ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି Force Gurkha, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

ଭାରତୀୟ ସେନା ଟିମରେ ସାମିଲ୍ ହେବ Force Gurkha । ଫୋର୍ସର ଏହି SUV ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ କାମ କରିବ । ପ୍ରତିରକ୍ଷା ବାହିନୀ ବିଶେଷ ଭାବରେ GS 4×4 ମଡେଲର ଡିମାଣ୍ଡ କରିଛନ୍ତି ।

Force Gurkha ର ପ୍ରାଇସ୍ :
Force Gurkha ର ପ୍ରାଇସ୍ ବିଷୟରେ କହିବାକୁ ଗଲେ, ଭାରତୀୟ ବଜାରରେ Force Gurkha ୩ ଏବଂ ୫ ଡୋର୍ ଅପ୍ସନରେ ଉପଲବ୍ଧ । ଏହି ୩ ଡୋର୍ Gurkha SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୬.୭୫ ଲକ୍ଷ ଟଙ୍କା । ସେହିଭଳି ୫-ଡୋର୍ Gurkha SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୮ ଲକ୍ଷ ଟଙ୍କାରୁ ଆରମ୍ଭ ହୁଏ । Force Gurkha ବଜାରରେ Mahindra Thar Roxx ସହିତ ଟକ୍କର କରିବ । ଏହି ଫୋର୍ସ ଗାଡ଼ିଟି ପ୍ରତି ଘଣ୍ଟା ୧୫୦ କିଲୋମିଟର ବେଗରେ ଚଲାଯାଇପାରିବ ।

Force Gurkha ର ପାୱାର :
Force Gurkha ଦୁଇଟି ବଡି ଫର୍ମରେ ବଜାରରେ ଉପଲବ୍ଧ । ଏହି ଗାଡ଼ିଟି ୩-ଡୋର ଏବଂ ୫-ଡୋର୍ ଲେଆଉଟ୍ ସହିତ ଆସିଥାଏ । ଏହି ଦୁଇଡି ମଡେଳର ୨.୬ ଲିଟର ଟର୍ବୋ-ଚାର୍ଜଡ ଇଣ୍ଟର-କୁଲ୍ଡ ଡିଜେଲ୍ ଇଞ୍ଜିନ୍ ଅଛି । ଏହି ଇଞ୍ଜିନଟି ୧,୪୦୦-୨,୬୦୦ rpm ରେ ୧୩୮ bhp ପାୱାର ଏବଂ ୩୨୦ Nm ପିକ୍ ଟର୍କ ଜେନେରେଟ୍ କରେ । ଏହି ଗାଡିରେ ଲାଗିଥିବା ଇଞ୍ଜିନ୍ ସମସ୍ତ ଚାରୋଟି ହୁଇଲକୁ ପାୱାର ଯୋଗାଇଥାଏ । ଏହି ଗାଡ଼ିରେ ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ଲାଗାଯାଇଛି ।

Force Gurkha ର ଫିଚର୍ସ :
ଫୋର୍ସର ଏହି ଅଫ-ରୋଡ୍ SUV ୧୮-ଇଞ୍ଚ ଆଲଏ ହୁଇଳ୍ ସହିତ ଆସିଥାଏ । ଏହି ଗାଡ଼ିରେ ଏକ ୭-ଇଞ୍ଚର ଡିଜିଟାଳ୍ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଅଛି । ଏହା ସହିତ ୯-ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି । ଏହି ଗାଡ଼ିଟି ୨୩୩ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ସହିତ ଆସିଥାଏ ।

ସେଫ୍ଟି ପାଇଁ Force Gurkha ରେ ABS ଏବଂ EBD ସହିତ ଦୁଇଟି ଏୟାରବ୍ୟାଗ୍ ଏବଂ ଟାୟାର ପ୍ରେସର ମନିଟରିଂ ସିଷ୍ଟମ (TMPS) ର ସୁବିଧା ମିଳିଥାଏ । ୫-ଡୋର୍ Gurkha କୁ red, green, white ଏବଂ black ଭଳି ୪ଟି କଲର ଅପ୍ସନରେ କିଣାଯାଇପାରିବ ।