ଡାକ ବିଭାଗରେ ଚାକିରି ସୁଯୋଗ: ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର। ମହାରାଷ୍ଟ୍ର ଓ ଝାଡଖଣ୍ଡ ଡ଼ାକ ବିଭାଗ ନେଇ ଆସିଛି ନିଯୁକ୍ତି ପସରା । ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ, ମହାରାଷ୍ଟ୍ର ସର୍କଲ ଏବଂ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଝାଡଖଣ୍ଡ ଅଫିସିଆଲ ୱେବସାଇଟ indiapost.gov.in ରେ ପଦବୀ ଖାଲି ପଡିଛି ବୋଲି ଘୋଷଣା କରିଛନ୍ତି। ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ କରାଯାଉଛି।

ଖାଲି ପଡିଥିବା ବିବରଣୀ

ଭାରତୀୟ ପୋଷ୍ଟ ନିଯୁକ୍ତି ୨୦୨୧ (ମହାରାଷ୍ଟ୍ର)

ପୋଷ୍ଟାଲ ଆସିଷ୍ଟାଣ୍ଡ – ୯୩
ସର୍ଟିଂ ଆସିଷ୍ଟାଣ୍ଡ- ୦୯
ପୋଷ୍ଟମ୍ୟାନ୍ – ୧୧୩
ମଲ୍ଟି ଟାସ୍କିଂ ଷ୍ଟାଫ୍ – ୪୨

ଭାରତୀୟ ପୋଷ୍ଟ ନିଯୁକ୍ତି ୨୦୨୧ (ଝାଡଖଣ୍ଡ)

ସର୍ଟିଂ ଆସିଷ୍ଟାଣ୍ଡ – ୦୬
ପୋଷ୍ଟମ୍ୟାନ୍ – ୦୫
ମଲ୍ଟି ଟାସ୍କିଂ ଷ୍ଟାଫ୍ – ୦୮

ପୋଷ୍ଟାଲ ଆସିଷ୍ଟାଣ୍ଡ / ସର୍ଟିଂ ଆସିଷ୍ଟାଣ୍ଡ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ୍ । ସେହିପରି ପୋଷ୍ଟମ୍ୟାନ୍ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଦରକାର। ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ । ନିୟମ ଅନୁଯାୟୀ ଏହି ବିଭାଗରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଆରାମ ପ୍ରଦାନ କରାଯିବ ।

ମହାରାଷ୍ଟ୍ର ସର୍କଲରେ ଆବେଦନ କରିବାକୁ ଇଛୁକ ପ୍ରାର୍ଥୀମାନେ dopsportsrecruitment.in ରେ ଅନଲାଇନ୍ ଆବେଦନ ପୂରଣ କରିପାରିବେ । ଅନଲାଇନ୍ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୨୭, ୨୦୨୧ । ଝାଡ଼ଖଣ୍ଡରେ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଠିକଣାକୁ ଆବେଦନ ଫର୍ମ ପଠାଇବାକୁ ପଡିବ । ଏଥି ସହିତ ଝାଡଖଣ୍ଡ ସର୍କଲରେ ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୨୫, ୨୦୨୧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.