ଭାରତୀୟ ସେନା ଜାରି କଲା ଅଗ୍ନିବୀର ନିଯୁକ୍ତିର କାର୍ଯ୍ୟସୂଚୀ, ରାଲିର ତାରିଖ ମଧ୍ୟ ଘୋଷିତ

ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତିର କାର୍ଯ୍ୟସୂଚୀ ଜାରି କରିଛି। ଏଥି ସହିତ ନିଯୁକ୍ତି ରାଲିର ତାରିଖ ମଧ୍ୟ ଘୋଷଣା କରାଯାଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindianarmy.nic.in ରେ ପ୍ରକାଶିତ ନିଯୁକ୍ତି ସୂଚୀ ଏବଂ ରାଲିର ତାରିଖ ଯାଞ୍ଚ କରି ପାରିବେ।

ଜାରି କାର୍ଯ୍ୟସୂଚୀ ଅନୁସାରେ, ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜୁଲାଇ ୨୦୨୨ରୁ ଆରମ୍ଭ ହେବ। ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିର୍ଦ୍ଧାରିତ ତାରିଖରୁ ପଞ୍ଜିକରଣ କରି ପାରିବେ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଅଗ୍ନିବୀର ଜେନେରାଲ୍ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ୍, ଅଗ୍ନିବୀର କ୍ଲର୍କ, ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ (ଦଶମ), ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ (ଅଷ୍ଟମ) ଆଦି ପଦଗୁଡ଼ିକରେ ନିଯୁକ୍ତି କରାଯିବ।

ଶିକ୍ଷାଗତ ଯୋଗ୍ୟତା: ଅଗ୍ନିବୀର ଟେକ୍ନିକାଲ୍ ଏବଂ ଅଗ୍ନିବୀର କ୍ଲର୍କ ପଦ ପାଇଁ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସାଇନ୍ସ ଷ୍ଟ୍ରିମରୁ ଦ୍ୱାଦଶ ପାସ୍ ହୋଇଥିବା ବାଧ୍ୟତାମୂଳକ। ସେପଟେ ଅଗ୍ନିବୀର ଟ୍ରେଡ୍ସମ୍ୟାନ୍ (ଦଶମ) ପଦ ପାଇଁ ପ୍ରାର୍ଥୀମାନେ ୧୦ମ ପାସ୍‌ ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ (ଅଷ୍ଟମ) ପଦ ପାଇଁ ୮ମ ପାସ୍ ହୋଇଥିବା ଜରୁରୀ।

ବୟସ ସୀମା: ବିଭିନ୍ନ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୩ ବର୍ଷ ହେବା ଉଚିତ୍।

ଚୟନ ପ୍ରକ୍ରିୟା: ଅଗ୍ନିବୀର ପଦଗୁଡ଼ିକରେ ପ୍ରାର୍ଥୀମାନଙ୍କର ଚୟନ ନିଯୁକ୍ତି ରାଲି, ଡାକ୍ତରୀ ପରୀକ୍ଷା ଏବଂ ଲିଖିତ ପରୀକ୍ଷା ଆଧାରରେ ହେବ। ରାଲିରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କ ଡାକ୍ତରୀ ପରୀକ୍ଷା କରାଯିବ। ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ହେବେ। ଲିଖିତ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ।

ନିଯୁକ୍ତି ରାଲିର ସମ୍ଭାବ୍ୟ ତାରିଖ

ଅମ୍ବାଲା ଜୋନ୍- ୧୨ ଅଗଷ୍ଟ ୨୦୨୨ ରୁ ୧୦ ଡିସେମ୍ବର ୨୦୨୨

ବାଙ୍ଗାଲୋର ଜୋନ୍- ୧୦ ଅଗଷ୍ଟ ୨୦୨୨ ରୁ ୨୨ ଡିସେମ୍ବର ୨୦୨୨

ଚେନ୍ନାଇ ଜୋନ୍- ୧୩ ଅଗଷ୍ଟ ୨୦୨୨ ରୁ ୨୫ ନଭେମ୍ବର ୨୦୨୨

ଦାନାପୁର ଜୋନ୍- ୫ ସେପ୍ଟେମ୍ବର ୨୦୨୨ ରୁ ୨୦ ଡିସେମ୍ବର ୨୦୨୨

ଜବଲପୁର ଜୋନ୍- ୧ ସେପ୍ଟେମ୍ବର ୨୦୨୨ ରୁ ୨୭ ନଭେମ୍ବର ୨୦୨୨

ଜୟପୁର ଜୋନ୍- ୧୩ ଅଗଷ୍ଟ ୨୦୨୨ ରୁ ୧୨ ଡିସେମ୍ବର ୨୦୨୨

ସେପଟେ ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁ ସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକିୟା ବି ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଅନଲାଇନ ପରୀକ୍ଷା ଜୁଲାଇ ୨୪ରେ ଆୟୋଜିତ ହେବ। ଚଳିତ ବର୍ଷ ଡିସେମ୍ବରରୁ ହିଁ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍‌ର ଟ୍ରେନିଂ ଆରମ୍ଭ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.