ଆକ୍ସିଡେଣ୍ଟ ହୋଇଗଲେ ଚିନ୍ତା କରନ୍ତୁ ନାହିଁ, ନଫସିବା ପାଇଁ ତୁରନ୍ତ କରନ୍ତୁ ଏହି କାମ

ରାସ୍ତାରେ ଯିବା ସମୟରେ କେତେବେଳେ ଯେ କେଉଁ ଦୁର୍ଘଟଣା ଘଟିଯାଏ ତାହା କାହାକୁ ଜଣାନଥାଏ। ଏମିତିରେ ଅନେକ ଜଣ ଅଜାଣତରେ ଆକ୍ସିଡେଣ୍ଟର ମଧ୍ୟ ଶିକାର ହୋଇଯାନ୍ତି। ତେଣିକି ତାଙ୍କ ଦୋଷ ଥାଉ ଅବା ନଥାଉ। କିନ୍ତୁ ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମିତିକି ଜେଲ ଚକ୍କର ନେବାକୁ ପଡେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏମିତି କଣ କଲେ ଆପଣ ରୋଡ ଆକ୍ସିଡେଣ୍ଟ ହେଲେ ମଧ୍ୟ କିଛି ଚିନ୍ତା କରିବାର ନାହିଁ। ଖୁବ ସହଜରେ ଆପଣ ହିଁ ସମସ୍ୟାରୁ ମୁକୁଳିଯିବେ।

ବ୍ୟସ୍ତ ବହୁଳ ଜୀବନରେ ଏବେ ସମସ୍ତେ ଘରୁ ବାହାରିକି କେମିତି ଅଫିସରେ ପହଞ୍ଚିବେ। ଯେମିତି ବସ୍‌ ଗାଳି ନଦିଅନ୍ତୁ। ପୁଣି କାମ ସରିଲେ ଘରକୁ ରିଟର୍ଣ୍ଣ। ଏ ହଡବଡିରେ ଗାଡ଼ି କୁ ଜଲଦି ଚଲାଇବା ଏବେ ଗୋଟିଏ ସାଧାରଣ କଥା। ଏମିତିରେ ରୋଡ ଆକ୍ସିଡେଣ୍ଟର ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଲାଣି। କିିଛି ଲୋକ ଙ୍କ ଅଜାଣତରେ ଦୁର୍ଘଟଣା ହୋଇଯାଏ । ଯାହାକୁ ନେଇ ସେମାନେ ଚିନ୍ତାରେ ଥାନ୍ତି। କିନ୍ତୁ ମାନିଯାନ୍ତୁ ଯେ ଆପଣ ଏକ ଆକ୍ସିଡେଣ୍ଟ ଘଟଣାରେ ସାମିଲ ଅଛନ୍ତି। ଆପଣ ସେଥିରେ ଦୋଷୀ ଥାନ୍ତୁ କି ନଥାନ୍ତୁ। ଏମିତିରେ ଆପଣ କିିିଛି କଥାକୁ ଧ୍ୟାନ ରଖନ୍ତୁ। ଏହି କଥାକୁ ମାନିଲେ ଆପଣ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ।

ଦୁର୍ଘଟଣା ସ୍ଥାନରୁ ପଳାଇବା:
ନିୟମ ମୁତାବିକ ଯେକୌଣସି ଲୋକ କାର ଦୁର୍ଘଟଣାରେ ସାମିଲ ଅଛନ୍ତି ସେମାନେ ତୁରନ୍ତୁ ବାହନ ରୋକିନେବା ଉଚିତ। ଆକ୍ସିଡେଣ୍ଟରେ କାହାର ମୃତ୍ୟୁ କିମ୍ବା ଅନ୍ୟ କିଛି ସମସ୍ୟା ହୋଇଥାଉ କିମ୍ବା ନହୋଇଥାଉ। ଯଦି ଆପଣ ସେହି ସ୍ଥାନରୁ ପଳାଉଛନ୍ତି ତେବେ ଭାରି ଜରିମନା ଲାଗିବାର ସମ୍ଭାବନା ରହିଛି। ତେଣୁ ଦୁର୍ଘଟଣା ସ୍ଥଳରୁ କୁଆଡେ ନଯାଇ ସେଠାରେ ରୁହନ୍ତୁ। ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

ପୋଲିସ କୁ ଫୋନ କରନ୍ତୁ:
କୁହାଯାଏ ଯେ ପୋଲିସ କୁ ସେତେବେଳେ ହିଁ କଲ କରଯାଏ ଯେତେବେଳେ କାହାର ମୃତ୍ୟୁ ହୋଇଯାଏ। କିନ୍ତୁ ଏହା ଭୁଲ। କ୍ଷତି ଅଳ୍ପ ହୋଇଥିଲେ ବି ପୋଲିସ କୁ ଆକ୍ସିଡେଣ୍ଟର ସୂଚନା ଦେବା ଜରୁରୀ। କାର ବୀମା କ୍ଲେମ ପାଇଁ ଆପଣଙ୍କଠୁ ଏଫଆଇଆର ମଗାଯାଇପାରେ।

ମାରପିଟ କରିବା:
ଆକ୍ସିଡେଣ୍ଟରେ କାରର କ୍ଷତିଗ୍ରସ୍ତ ହେବା ନିରାଶଜନକ ହୋଇଥାଏ। କିନ୍ତୁ ଏମିତିରେ ଆପଣ ମାରପିଟ କରିବା ଉଚିତ ନୁହେଁ। ଯଦି ଏମିତି କରନ୍ତି ତେବେ ଜେଲ ଯାିପାରନ୍ତି। ପରିସ୍ଥିିତି ଯାହାହେଉ ନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖନ୍ତୁ।

କ୍ଷମା ମାଗିବା:
ଆକ୍ସିଡେଣ୍ଟରେ ଯଦି ଆପଣଙ୍କ ଭୁଲ ହୋଇଥାଏ ତେବେ ଲିଖିତ ଆକାରରେ କ୍ଷମା ମାଗନ୍ତୁ। ଯଦି ଆପଣ ଥାର୍ଡ ପାର୍ଟିକୁ କ୍ଷମା ମାଗୁଛନ୍ତି ତେବେ ବୀମା କମ୍ପାନୀ ପେମେଣ୍ଟରୁ ବଞ୍ଚିବା ପାଇଁ ଆପଣଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିବେ ନାହିଁ।

Leave A Reply

Your email address will not be published.