ସବୁଠାରୁ ଶସ୍ତା ଇଲେକଟ୍ରିକ ମୋଟରସାଇକେଲ Pure EV ecoDryft ଭାରତରେ ହେଲା ଲଞ୍ଚ୍‌, ୧୩୦ କିମି ରେଞ୍ଜ୍‌ ଦେଉଥିବା ଏହି ବାଇକର ଦାମ୍‌ କେତେ ଜାଣନ୍ତୁ

ଇଲେକଟ୍ରିକ ଭେଇକିଲର ପପୁଲାରିଟୀ ଏବଂ ଡିମାଣ୍ଡ ଭାରତରେ ଜୋରସୋରରେ ଟ୍ରେଣ୍ଡରେ ରହିଥିବାବେଳେ ଭାରତରେ ଏକ ନୂଆ ଇଲେକଟ୍ରିକ ମୋଟରସାଇକେଲ ଲଞ୍ଚ୍‌ ହୋଇଛି। ଖାସ୍‌ କଥା ହେଉଛି ଏହା ଦେଶର ସବୁଠାରୁ ଶସ୍ତା ଇଲେକଟ୍ରିକ ମୋଟରସାଇକେଲ ।

ଗତ ଦୁଇବର୍ଷରେ ଭାରତରେ ଇଲେକଟ୍ରିକ ଭେଇକିଲ୍ସର ପପୁଲାରିଟୀ ଜୋରସୋରରେ ବଢ଼ୁଛି । ଆଉ ଖାସ୍‌ ଏଥିପାଇଁ ଦେଶ ବିଦେଶର ଅନେକ ବଡ ବଡ ଅଟୋମୋବାଇଲ କମ୍ପାନୀ ସହିତ ଅନେକ ଛୋଟ ଷ୍ଟାଟଅର୍ପ ମଧ୍ୟ ଭାରତରେ ନିଜର ନୂଆ ଭେଇକିଲ୍ସ ଲଞ୍ଚ୍‌ କରୁଛନ୍ତି। ଭାରତ ସରକାର ମଧ୍ୟ ଦେଶରେ ଇଲେକଟ୍ରିକ ମୋବିଲିଟୀକୁ ବୃଦ୍ଧି କରିବାକୁ ପ୍ରତ୍ସୋହନ ଦେଉଛନ୍ତି। ଏହାରି ଭିତରେ ସୋମବାର ଅର୍ଥାତ୍‌ ଜାନୁଆରି ୩୦ରେ ଦେଶରେ ଏକ ନୂଆ ଇଲେକଟ୍ରିକ ମୋଟରସାଇକେଲ ଲଞ୍ଚ୍‌ ହୋଇଛି। ଭାରତର ଇଲେକଟ୍ରିକ ଟୁ-ହ୍ଵିଲର ନିର୍ମାଣକାରୀ କମ୍ପାନୀ Pure EV ଦେଶରେ ନିଜର ନୂଆ ଇଲେକଟ୍ରିକ ମୋଟରସାଇକେଲ ecoDryftକୁ ଲଞ୍ଚ୍‌ କରିଛି।

Pure EV ecoDryftର ସବୁଠାରୁ ଖାସ୍‌ କଥା ଏୟା ଯେ ଏହା ଦେଶର ସବୁଠାରୁ ଶସ୍ତା ଇଲେକଟ୍ରିକ ମୋଟରସାଇକେଲ ହେବ । କମ୍ପାନୀ ଏହି ଇଲେକଟ୍ରିକ ମୋଟରସାଇକେଲକୁ କେବଳ ୯୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଦେଶରେ ଲଞ୍ଚ୍‌ କରିଛି । ଯଦିଓ ଏହି ଦାମ୍‌ କେବଳ ଦିଲ୍ଲୀରେ ହିଁ ମିଳିବ। ଦେଶରେ ଅନ୍ୟ ରାଜ୍ୟରେ ଏହି ମୋଟରସାଇକେଲର ପ୍ରାରମ୍ଭିକ ଦାମ୍‌ ରହିଛି ୧,୧୪,୯୯୯ ଟଙ୍କା। ପ୍ରତ୍ୟେକ ରାଜ୍ୟରେ ଇଲେକଟ୍ରିକ ଭେଇକିଲ୍ସରେ ମିଳୁଥିବା ଅଲଗା ଅଲଗା ସବସିଡିରେ ଏହାର ଅନ୍‌-ରୋଡ ଦାମ ମଧ୍ୟ ଅଲଗା ଅଲଗା ହେବ। ଦେଶରେ ସବୁଠାରୁ ଶସ୍ତା ଦାମ୍‌ ଥିବା ଏହି ଇଲେକଟିକ ମୋଟରସାଇକେଲ ପେଟ୍ରୋଲରୁ ଚାଲୁଥିବା ଅନେକ ମୋଟରସାଇକେଲ ଠାରୁ ମଧ୍ୟ ଶସ୍ତା ରହିଛି।

