ଆଇଟିଆର୍‌ର ଷ୍ଟାଟସ୍‌ ଜାଣିବାକୁ ଚାହୁଁଛନ୍ତି କି, ତେବେ ଫଲୋ କରନ୍ତୁ ଏହି ଷ୍ଟେପ୍‌ସ

ନୂଆଦିଲ୍ଲୀ: ଆର୍ଥିକ ବର୍ଷର ଶେଷରେ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ପରେ ପ୍ରାୟ ଲୋକମାନେ ଏହାର ଷ୍ଟାଟର୍ସ ନେଇ ଚିନ୍ତାରେ ରହିଥାନ୍ତି। ଆଇଟିଆର୍‌ ଠିକଭାବେ ଡିପୋଜିଟ୍‌ ହୋଇଛି କି ନାହିଁ ବୋଲି ସେମାନେ ଦ୍ୱନ୍ଦ୍ୱରେ ଥାନ୍ତି। ତେବେ ଆଉ ଚିନ୍ତା କରିବାର କିଛି କାରଣ ନାହିଁ। ଏବେ ଅନ୍‌ଲାଇନ୍‌ରେ ରିଟର୍ଣ୍ଣର ଷ୍ଟାଟର୍ସ ଚେକ୍‌ କରିହେବ। ଅଫଲାଇନ୍‌ରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେଉଛି।
ଅନ୍‌ଲାଇନ୍‌ରେ ଷ୍ଟାଟର୍ସ ଦେଖିବାକୁ ଚାହୁଁଥିଲେ କୁଆଡ଼େ ଯିବାର ଆବଶ୍ୟକତା ନାହିଁ। ଘରେ ବସି ମଧ୍ୟ ଆପଣ ଏହାକୁ ଚେକ୍‌ କରାଇପାରିବେ। ତେବେ ଆଇଟିଆର୍‌ ଫାଇଲ୍‌ ହେବା ପରେ ଭେରିଫାଏ ହେବା ପରେ ହିଁ ଅନ୍‌ଲାଇନ୍‌ରେ ଏହା ଦେଖିହେବ। ଆୟକର ବିଭାଗ ପକ୍ଷରୁ ଗ୍ରାହକଙ୍କ ପାଇଁ ଏବେ ଏହି ନୂଆ ସୁବିଧା ଉପଲବ୍ଧ ହେଉଛି। ଆକନଲେଜମେଣ୍ଟ ନମ୍ବର ଥିଲେ ଗୋଟେ ମିନିଟ୍‌ରେ ଆପଣ ସୂଚନା ପାଇଯିବେ।

itr

ଏଥିସହ ପଢନ୍ତୁ: ସରକାରୀ ଚାକିରି ପାଇଁ ଇଚ୍ଛୁକ କି? ଇଣ୍ଡିଆନ୍‌ ଅଏଲ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିଏ କରିପାରିବେ ଆବେଦନ

କେମିତି ଜାଣିବେ ଷ୍ଟାଟର୍ସ

1.ପ୍ରଥମେ ଇ-ଫାଇଲିଂ ୱେବସାଇଟ୍‌ର ହୋମ୍‌ପେଜ୍‌କୁ ଯାଇ ବାମପଟେ ଥିବା ସର୍ଭିସେଜ ଟ୍ୟାବ୍‌ କ୍ଲିକ୍‌ କରନ୍ତୁ।

2.ଏବେ ଆଇଟିଆର୍‌ର ଷ୍ଟାଟର୍ସ ଥିବା ଅପସନ୍‌ ଦିଶିବ। ଏଥିରେ କ୍ଲିକ୍‌ କରିବା ପରେ ଏକ ନୂଆ ପେଜ୍‌ ଖୋଲିବ।

3.ଏଥିରେ ଆକନଲେଜମେଣ୍ଟ ନମ୍ବର, ପିନ୍‌ କୋର୍ଡ ଏବଂ କେପ୍‌ଚା କୋଡ୍‌ ଭରନ୍ତୁ। ଫର୍ମ ପୂରଣ ପରେ ସବମିଟ୍‌ କ୍ଲିକ୍‌ କରନ୍ତୁ।

4.ଏହା ପରେ ସ୍କ୍ରିନ୍‌ରେ ଆଇଟିଆରକର ଷ୍ଟାଟସ୍‌ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.