ଇଞ୍ଜିନିୟରିଂ ପଢିଥିବା ଯୁବପିଢୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, Indian Army ରେ ନିଯୁକ୍ତି ଜାରି

ଯଦି ଆପଣ ଇଞ୍ଜିନିୟରିଂ ପଡିଛନ୍ତି ତେବେ ଚାକିରି ପାଇଁ ଭାରତୀୟ ସେନା ନେଇଆସିଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସୂଚନା ମୁତାବକ କୌଣସି ଷ୍ଟ୍ରିମ୍‌ ରେ ବିଏ କିମ୍ବା ବିଟେକ୍‌ କରିଥିବା ଯୁବପିଢୀ ଏହି ପଦବୀରେ ନିଯୁକ୍ତି ପାଇଁ joinindianarmy.nic.in ଜରିଆରେ ଆବେଦନ କରିପାରିବେ। ଏହି ନିଯୁକ୍ତି ସର୍ଟ ସର୍ଭିସ କମିଶନ (SSC) ଟେକ୍ନିକାଲ କୋର୍ସ ଜରିଆରେ ଉପଲବ୍ଧ। ଏହି ଚାକିରିରେ ନିଯୁକ୍ତି ପାଇଁ ଉଭୟ ପୁଅ ଏବଂ ଝିଅ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ସର୍ଟ ସର୍ଭିସ୍‌ କମିଶନ (ଟେକ୍ନିକାଲ)-୫୬ ପୁରୁଷ (ଏପ୍ରିଲ ୨୦୨୧ ରୁ କୋର୍ସ ଆରମ୍ଭ)- ୧୭୫ ପଦ

ସର୍ଟ ସର୍ଭିସ୍‌ କମିଶନ (ଟେକ୍ନିକାଲ)-୨୭ ମହିଳା (ଏପ୍ରିଲ ୨୦୨୧ ରୁ କୋର୍ସ ଆରମ୍ଭ)-୧୪ ପଦ

ଜାଣନ୍ତୁ କେଉଁ ଷ୍ଟ୍ରିମ୍‌ ରେ କେତେ ରହିଛି ଭ୍ୟାକେନ୍ସି:

ସିଭିଲ- ପୁରୁଷଙ୍କ ପାଇଁ ୪୯, ମହିଳାଙ୍କ ପାଇଁ ୦୩ ପଦ

ମେକାନିକାଲ୍‌- ୧୫ ପୁରୁଷ , ୦୧ ମହିଳା

ଇଲେକ୍ଟ୍ରିକାଲ, ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ- ୧୬ ପୁରୁଷ, ୦୨ ମହିଳା

କମ୍ପ୍ୟୁଟର ସାଇନ୍ସ, ଆଇଟି- ୪୭ ପୁରୁଷ, ୦୪ ମହିଳା

ଇଲେକ୍ଟ୍ରୋଟିକ୍ସ- ୦୩ କେବଳ ପୁରୁଷ

ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ଆଣ୍ଡ ମାଇକ୍ରୋେଓ୍ଵବ- ୦୩

ଆର୍କିଟେକ୍ଚର- ୦୧ ପୁରୁଷ, ୦୧ ମହିଳା

ବିଲ୍ଡିଂ କଷ୍ଟ୍ରକ୍ସନ ଟେକ୍ନୋଲୋଜି- ୦୧

indian armyଲୟରୋନାଟିକଲ- ୦୫ ପୁରୁଷ, ୦୧ ମହିଳା

ଏଓ୍ଵିୟାନିକ୍ସ- ୦୫

ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଷ୍ଟୁମେଣ୍ଟେସନ୍‌- ୦୫

ଅଟୋମୋବାଇଲ୍‌ ଇଞ୍ଜିନିୟରିଂ- ୦୨ ପଦ

ଇଷ୍ଟୁମେଣ୍ଟେସନ୍‌- ୦୨ ପଦ

ଟେକ୍ସଟାଇଲ-୦୧

ଟ୍ରାନ୍ସପୋର୍ଟେସନ୍‌ ଇଞ୍ଜିନିୟରିଂ-୦୧

ସମୁଦାୟ ପଦ ସଂଖ୍ୟା: ୧୯୧

ଯୋଗ୍ୟତା:

ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ସମ୍ବନ୍ଧିତ ଷ୍ଟ୍ରିମରେ ଇଞ୍ଜିନିୟରିଂରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ ନ୍ୟୁନତମ ୨୦ ଏବଂ ଅଧିକତମ ୨୭ ବର୍ଷ ହୋଇଥିବା ଆବଶ୍ୟକ।

ଏପରି କରନ୍ତୁ ଆବେଦନ:

ଉପରୋକ୍ତ ପଦବୀରେ ନିଯୁକ୍ତି ପାଇଁ ଜଏନ୍‌ ଇଣ୍ଡିଆନ୍‌ ଆର୍ମିର େଓ୍ଵବସାଇଟ୍‌ joinindianarmy,nic.in ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ।

ଚୟନ:

ଏହି ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ଆବେଦନକାରୀଙ୍କୁ ପିଜିକାଲ୍‌ ଏଲିଜିବିଲିଟି ଟେଷ୍ଟ (PET), ଇଣ୍ଟରଭ୍ୟୁ ଏବଂ ମେଡିକାଲ ଏଗଜାମ ଆଧାରରେ ଚୟନ କରାଯିବ।