ମାତ୍ର ଗୋଟେ ମିନିଟ ଭିତରେ ଆଧାର ସହିତ ଲିଙ୍କ କରିପାରିବେ ପ୍ୟାନ, ଆୟକର ବିଭାଗ ଦେଲା ଟିପ୍ସ

ଆୟକର ବିଭାଗ ସୋମବାର ଟ୍ୱିଟ ମାଧ୍ୟମରେ ଏକ ମହତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖୁବ କମ ସମୟ ଭିତରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ସହିତ ସହଜରେ ଇ- ଭେରିଫାଇ କରିବା ପାଇଁ ଲୋକଙ୍କୁ ନିଜ ନିଜ ପ୍ୟାନ ସହିତ ଆଧାର ଲିଙ୍କ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । କହିରଖିବା ଉଚିତ ହେବକି ଆଧାର ଓ ପ୍ୟାନ ଲିଙ୍କ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରଖାଯାଇଛି । ଏହି କାରଣରୁ ଆୟକର ବିଭାଗ ଆଧାର ସହିତ ପ୍ୟାନକୁ ଲିଙ୍କ କରିବା କାମକୁ ଶେଷ ସମୟ ପର୍ଯ୍ୟନ୍ତ ରଖିବା ବଦଳରେ ତୁରନ୍ତ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ବିଭାଗ ପକ୍ଷରୁ ଟ୍ୱିଟରେ କୁହାଯାଇଛିକି, “ITRsକୁ ଜଲଦି ତଥା ସହଜରେ ଇ-ଭେରିଫିକେସନ କରିବା ପାଇଁ ନିଜ ପ୍ୟାନ ସହିତ ଆଧାରକୁ ଲିଙ୍କ କରାଇ ନେବା ଉଚିତ । ଏହି ତଥ୍ୟ ବାବଦରେ ବିସ୍ତୃତ ସୂଚନା ପାଇବା ପାଇଁ ବିଭାଗର ଅଫିସିଆଲ ୱେବସାଇଟ http://www .incometax .gov .in /#ITR #Link Nowକୁ ଯାଆନ୍ତୁ ।

କାହିଁକି ଜରୁରୀ ହୋଇଥାଏ ITRର ଇ ଭେରିଫିକେସନ:

ଇନକମ ଟ୍ୟାକ୍ସ ରିଟର୍ନକୁ ଫାଇଲ କରିବା ପରେ ସେଗୁଡିକୁ ଥରେ ଭେରିଫାଇ କରାଯାଇଥାଏ । ଇନକମ ଟ୍ୟାକ୍ସ ଆଇନ ଅନୁଯାୟୀ ଯଦି ଟ୍ୟାକ୍ସ ଦାଖଲର ୧୨୦ ଦିନ ଭିତରେ କୌଣସି ବ୍ୟକ୍ତି ITRକୁ ଭେରିଫାଇ ନକରନ୍ତି ତେବେ ITRକୁ ଭ୍ୟାଲିଡ଼ ବୋଲି ଧରାଯିବ ନାହିଁ | ତେବେ ସେହି ITRକୁ ଭ୍ୟାଲିଡ଼ ବୋଲି ଧରାଯିବ ନାହିଁ ।

ଏମିତିରେ ITR ଭେରିଫିକେସନ ପ୍ରୋସେସ ଖୁବ ସହଜ | ଆପଣ ଘରେ ବସି ବସି ମାତ୍ର କିଛି ମିନିଟ ଭିତରେ ଇ-ଭେରିଫାଇ କରିପାରିବେ । ଆଧାର OTP ମାଧ୍ୟମରେ ହିଁ ଏହା ସମ୍ଭବ | ଏଥିପାଇଁ ଆଧାର ସହିତ ପ୍ୟାନ ଲିଙ୍କ ହେବା ନିହାତି ଜରୁରୀ ।

ଏମିତି କରନ୍ତୁ ଲିଙ୍କ:

୧. ଇନକମ ଟ୍ୟାକ୍ସର ଅଫିସିଆଲ ୱେବସାଇଟ http://www .incometax .gov .in / ରେ ଲଗ ଇନ କରନ୍ତୁ ।

୨. ଏବେ ଲେଫଟ ପ୍ୟାନେଲରେ କ୍ୱିକ ଲିଙ୍କ୍ସ ସେକ୍ସନରେ ଆପଣଙ୍କୁ “Link Aadhaar” ନେଇ ଏକ ଅପସନ ଦେଖାଦେବ ।

୩ . ଏଠାରେ PAN, Aadhaar No, ଅଧାର କାର୍ଡରେ ଦିଆଯାଇଥିବା ନାଁ, ମୋବାଇଲ ନମ୍ବର ଦିଅନ୍ତୁ । ଏବେ ଚେକ ବକ୍ସ ଉପରେ କ୍ଲିକ କରନ୍ତୁ । ଏହା ପରେ Link Aadhaar ଉପରେ କ୍ଳିକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.