ପ୍ୟାନ କାର୍ଡର ବ୍ୟବହାରକୁ ନେଇ ଇନକମ୍ ଟାକ୍ସ ଦେଲା ଚେତାବନୀ, ଯଦି ଏହି କାମ ନ କରନ୍ତି ଅକାମୀ ହୋଇଯିବ କାର୍ଡ

ଯଦି ଆପଣ ପ୍ୟାନ କାର୍ଡ ଧାରକ ଓ ଏଯାଏ ଆପଣଙ୍କ କାର୍ଡକୁ ଆଧାର କାର୍ଡ ସହ ସଂଯୁକ୍ତ କରି ନାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଯଦି ଆପଣ ପ୍ୟାନ କାର୍ଡକୁ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଆଧାର କାର୍ଡରେ ଲିଙ୍କ କରି ନାହାଁନ୍ତି, ତାହାଲେ ଏହା ନିଷ୍କ୍ରିୟ ହୋଇଯିବ ।
ଆୟକର ବିଭାଗ ବା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପ୍ୟାନ କାର୍ଡ ଧାରକଙ୍କୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ଯାଏ ଆଧାର ସହ ଯୋଡିବାକୁ ସମୟ ଦେଇଛି । ଏହି ଅବଧି ସମୟ ପରେ କାର୍ଡ ଧାରକ ଆଧାର ସହ ପ୍ୟାନ୍ର ଲିଙ୍କ୍ ପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ ।
ଆଧାର ସହ ପ୍ୟାନର ଲିଙ୍କ ପାଇଁ ଇନକର୍ମ ଟ୍ୟାକ୍ସ ଡିପାର୍ଟମେଣ୍ଟ ବହୁବାର ସମୟ ବଢ଼ାଇ ସାରିଛି । ତେଣୁ ଏଥର ଲୋକେ ଦିଆଯାଇଥିବା ଅବଧି ସମୟ ମଧ୍ୟରେ ଲିଙ୍କ ନକଲେ ୧୦୦୦ ଟଙ୍କା ଜରିମାନା ଦେଇ ଲିଙ୍କ କରିବାକୁ ହେବ ବୋଲି କୁହାଯାଇଛି ।
କେମିତି ଆଧାର ସହ ପ୍ୟାନ କାର୍ଡ କରିବେ ଲିଙ୍କ୍
ପ୍ରଥମେ ଇନକମ୍ ଟ୍ୟାକ୍ସ େଓ୍ଵବସାଇଟକୁ ଯାଆନ୍ତୁ ଓ ପୁଣି ଆଧାର କାର୍ଡରେ ଦିଆଯାଇଥିବା ନାମ, ପ୍ୟାନ୍ ନମ୍ବର ଓ ଆଧାର ନମ୍ବର ଦାଖଲ କରନ୍ତୁ । ଏହାପରେ ଆଧାର କାର୍ଡରେ ଜନ୍ମ ବର୍ଷ ଉପରେ ଟିକ୍ କରନ୍ତୁ । କ୍ୟାପଚ କୋର୍ଡ ଏଣ୍ଟର କରନ୍ତୁ ଓ ପୁଣି ଲିଙ୍କ ଆଧାର ବଟନ ଉପରେ କ୍ଳିକ କରନ୍ତୁ ।