ଇଣ୍ଡିଆନ ବ୍ୟାଙ୍କରେ ବମ୍ପର ନିଯୁକ୍ତି, ୨୨୦ ସ୍ପେଶାଲିଷ୍ଟ ପଦବୀ ପାଇଁ କେମିତି କରିବେ ଆବେଦନ : ଜାଣନ୍ତୁ

ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ । ୨୨୦ ପଦବୀ ପାଇଁ ହେଉଛି ନିଯୁକ୍ତି । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

ବ୍ୟାଙ୍କରେ ଚାକିରି ଚାହୁଁଥିଲେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି । ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ ।

ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆନ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ indianbank.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୧୬ ଫେବୃଆରୀରୁ ଆରମ୍ଭ ହେଇଛି ।

ପଦବୀ ବିବରଣୀ : ୨୨୦

ସ୍ପେଶାଲିଷ୍ଟ ଅଫିସର ପଦବୀ ଅଧିନରେ ମ୍ୟାନେଜର, ସିନିଅର ମ୍ୟାନେଜର ଏବଂ ଚିଫ ମ୍ୟାନେଜର ଭଳି ପଦବୀରେ ଭର୍ତ୍ତି କରାଯିବ ।

ଜରୁରୀ ତାରିଖ : ଏହି ପଦରେ ଆବେଦନ ପ୍ରକ୍ରିୟା ୧୬ ଫେବୃଆରୀରୁ ଆରମ୍ଭ ହେଇଛି। ଭର୍ତ୍ତି ପ୍ରକ୍ରିୟା ଅଧିନରେ ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରହିବ ।

ଶିକ୍ଷାଗତ ଯୋଗ୍ୟତା : ସ୍ପେଶାଲିଷ୍ଟ ପଦବୀ ଅଧିନରେ ଅନେକ ପଦ ପାଇଁ ପ୍ରାର୍ଥୀ ଆବେଦନ କରିପାରିବେ। ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।

ଆବେଦନ ଶୁଳ୍କ : ଇଣ୍ଡିଆନ ବ୍ୟାଙ୍କ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ସାଧାରଣ ବର୍ଗଙ୍କ ପ୍ରାର୍ଥୀ ୮୦୦ ଟଙ୍କା ଦେବାକୁ ହେବ। ଅନୁସୂଚିତ ଜାତି, ଜନଜାତି, PWD ପ୍ରାର୍ଥୀ ୧୭୫ ଟଙ୍କା ଦେବାକୁ ହେବ । ଆବେଦନ ଶୁଳ୍କ ଅନଲାଇନ ମୋଡ ମାଧ୍ୟମରେ କରିପାରିବେ ପ୍ରାର୍ଥୀ ।

ଚୟନ ପ୍ରକ୍ରିୟା :

ଏହି ପଦବୀ ପାଇଁ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ପରୀକ୍ଷାରେ ଚୟନ ହେବା ପରେ ଇଣ୍ଟରଭ୍ୟୁ କରାଯାଇ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ । ଲିଖିତ ପରୀକ୍ଷା ପାଇଁ ୧୦୦ ମାର୍କ ଏବଂ ଇଣ୍ଟରଭ୍ୟୁ ପାଇଁ ୧୦୦ ମାର୍କ ନିର୍ଦ୍ଧାରିତ କରାଯାଇଛି । ପରୀକ୍ଷା ଅବଧି ୨ ଘଣ୍ଟା ରହିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

indianbank.in

https://www.indianbank.in/wp-content/uploads/2023/02/Detailed-advertisment-for-Recruitment-of-Specialist-Officers-2023.pdf