ପାଓ୍ଵାରଟ୍ରେନ

Pure EV ecoDryft ଇଲେକଟ୍ରିକ ମୋଟରସାଇକେଲରେ ର ପାଓ୍ଵାର ବ୍ୟାଟେରୀ ପ୍ୟାକ ବ୍ୟବହାର କରାଯାଇଛି। ଏହାସହିତ 3kW ପାଓ୍ଵାରର ଇଲେକଟ୍ରିକ ମୋଟରର ମଧ୍ୟ ବ୍ୟବହାର କରାଯାଇଛି। କମ୍ପାନୀର ଦାବି ରହିଛି ଯେ ଏହି ଇଲେକଟ୍ରିକ ମୋଟରସାଇକେଲକୁ ସିଙ୍ଗଲ ଚାର୍ଜିଙ୍ଗରେ ୧୩୦ କିଲୋମିଟର ପର୍ଯ୍ୟନ୍ତ ରାଇଡିଙ୍ଗ ରେଞ୍ଜ୍‌ ମିଳିବ। କମ୍ପାନୀ ଏହାର ସୂଚନା ଦେଇ ଜଣାଇଛି ଯେ କବଳ ୩ ଘଣ୍ଟାରେ ଏହି ଇଲେକଟଅିକ ମୋଟରସାଇକେଲର ବ୍ୟାଟେରୀ ୨୦% ରୁ ୮୦% ପର୍ଯ୍ୟନ୍ତ ଚାର୍ଜ ହୋଇଯିବ। ଏହାର ଟପ୍‌ ସ୍ପିଡ୍‌ ୭୫ କିଲୋମିଟର ପ୍ରତି ଘଣ୍ଟା ରହିଛି।

ଫିଚର୍ସ

Pure EV ecoDryft ଇଲେକଟ୍ରିକ ମୋଟରସାଇକେଲରେ ବହୁତ ଦମଦାର୍‌ ଫିଚର୍ସ ମିଳିବ। କମ୍ପାନୀ ଏହା ଜଣାଇଛି ଯେ ଦେଶର ସବୁଠାରୁ ଶସ୍ତା ଇଲେକଟ୍ରିକ ମୋଟରସାଇକେଲରେ ବ୍ଲୁଟୁଥ କନେକ୍ଟିଭିଟୀ, ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ, ୧୪୦ କିଲୋଗ୍ରାମର ଲୋଡିଙ୍ଗ୍‌ କାପାସିଟୀ, ୩ ରାଇଡିଙ୍ଗ୍‌ ମୋଡସ (ଡ୍ରାଇଭ ମୋଡ,କ୍ରସଓଭର ମୋଡ ଏବଂ ଥ୍ରିଲ ମୋଡ), ସେଣ୍ଟ୍ରାଲ ଲକିଙ୍ଗ୍‌, ଡିଜିଟାଲ ସ୍ପିଡୋମିଟର, ଟ୍ରିପମିଟର, ଓଡୋମିଟର ଏବଂ ଟ୍ୟାକୋମିଟର, LED ହେଡଲାଇଟ ଏବଂ ଟେଲଲାଇଟ ଏବଂ ଆହୁରି ଅନେକ ଦମଦାର ଫିଚର୍ସ ମିଳିବ। ଏହି ସମସ୍ତ ସୂଚନା କମ୍ପାନୀ ନିଜେ ସେୟାର କରି ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.