ଦେଶରେ ଖୁବ ଶୀଘ୍ର ଚାଲିବ ପ୍ରଥମ ସୋଲାର କାର, ମାତ୍ର ୪୫ ମିନିଟରେ ଫୁଲ ଚାର୍ଜ ହୋଇ ଯିବ ୨୫୦ କିଲୋମିଟର, ଜାଣନ୍ତୁ କେବେ ହେବ ଲଞ୍ଚ

ଆସିଲା ଭାରତର ପ୍ରଥମ ସୋଲାର କାର। ଟେକ୍ନୋଲୋଜି ଦୁନିଆରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଲା Vayve Mobility ଷ୍ଟାର୍ଟଅପ୍‌ କମ୍ପାନୀ। ଗ୍ରେଟର ନୋଏଡ଼ାରେ ଚାଲୁଥିବା Auto Expo 2023 ରେ ଅନେକ ଖାସ ପ୍ରକାରର ଗାଡ଼ି ସବୁ ସାମ୍ନାକୁ ଆସିଥିଲା। ସେଥିମଧ୍ୟରୁ ପୁନେର Vayve Mobility ଷ୍ଟାର୍ଟଅପ୍‌ କମ୍ପାନୀ ଦେଶର ପ୍ରଥମ ସୋଲାର କାର EVA କୁ ବଜାରକୁ ଆଣିବାର ପ୍ରୟାସ କରିଛି। ଏହି କାରରେ ୨ଟି ଲୋକଙ୍କ ସହିତ ଜଣେ ଛୋଟ ପିଲା ବସିପାରିବ। ଖାସ କଥା ହେଉଛି ଏହା ମାତ୍ର ୪୫ ମିନିଟରେ ଫୁଲ ଚାର୍ଜ ହୋଇଯିବ। ଫୁଲ ଚାର୍ଜ ପରେ ଏହା ସିଧା ୨୫୦ କିଲୋମିଟର ପର୍ଯ୍ୟନ୍ତ ରନ୍‌ କରିବ।

ଏହା ସୋଲାର ବ୍ୟାଟେରୀ ଚାଳିତ କାର। ଏଥିରେ ସିଙ୍ଗିଲ ଡୋର ରହିଛଇ। ସାଇଜକୁ ଦେଖିଲେ ଏହା ଟାଟା ନାନୋ ଭଳି ଦେଖାଯାଉଛି। ପ୍ରକୃତରେ ଏହା ଏକ ଇଲେକଟ୍ରିକ କାର। କିନ୍ତୁ ବଡ଼ କଥା ହେଉଛି ଏଥିରେ ସୋଲାର ରୁଫ ପ୍ୟାନେଲର ଅପସନ ଆପଣ ବାଛିପାରିବେ। ଏହାକୁ କାରର ଉପରେ ଫିଟ କରାଯାଇଛି। ଏହି ସୋଲାର ରୁଫ ଚାର୍ଜିଂରେ ସାହାଯ୍ୟ କରେ। ଏହି କାରଣ ପାଇଁ କାରକୁ ଖୋଲାରେ ରଖିବାକୁପ ଡ଼ିଥାଏ। କମ୍ପାନୀ ଏହାର ସୋଲାର ରୁଫ କୁ ଅଲଗା ଭାବେ ମଧ୍ୟ ବିକ୍ରି କରୁଛି।

ଏବେ ଏହାକୁ ପ୍ରୋଟୋଟାଇପ ଆକାରରେ ସାମ୍ନାକୁ ଅଣାଯାଇଛି। ଏହି ଇଲେକଟ୍ରିକ କାରର ଟେଷ୍ଟିଂ ଚାଲିଛି। ସୂଚନା ଅନୁସାରେ ଏହା ୨୦-୨୪ ସୁଦ୍ଧା ମାର୍କେଟରେ ଲଞ୍ଚ ହେବ। ଏଥିରେ ୬କିଲୋଓ୍ଵାଟର ଲିକ୍ୱିଡ କୁଲ୍ଡ ଇଲେକଟ୍ରିକ ମୋଟର ରହିଛି। ଯାହା ୧୬ ହର୍ସପାଓ୍ଵାର ଓ ୪୦ ଏନଏମ ପିକ ଟର୍କ ଜେନେରେଟ କରିଥାଏ। ଇଲେକଟ୍ରିକ / ସୋଲାର କାରରେ ୧୪କିଲୋଓ୍ଵାଟର ବ୍ୟାଟେରୀ ପ୍ୟାକ ମିଳିବ। କାର କୁ ଥରେ ଚାର୍ଜ କରିବା ଦ୍ୱାରା ୨୫୦କିଲୋମିଟର ରେଞ୍ଜ ର ଅଫର କରିବ। ଏଥିରେ ଚାର୍ଜିଂ ପାଇଁ ୧୫ଏ ସର୍କିଟ ରହିଛି।

ସବୁଠୁ ବଡ଼ କଥା ହେଉଛି ଘରର ସର୍କିଟରେ ଆପଣ ଏହି କାରକୁ ମାତ୍ର ୪ଘଣ୍ଟାରେ ଚାର୍ଜ କରିପାରିବେ। କମ୍ବାଇଡ ଚାର୍ଜିଂ ସପୋର୍ଟ ଜରିଆରେ ଏହା ୪୫ ମିନିଟରେ ୮୦% ଚାର୍ଜ ହୋଇଯିବ। କାରର ଆଗରେ ସିଙ୍ଗିଲ ସିଟ ଓ ପଛ ପାଖରେ ଛୋଟ ବଡ଼ ସିଟ ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ Android Auto ଓ Apple Carplay ମିଳୁଛି। କମ୍ପାନୀ ଆସନ୍ତା ବର୍ଷ ପୁନେ ଓ ବାଙ୍ଗାଲୋର ରେ ଏହାକୁ ପ୍ରଥମେ ଆରମ୍ଭ କରିବ। କାରର ବୁକିଂ ଓ ଦାମ କୁ ପରେ ଘୋଷଣା କରାଯିବ।

Leave A Reply

Your email address will not be published.