ଡାକ ବିଭାଗରେ ନିଯୁକ୍ତି :୧୦ମ ପାସ୍‌ କରନ୍ତୁ ଆବେଦନ, ଦରମା ମାସକୁ ୮୦ ହଜାର

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ବିହାର ପୋଷ୍ଟଲ ସର୍କଲରେ ୬୦ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିହାର ପୋଷ୍ଟାଲ ସର୍କଲ ଭର୍ତ୍ତି େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏହି ଭର୍ତ୍ତି ମାଧ୍ୟମରେ ପୋଷ୍ଟାଲ ସେଟିଂ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ ଏବଂ ଏମଟିଏସ୍‌ ପଦବୀରେ ଭର୍ତ୍ତି କରାଯିବ। ଏହି ଭର୍ତ୍ତି ସ୍ପୋଟର୍ସ କୋଟା ଅଧିନରେ ମେଧାବୀ ଖେଳାଳି ସିଧାସଳଖ ଭର୍ତ୍ତି ହେବେ।

ପଦବୀ ବିବରଣୀ: ୬୦

ପୋଷ୍ଟାଲ ଆସିଷ୍ଟାଣ୍ଟ: ୩୧
ସେଟିଂ ଆସିଷ୍ଟାଣ୍ଟ: ୧୧
ପୋଷ୍ଟମ୍ୟାନ: ୫
ମଲ୍ଟି ଟାସ୍କିଂ ଷ୍ଟାଫ: ୧୩

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ରହିଛି।

ଦରମା: ପୋଷ୍ଟାଲ ଆସିଷ୍ଟାଣ୍ଟଙ୍କ ମାସିକ ଦରମା ୨୫ ହଜାରରୁ ଉର୍ଦ୍ଧ୍ୱ ରହିଥିବା ବେଳେ ପୋଷ୍ଟମ୍ୟାନ ପାଇଁ ମାସିକ ୨୧ ହଜାରରୁ ୬୯ ହଜାର ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ମାସିକ ୧୮ ହଜାରରୁ ୫୬,୯୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି।

ଶିକ୍ଷାଗତ ଯୋଗ୍ୟତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୨ଶ ପାସ୍ କରିବା ଆବଶ୍ୟକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ମଧ୍ୟଆସୁଥିବା ଜରୁରୀ। ଏମଟିଏସ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ୧୦ମ୍‌ ପାସ୍‌ କରିବା ସହିତ ସ୍ପୋଟର୍ସ ସମ୍ବନ୍ଧିତ ଯୋଗ୍ୟତା ରହିବା ଜରୁରୀ।

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆ ବଶ୍ୟକ।

ଆବେଦନ ଶୁଳ୍କ: ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଆଧାରରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.indiapost.gov.in/VAS/Pages/Recruitment/IP_23112021_BR_Eng.pdf