ପ୍ରଦୂଷଣ ହ୍ରାସ କରିବାକୁ ଭାରତ ସରକାର କିଣିବେ ୫୦ ହଜାର ଇଲେକ୍ଟ୍ରିକ୍ ବସ୍

ଦିନକୁ ଦିନ ଯୁଗ ବଦଳିବା ସହିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସୁଛି। କିନ୍ତୁ ସବୁଠାରୁ ଦୁଃଖର କାରଣ ହେଉଛି ଯେ ଏବେ ପରିବେଶରେ ଅଧିକ ପ୍ରଦୂଷଣ ମଧ୍ୟ ବଢୁଛି। ଯାହା ପାଇଁ ବିଭିନ୍ନ ପରିବେଶବିତ୍ ଅନେକ ଯୋଜନା କରୁଛନ୍ତି ଏହାକୁ ରୋକିବା ପାଇଁ। ତେବେ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ମଧ୍ୟ ଏକ ନୂଆ କରିଛନ୍ତି। ଜନସାଧାରଣ ପରିବହନକୁ ବଦଳାଇବା ଏବଂ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଭାରତ ପ୍ରାୟ ୧୦ କୋଟିର ବୈଦ୍ୟୁତିକ ବସ୍ କିଣିବାକୁ ଯୋଜନା କରୁଛି। ଭାରତ ହେଉଛି ଏମିତି ଏକ ଦେଶ ଯେଉଁଥିରେ ବିଶ୍ୱର କେତେକ ପ୍ରଦୂଷିତ ସହର ରହିଛି। ଏଠାରେ ସରକାର ବୈଦ୍ୟୁତିକ ଯାନ ବ୍ୟବହାର କରି ଯାନ ପ୍ରଦୂଷଣକୁ ହ୍ରାସ କରିବାକୁ କଠିନ ପରିଶ୍ରମ କରୁଛନ୍ତି।

୨୦୭୦ ସୁଦ୍ଧା ଜିରୋ ପୋଲ୍ୟୁସନ୍ କରିବାକୁ କେନ୍ଦ୍ର ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି। କେନ୍ଦ୍ରର ଶକ୍ତି ଦକ୍ଷତା ସେବା ଲିମିଟେଡ୍ (EESL) ର ଏକ ସହାୟକ କମ୍ପାନୀ କନଭର୍ଜେନ୍ସ ଏନର୍ଜି ସର୍ଭିସେସ୍ ଲିମିଟେଡ୍ (ସିଏସ୍ଏଲ୍) ଖୁବ୍ ଶୀଘ୍ର ଏହି ବୈଦ୍ୟୁତିକ ବସ୍ ପାଇଁ ଟେଣ୍ଡର ଜାରି କରିବାକୁ ଯୋଜନା କରୁଛି।ଇଭି ଭିତ୍ତିଭୂମି ଉପରେ ମଧ୍ୟ ଧ୍ୟାନ ଦିଆଯିବ। CESL କହିଛି ଯେ ଏହା ଭାରତରେ ବୈଦ୍ୟୁତିକ ଯାନ ଚାହିଦା ବଢିବା ସହିତ ଇଲେକ୍ଟ୍ରିକ୍ ବସ୍ ସହିତ ଇଭି ଭିତ୍ତିଭୂମି ଉତ୍ପାଦନ ଉପରେ ଧ୍ୟାନ ଦେବ। ବ୍ଲୁମବର୍ଗ ଟେଲିଭିଜନ ଦ୍ୱାରା ଏକ ସାକ୍ଷାତକାରରେ CESL ର ପରିଚାଳନା ନିର୍ଦ୍ଦେଶକ ମହୁଆ ଆଚାର୍ଯ୍ୟ କହିଛନ୍ତି ଯେ, “ଭାରତ ତାର ବୈଦ୍ୟୁତିକ ଯାନ ଉପରେ ବହୁତ ନିର୍ଭର କରୁଛି ଯାହା ପାଇଁ ଏହାର ବିକ୍ରୟ ଦ୍ରୁତ ଗତିରେ ବଢୁଛି। ତେଣୁ ଆର୍ଥିକ ସହାୟତା ଏକ ଚ୍ୟାଲେଞ୍ଜ ହୋଇ ରହିଛି।

