ITR ଦାଖଲ କରିବା ପାଇଁ ଚିନ୍ତିତ ଅଛନ୍ତି କି? ଏବେ ମାତ୍ର ୧୫ ମିନିଟରେ କରନ୍ତୁ ଆଇଟିଆର ଦାଖଲ

ଆପଣ ବିଗତ ୨୦୧୯-୨୦୨୦ ବର୍ଷର ଆୟକର ଆଇଟିଆର ଫାଇଲ କରିବା ନେଇ ଚିନ୍ତିତ ଅଛନ୍ତି କି? ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ କେବଳ ୧୫ ମିନିଟ ସମୟ ଲାଗୁଛି। ଏଣିକି ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଆପଣଙ୍କୁ କୌଣସି ସିଏ ଖୋଜିବାକୁ ପଡିବ ନାହିଁ। ତେବେ ଏହି ପ୍ରକ୍ରିୟା ଅବଲମ୍ବନ କରି ଆପଣ ଆଇଟିଆର ଦାଖଲ ଖୁବ କମ୍‌ ସମୟ ମଧ୍ୟରେ କରିପାରିବେ।

ଆଇଟିଆର ଦାଖଲ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ:

1. ପ୍ୟାନ କାର୍ଡ
2. ଆଧାର କାର୍ଡ
3. ବ୍ୟାଙ୍କ ଆକାଉଣ୍ଟ ନମ୍ବର
4. ବିନିଯୋଗ ସୂଚନା ଏବଂ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର
5. ଫର୍ମ 16
6. ଫର୍ମ 26 A.S.

ସର୍ବପ୍ରଥମେ ଆପଣ ଜାଣିଥିବା ଦରକାର ଯେ ଆପଣ କେଉଁ ବର୍ଗର ଟିକସ୍‌ଦାତା ଏବଂ କେଉଁ ITR ଫର୍ମ ପୂରଣ କରିବାକୁ ପଡିବ। ୫୦ ଲକ୍ଷ ଟଙ୍କା ଆୟର ବେତନ ଥିବା ବ୍ୟକ୍ତିଙ୍କ ପାଇଁ ଯଦି ଆଇଟିଆର 1’ସହଜ’ ଫର୍ମ ରହିଛି ତେବେ ତାଙ୍କୁ ବେତନ,ଘର ଏବଂ ସୁଧ ପରି ଅନ୍ୟ ଉତ୍ସରୁ ଆୟ ପ୍ରାପ୍ତ ହେବ।

ଦୁଇଟି ପ୍ରକ୍ରିୟାରେ କରନ୍ତୁ ଆଇଟିଆର ଫାଇଲ:

1. ITR ଫର୍ମକୁ ଡାଉନଲୋଡ କରିବା, ଫର୍ମକୁ ଅଫଲାଇନ ପୂରଣ କରିବା ଏବଂ XML ଫାଇଲ ଅପଲୋଡ କରିବା।
2. ଏକ ଅନଲାଇନ ଇ-ଫାଇଲିଂ ର୍ପୋଟାଲରେ ସିଧାସଳଖ ସମସ୍ତ ବିବରଣୀ ପୂରଣ କରି ସବମିଟ କରିବା।

itr2

ଏହିପରି କରନ୍ତୁ ଆଇଟିଆରର ଇ-ଫାଇଲିଂ:

