ଭାରତୀୟ ସେନାରେ ୧,୩୫,୮୫୦ ପଦରେ ହେବ ନିଯୁକ୍ତି; ଇଚ୍ଛୁକ ପ୍ରାର୍ଥୀ ଏବେ ଠୁ ହୋଇଯାଆନ୍ତୁ ପ୍ରସ୍ତୁତ

ସେନାରେ ଯୋଗ ଦେଇ ଭାରତ ମାତାର ସୁରକ୍ଷା କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତ ସରକାର ସଶସ୍ତ୍ର ବଳରେ ପାଖାପାଖି ୧.୩ ଲକ୍ଷ ପଦ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ନିକଟରେ କେନ୍ଦ୍ର ସରକାର ଭାରୀତୀୟ ସ୍ଥଳ ସେନା, ଭାରତୀୟ ନୌସେନା ଓ ଭାରତୀୟ ବାୟୁ ସେନାରେ ୧,୩୫,୮୫୦ ଖାଲି ପଦ ପଦବୀକୁ ପୂରଣ କରିବା ବାବଦରେ ଲୋକସଭାରେ ସୂଚନା ଦେଇଛନ୍ତି।

ସେଥିରୁ ୧,୧୬,୪୬୪ ପଦ ଭାରତୀୟ ସେନାରେ, ୧୩,୫୯୭ ପଦ ଭାରତୀୟ ନୌସେନାରେ ଓ ୫୭୮୯ ପଦ ଭାରତୀୟ ବାୟୁ ସେନାରେ ପୂରଣ କରାଯିବ। ଏହି ସଶସ୍ତ୍ର ବଳରେ ଅଧିକାରୀଙ୍କୁ ନାବିକ, ଏୟାରମ୍ୟାନ୍‌ ଆଦି ରୂପେ ନିଯୁକ୍ତି ଦିଆଯିବ।

କେଉଁଠି କେତେ ପଦରେ ହେବ ନିଯୁକ୍ତି:

  • ଏହି ନିଯୁକ୍ତି ପ୍ରକ୍ରିୟାରେ ଇଣ୍ଡିଆନ୍‌ ଆର୍ମିରେ ଅଫିସରଙ୍କ ୭୩୦୮ ପଦ, ଏମ୍‌ଏନ୍‌ଏସ୍‌ ଅଫିସରର ୪୭୧ ପଦ ଓ ଜୁନିୟର କମିଶନ୍‌ଡର ୧,୦୮,୬୮୫ ପଦ ପୂରଣ କରାଯିବ।
  • ସେହିପରି ଭାରତୀୟ ନୌସେନାରେ ଅଫିସର (ମେଡିକାଲ ଓ ଡେଣ୍ଟାଲକୁ ଛାଡ଼ି) ୧୪୪୬ ପଦ ଓ ସେଲରର ୧୨,୧୫୧ ପଦ ପୂରଣ କରାଯିବ।
  • ଅନ୍ୟପଟେ ଇଣ୍ଡିଆନ୍‌ ଏୟାରଫୋର୍ସରେ ଅଫିସରର ୫୭୨ ପଦ ଓ ଏୟାର ମ୍ୟାନ୍‌ର ୫୨୧୭ଟି ପଦ ପୂରଣ କରାଯିବ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ୍‌ କରାଯାଇଥିଲା। ସେଥିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରାଯାଇଛି। ଗୃହ ମନ୍ତ୍ରଣାଳୟର କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସ (CAPF)ଓ ଆସାମ ଲାଇଫଲ୍ସର ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଦେବା ନେଇ ଘୋଷଣା କରିଛନ୍ତି। ଏହା ସହ ମନ୍ତ୍ରଣାଳୟ ପକ୍ଷରୁ ଅଗ୍ନିବୀର ଭାବେ ସେବା ପୂରଣ କରିସାରିଥିବା ଯବାନଙ୍କ ବୟସ ସୀମାରେ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କୁ ଆଧିକ ୩ ବର୍ଷର ରିହାତି ମିଳିବ। ଏହାସହ ଅଗ୍ନି ପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରାଯାଇଛି।

ଏ ସବୁ ପଦରେ ନିଯୁକ୍ତି ପାଇଁ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ପ୍ରାର୍ଥୀ ଚେକ୍‌ କରିପାରିବେ।

Also Read: ସାଢ଼େ ୩ କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ବିଲ୍‌ ଦେଖି ମାଲିକଙ୍କ ହାର୍ଟ ଆଟାକ୍‌, ହସ୍ପିଟାଲରେ ଭର୍ତ୍ତି

Leave A Reply

Your email address will not be published.