ତେବେ ଆଚାର୍ଯ୍ୟ କହିଛନ୍ତି ଯେ ଭାରତ ପାଞ୍ଚରୁ ସାତ ବର୍ଷ ମଧ୍ୟରେ ସମସ୍ତ ବୈଦ୍ୟୁତିକ ପବ୍ଲିକ୍ ବସ୍ କିଣି ପାରିବ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଦ୍ୟୁତିକ ଯାନ ପାଇଁ ସାଧାରଣ ପରିବହନ ଡିପୋକୁ ପୁନଃ ଡିଜାଇନ୍ କରିବା ବ୍ୟତୀତ ଭାରତ ଏହାର ଇଭି ଭିତ୍ତିଭୂମି ଏବଂ ଗ୍ରୀଡ୍ କ୍ଷମତା ଉପରେ ଧ୍ୟାନ ଦେବ। ଭାରତର ପ୍ରମୁଖ ଓ ଜନଗହଳି ସହର ଯେପରିକି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ସାଧାରଣ ପରିବହନ ପାଇଁ ବୈଦ୍ୟୁତିକ ବସ୍ ଚାଲିବ।

ଅନେକ ରାଜ୍ୟ ସେମାନଙ୍କର ବ୍ୟକ୍ତିଗତ ଇଭି ନୀତି ମଧ୍ୟ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଆଗାମୀ ଦିନରେ ସାଧାରଣ ପରିବହନ ଯାନଗୁଡିକର ବିଦ୍ୟୁତିକରଣ ଅନ୍ତର୍ଭୁକ୍ତ। ପୁଣି CESL ନିକଟରେ ଫାଇନାନ୍ସ ଟେକ୍ନୋଲୋଜି କମ୍ପାନୀ ଥ୍ରୀ ହ୍ୱିଲ୍ ୟୁନାଇଟେଡ୍ ସହିତ ହାତ ମିଶାଇଛି। ଯାହାଦ୍ଵାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୭୦,୦୦୦ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ମଧ୍ୟ କ୍ରୟ କରାଯିବ।

ଇଲେକ୍ଟ୍ରିକ୍ ଯାନଗୁଡିକର ଆର୍ଥିକ ସହାୟତା ପାଇଁ ଥ୍ରୀ ହ୍ୱିଲ୍ ୟୁନାଇଟେଡ୍ (TWU) ସହିତ CESL ଏହି ପ୍ରସଙ୍ଗରେ ଏକ ଏମଓୟୁ ସ୍ୱାକ୍ଷର କରିଛି। ୨୦୭୦ ସୁଦ୍ଧା ଜିରୋ ପୋଲ୍ୟୁସନ ହାସଲ କରିବାକୁ କେନ୍ଦ୍ର ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି। କେନ୍ଦ୍ରର ଶକ୍ତି ଦକ୍ଷତା ସେବା ଲିମିଟେଡ୍ (EESL) ର ଏକ ସହାୟକ କମ୍ପାନୀ କନଭର୍ଜେନ୍ସ ଏନର୍ଜି ସର୍ଭିସେସ୍ ଲିମିଟେଡ୍ (ସିଏସ୍ଏଲ୍) ଖୁବ୍ ଶୀଘ୍ର ଏହି ବୈଦ୍ୟୁତିକ ବସ୍ ପାଇଁ ଟେଣ୍ଡର ଜାରି କରିବାକୁ ଯୋଜନା କରୁଛି। ସରକାରଙ୍କ କହିବା ଅନୁଯାୟୀ ଏପରି କରିବା ଦ୍ବାରା ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରିବ। ଯାହା ଦ୍ଵାରା ଅନେକ ଲୋକ ରୋଗରୁ ରକ୍ଷା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.