1. ସର୍ବପ୍ରଥମେ ଆପଣଙ୍କୁ ଆଇଟିଆର ପାଇଁ ରେଜିଷ୍ଟର କରିବାକୁ ପଡିବ।
2. ଏହାପରେ ଆୟକର ବିଭାଗ ୱେବସାଇଟ https://www.incometaxindiaefiling.gov.in/home କୁ ଯିବାକୁ ପଡିବ।
3. ଏଠାରେ ୟୁଜର ଆଇଡି (PAN), ପାସଓ୍ଵାର୍ଡ,ଜନ୍ମତିଥି ଏବଂ କ୍ୟାପଚା କୋର୍ଡ ପ୍ରବେଶ କରି ଲଗଇନ କରନ୍ତୁ।
4. ବର୍ତ୍ତମାନ ‘e-file’ ଟ୍ୟାବକୁ ଯାଇ ଇନକମ ଟ୍ୟାକ୍ସ ଲିଙ୍କ ରେ କ୍ଲିକ କରନ୍ତୁ।
5. ଏଠାରେ ପ୍ରଥମେ ଅସେସମେଣ୍ଟ ଇୟର ପାଇଁ ଆଇଟିଆର ଫର୍ମ ବାଛି ଏହାକୁ ପୂରଣ କରନ୍ତୁ।
6. ଯଦି ଆପଣ ଅରିଜିନାଲ ରିଟର୍ନ ଫାଇଲ କରୁଛନ୍ତି ତେବେ’Original’ ଟ୍ୟାବ ଉପରେ ଏବଂ ଯଦି ସଂଶୋଧିତ ରିର୍ଟନ ଦାଖଲ କରୁଛନ୍ତି ତେବେ’Revised Return’ ଉପରେ କ୍ଲିକ କରନ୍ତୁ।
7. ଏବେ ‘Prepare’ ଏବଂ ‘Submit Online’ କୁ ବାଛି ‘Continue’ ଉପରେ କ୍ଲିକ କରନ୍ତୁ।
8. ଏହା ପରେ ନୂଆ ପେଜ୍‌ରେ ମାଗୁଥିବା ସମସ୍ତ ସୂଚନା ପୂରଣ କରନ୍ତୁ ଏବଂ ସେଭ କରୁଥାନ୍ତୁ।
9. ଏଥିରେ ଆପଣ ନିବେଶ ଏବଂ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ବିଷୟରେ ସମସ୍ତ ସୂଚନା ପ୍ରବେଶ କରନ୍ତୁ।
10. ଏହି ସମସ୍ତ ସୂଚନା ପ୍ରବେଶ କରିବା ପରେ ଶେଷରେ ଯାଞ୍ଚ ପୃଷ୍ଠା ଆସିବ ଯାହାକୁ ଆପଣ ପୂରଣ କରି ଏକ ସମୟରେ ଯାଞ୍ଚ କରି ପାରିବେ କିମ୍ବା ଏହାକୁ ୧୨୦ ଦିନରେ ଯାଞ୍ଚ କରିପାରିବେ।
11. ବର୍ତ୍ତମାନ’ ପ୍ରିଭ୍ୟୁ’ ଏବଂ ‘ସବମିଟ’ ଉପରେ କ୍ଲିକ କରନ୍ତୁ ଓ ଏହାପରେ ଆଇଟିଆର ସବମିଟ ହୋଇଯିବ।

ଆଇଟିଆର ଦାଖଲ କରିବା ସମୟରେ ଭେରିଫିକେସନ କରିବା ନିହାତି ଜରୁରୀ। ଯଦି ଆପଣ ଇଲେକଟ୍ରୋନିକ ଦସ୍ତଖତ ବିନା ଇଲେକଟ୍ରୋନିକ ଦସ୍ତଖତ ଦାଖଲ କରୁଛନ୍ତି ତେବେ ITR ଅପଲୋଡ କରିବାର ୧୨୦ ଦିନ ମଧ୍ୟରେ ଏହାକୁ ଯାଞ୍ଚ କରିବାକୁ ପଡିବ।ଏହି ଚାରୋଟି ଉପାୟରେ ଏହାକୁ ଯାଞ୍ଚ କରିପାରିବେ: ଆଧାର OTP, ନେଟ ବ୍ୟାକିଂ ମାଧ୍ୟମରେ ଇ-ଫାଇଲିଂ ଆକାଉଣ୍ଟ ଲଗଇନ କରିବା ଏବଂ ଲେକଟ୍ରୋନିକ ଭେରିଫିକେସନକୋଡ ମାଧ୍ୟମରେ ବାଙ୍ଗାଲୋରକୁ ITR-V ର ଦସ୍ତଖତ ପଠାଇପାରିବେ। କେନ୍ଦ୍ରୀୟ ମୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ମୂଲ୍ୟାଙ୍କନ ବର୍ଷ ୨୦୧୯-୨୦୨୦ରେ ଆୟକର ରିର୍ଟନ ଦାଖଲ କରିବା ପାଇଁ ଶେଷ ତାରିଖକୁ ସେପ୍ଟେମ୍ବର ୩୦ରୁ ବୃଦ୍ଧି କରି ନଭେମ୍ବର ୩୦ ପର୍ଯ୍ୟନ୍ତ କରିଦେଇଛନ୍ତି।

Leave A Reply

Your email address will not be published.