ITR ଦାଖଲକାରୀଙ୍କ ପାଇଁ ଖୁସି ଖବର, ଏଣିକି ଶେଷ ତାରିଖ ପରେ ଦେବାକୁ ପଡିବ ନାହିଁ ଜରିମାନା

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ନେଇ ଶେଷ ତାରିଖ ପାଖେଇ ଆସୁଛି  । ଚଳିତ ବର୍ଷ ଜୁନ ୧୫ ତାରିଖରୁ ଆରମ୍ଭ ହୋଇଥିବା ଆଇଟିଆର ଫାଇଲିଂଗର ଶେଷ ତାରିଖ ଜୁଲାଇ ୩୧ ତାରିଖ ରଖାଯାଇଛି  । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଭାଗ ତରଫରୁ ଇଂକମ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ପୂର୍ବରୁ ହିଁ ନୋଟିଫାଇ କରିଦିଆଯାଇଥିଲା  । ଆଇଟିଆର ଦାଖଲ ପାଇଁ ଶେଷ ତାରିଖକୁ ଆଉ ପାଖାପାଖି ୧୦ ଦିନ ବାକି ଥିବାବେଳେ ବର୍ତ୍ତମାନ ସମୟରେ ବିଭାଗର ୱେବସାଇଟ ସ୍ଲୋ ହୋଇଯାଇଛି  ।

ଏହା ସହ ଯଦି ଆପଣ ଜୁଲାଇ ୩୧ ତାରିଖ ସୁଦ୍ଧା ଆଇଟିଆର ଦାଖଲ କରୁଛନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ହେବ ନାହିଁ  । କିନ୍ତୁ ଆପଣଙ୍କୁ କହି ରଖୁଛୁକି କିଛି କିଛି କ୍ଷେତ୍ରରେ ଶେଷ ତାରିଖ ପରେ ବି ଯଦି ଆଇଟିଆର ଦାଖଲ କରାଯାଏ ତେବେ ଜୋରିମାନା ଦେବାକୁ ହେବ ନାହିଁ  । ଆସନ୍ତୁ ଜାଣିବା ଏହା ସହିତ ଜଡିତ କେତେ ଗୁଡିଏ ନିୟମ ବିଷୟରେ  ।

ଛାଡ ସୀମା ଠାରୁ କମ ଆମଦାନୀ କଲେ ମିଳିବ ରିହାତି:

ଏକ୍ଷେତ୍ରରେ କିଂଚିତ ଧାରଣା ଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ ଆୟକର ଧାରା ୨୩୪F ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ଆର୍ଥିକ ବର୍ଷ ଭିତରେ ସମୁଦାୟ ଆୟ ଛାଡ ସୀମା ଠାରୁ ଯଦି ଅଧିକ ହୋଇନଥିବ ତେବେ ତାଙ୍କ ଉପରେ ଆଇଟିଆର ଫାଇଲ କରିବା ନେଇ କୌଣସି ପ୍ରକାର ଫରକ ପଡ଼ିନଥାଏ ।

ସାଧାରଣ ଭାଷା ବୁଝାନ୍ତୁ:

ସାଧାରଣ ଭାଷାରେ ବୁଝିବାକୁ ଗଲେ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ଯଦି ଜୁଲାଇ ୩୧ ତାରିଖ ପରେ ଇନକମ ଟ୍ୟାକ୍ସ ଫାଇଲ କରୁଥାନ୍ତି ତେବେ ତାଙ୍କୁ କୌଣସି ପ୍ରକାରର ପେନାଲଟି ଦେବାକୁ ପଡିବ ନାହିଁ । ଯେବେକି ଏହା ଆପଣଙ୍କ ତରଫରୁ ସିଲେକ୍ଟ କରଯାଇଥିବା ଟ୍ୟାକ୍ସ ରିଜିମ ଉପରେ ନିର୍ଭର କରିଥାଏ । ନୂଆ ଟ୍ୟାକ୍ସ ରିଜିମର ବିକଳ୍ପ ଚୟନ ଉପରେ ଛାଡ଼ର ସମୟ ସୀମା ୨.୫ ଲକ୍ଷ ରହିଛି ।

ବୟସ ଓ ବାର୍ଷିକ ଆୟ ଉପରେ ଦିଆଯାଇଛି ଛାଡ:

୬୦ ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ପାଇଁ ଛାଡ଼ ୨.୫ ଲକ୍ଷ ଟଙ୍କା ରଖାଯାଇଛି । ଯେବେକି ୬୦ ବର୍ଷରୁ ଅଧିକ ଓ ୮୦ ବର୍ଷ ବୟସରୁ ବ୍ୟକ୍ତିଙ୍କ ପାଇଁ ୩ ଲକ୍ଷ ଓ ୮୦ ବର୍ଷ ବୟସରୁ ଅଧିକର ବ୍ୟକ୍ତି ବିଶେଷଙ୍କ ପାଇଁ ଛାଡ ସୀମା ୫ ଲକ୍ଷ ଟଙ୍କା ରହିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.