ନୂଆ ଅବତାରରେ ଲଞ୍ଚ ହେବ ଦେଶର ସବୁଠାରୁ ଶସ୍ତା ୭-ସିଟର କାର୍, ଟେଷ୍ଟିଙ୍ଗ୍ ଆରମ୍ଭ

ଭାରତୀୟ ବଜାରରେ ଗ୍ରାହକମାନଙ୍କ ମଧ୍ୟରେ ୭-ସିଟର କାରର ଡିମାଣ୍ଡ ବହୁତ୍ ଅଧିକ ରହିଛି । ଯେତେବେଳେ ସବୁଠାରୁ ଶସ୍ତା ୭-ସିଟର କଥା କୁହାଯାଏ, ପ୍ରଥମେ Renault Triber ର ନାମ ଆସେ । ଏବେ କମ୍ପାନୀ ଦେଶର ସବୁଠାରୁ ଶସ୍ତା ୭ଅସିଟର ଟ୍ରାଇବରର ଅପଡେଟେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ନିକଟରେ ଟେଷ୍ଟିଂ ସମୟରେ ପ୍ରଥମ ଥର ପାଇଁ Renault Triber Facelift ଦେଖାଯାଇଥିଲା । ତେବେ ଆସନ୍ତୁ ଜାଣିବା Renault Triber Facelift ରେ କ’ଣ ସାମ୍ଭାବ୍ୟ ଫିଚର୍ସ ରହିବ ।
ନିକଟରେ Renault Triber Facelift ର ଟେଷ୍ଟିଂ ସମୟରେ ଦେଖାଯାଇଥିଲା, ଯେଉଁଥିରେ ଟେଲ୍-ଲ୍ୟାମ୍ପ, ବୁଟ୍ ଲିଡ୍ ଏବଂ ରିୟର ବମ୍ପରର ଡିଜାଇନ୍ ରହିଛି । ଅନ୍ୟ ପଟେ ଟ୍ରାଇବର ଫେସେଲିଫ୍ଟର ଡ୍ୟାସବୋର୍ଡରେ ସାମାନ୍ୟ ଡିଜାଇନ୍ କରାଯାଇଛି । ଏଥି ସହ ହାଲିକା ରଙ୍ଗ ଏବଂ ଅଧିକ ସଫ୍ଟ ଟଚ୍ ମିଳିବ ବୋଲି ଆଶା କରାଯାଉଛି । ହେଲେ ଏହି ୭-ସିଟରର ପାୱାରଟ୍ରେନରେ କୌଣସି ପରିବତ୍ତନ ହେବ ନାହିଁ ।
Renault Triber ର ପ୍ରାଇସ୍ ଏବଂ ଫିଚର୍ସ :
Renault Triber ର ପ୍ରାଇସ୍ ବିଷୟରେ କହିବାକୁ ଗଲେ, ଏହା ୬ ଲକ୍ଷ ୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି । କମ୍ ବଜେଟରେ ଆସୁଥିବା ଏହି ୭-ସିଟର କାରଟି ଦମଦାର୍ ଫିଚର୍ସ ରଖିଛି । ଏହି କାର ୧.୦-ଲିଟର ନ୍ୟାଜୁରାଲ୍-ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍ ଅଛି ଯାହା ୭୨ PS ର ପାୱାର ଏବଂ ୯୬ Nm ଟର୍କ ଜେନେରେଟ୍ କରିଥାଏ । ଏହି କାରରେ ୫-ସ୍ପିହ୍ ମାନୁଆଳ୍ ଗିୟରବକ୍ସ ଏବଂ ଅଟୋକେଟିକ୍ ଟ୍ରାନ୍ସମିସନର ଅପ୍ସନ ମିଳିଥାଏ ।
Renault Triber ରେ ୧୪-ଇଞ୍ଚର ଫ୍ଲେକ୍ସ ହୁଇଲ୍ ରହିଛି । ଏଥିରେ ପିଆନୋ ବ୍ଲାକ୍ ଫିନିଶ୍ ସହିତ ଡୁଆଲ-ଟୋନ୍ ଡ୍ୟାସବୋଡ୍, ଆପଲ୍ କାର ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ ପାଇଁ ସପୋର୍ଟ ସହିତ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ଫୁଲ୍ ଡିଜିଟାଲ୍ ହ୍ବାଇଟ୍ LED ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ନୂଆ ଷ୍ଟାଇଲିସ୍ ଫ୍ୟାବ୍ରିକ୍ ଅପହୋଲଷ୍ଟେରୀ, କ୍ରୋମ ରିଙ୍ଗ୍ ସହିତ HVAC ନବ୍ସ, ବ୍ଲାକ୍ ଇନର ଡୋର ହ୍ୟାଣ୍ଡେଲ୍ ଭଳି ଫିଚର୍ସ ଦେଖିବାକୁ ମିଳିପାରିବ ।
ଟ୍ରାଇବରରେ ପୁସ୍-ବଟନ୍ ଷ୍ଟାର୍ଟ-ଷ୍ଟପ୍, ୬-ୱେ ଆଡଜଷ୍ଟେବଲ୍ ଡ୍ରାଇଭର ସିଟ୍, LED DRL ସହିତ ପ୍ରୋଜେକ୍ଟର ହେଡଲ୍ୟାମ୍ପ ଷ୍ଟିୟରିଂରେ ଅଡିଓ କଣ୍ଟ୍ରୋଲ୍ସ ଭଳି ଫିଚର୍ସ ମଧ୍ୟ ମିଳିଥାଏ । କାରର ମାନୁଆଲ୍ ଭ୍ୟାରିଆଣ୍ଟରୁ ୧୯ kmpl ପର୍ଯ୍ୟନ୍ତ ମାଇଲେଜ୍ ହାସଲ୍ କରାଯାଇପାରିବ ।