୦୦୦

ଓଡ଼ିଶାରେ ନିଯୁକ୍ତି ସୁଯୋଗ। ଭୁବନେଶ୍ୱରସ୍ଥିତ ଆଇସିଏଆର୍‌-ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ଵାଟର ମ୍ୟାନେଜମେଣ୍ଟ (IIWM) ପକ୍ଷରୁ ଏହି ନିଯୁକ୍ତି ପ୍ରକ୍ରିୟା ଆୟୋଜିତ ହେଉଛି। ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। କାରଣ ଏହି ସୁଯୋଗ କେବେ ସୀମିତ ପାଇଁ ଉପଲବ୍ଧ ହେଉଛି। ଆଇଆଇଡବ୍ଲ୍ୟୁଏମ୍‌ (IIWM) ପକ୍ଷରୁ ସିନିୟର ରିସର୍ଚ୍ଚର ଫେଲୋ (SRF), ୟଙ୍ଗ୍‌ ପ୍ରଫେସନାଲ-II (YP-II), ୟଙ୍ଗ୍‌ ପ୍ରଫେସନାଲ-I (YP-I) ଓ ଫିଲ୍ଡ ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଆଇସିଏଆର୍‌ର ଗାଇଡ୍‌ଲାଇନ୍‌ ମୁତାବକ ତଥା କନ୍‌ଟ୍ରାକ୍‌ଚୁଆଲି ହେବ।

ଇଣ୍ଟରଭ୍ୟୁ ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟା ଆୟୋଜିତ ହେବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁରର ଆଇଆଇଡବ୍ଲ୍ୟୁଏମ୍‌ରେ ଧାର୍ଯ୍ୟ ତାରିଖରେ ଉପସ୍ଥିତ ହୋଇ ଇଣ୍ଟରଭ୍ୟୁ ଦେଇପାରିବେ।

ନିଯୁକ୍ତି ବିବରଣୀ:

NICRA-CGC Project- SRF-1 ପଦ, YP-I -1 ପଦ

NePPA Project- SRF-1 ପଦ, YP-II- 1 post, YP-I- 1 ପଦ

ICAR- CIMMYT project- ଫିଲ୍ଡ ଆସିଷ୍ଟାଣ୍ଟ – 1 ପଦ

ଶିକ୍ଷାଗତ ଯୋଗ୍ୟତା:

୧୦ମ ପାସ୍‌, ଆଇଟିଆଇ, ଡିପ୍ଲୋମା, ସ୍ନାତକ ଡିଗ୍ରୀ, ପିଜି

ବୟସ ସୀମା:

ଏସ୍‌ଆରଏଫ୍‌(SRF) ପାଇଁ ପୁରୁଷଙ୍କ ପାଇଁ ୩୫ ବର୍ଷ, ମହିଳାଙ୍କ ପାଇଁ ୪୦ ବର୍ଷ

YP—II ଓ YP-I: ୪୫ ବର୍ଷ

ଫିଲ୍ଡ ଆସିଷ୍ଟାଣ୍ଟ ପାଇଁ ପୁରୁଷଙ୍କ ପାଇଁ ୩୫ ବର୍ଷ, ମହିଳାଙ୍କ ପାଇଁ ୪୦ ବର୍ଷ

ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ପାଇଁ ବୟସରେ ଛାଡ଼ କରାଯାଇଛି।

ନିଯୁକ୍ତି ସ୍ଥାନ:

ICAR-IIWM, ଭୁବନେଶ୍ୱର କିମ୍ବା ଆବଶ୍ୟକତା ଅନୁସାରେ ଭାରତର ଯେକୌଣସି ସ୍ଥାନରେ

ଦରମା:

SRF-୩୧,୦୦୦

YP-I- ୨୫,୦୦୦

YP-II- ୩୫,୦୦୦

ଫିଲ୍ଡ ଆସିଷ୍ଟାଣ୍ଟ-୧୮,୭୯୭

ଇଣ୍ଟରଭ୍ୟୁ ତାରିଖ ଓ ସମୟ:

ଫେବ୍ରୁଆରୀ ୨୬, ୨୦୨୨

ଇଣ୍ଟରଭ୍ୟୁ ପାଇଁ ଆସିବା ବେଳେ ପ୍ରାର୍ଥୀ ନିଜ ସହ ବାୟୋଡାଟା, ଗୋଟିଏ ଫଟୋ ଏବଂ ସେଲ୍ଫ ଆଟେଷ୍ଟେଡ୍‌ ସାର୍ଟିଫିକେଟ୍‌ର ଜେରକ୍ସ ନେଇ ଆସିବେ। ଏଥି ସହ ସାଙ୍ଗରେ ସମସ୍ତ ଅସଲି ସାର୍ଟିଫିକେଟ୍‌, ବୟସ ପ୍ରମାଣ ପତ୍ର, ଅଭିଜ୍ଞତା ସାର୍ଟିଫିକେଟ୍‌ ଆଣିବାକୁ ନୋଟିସ୍‌ରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.