ଭାରତୀୟ ତଟରକ୍ଷୀ ବାହିନୀରେ ବାହାରିଛି ନିଯୁକ୍ତି, ମାସକୁ ମିଳିବ ୨୫,୫୦୦ ଟଙ୍କା ଦରମା…ତୁରନ୍ତ କରନ୍ତୁ ଅନଲାଇନ ଆବେଦନ

ଭାରତୀୟ ତଟରକ୍ଷୀ (ଆଇସିଜି) ପଶ୍ଚିମାଞ୍ଚଳରେ ଡ୍ରାଇଭର, ଫାୟାରମ୍ୟାନ୍ ଏବଂ ଷ୍ଟୋର କିପର ସମେତ ବିଭିନ୍ନ ବେସାମରିକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସମସ୍ତ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ICG Recruitment 2021 ପାଇଁ ଅଫିସିଆଲ ୱେବସାଇଟ୍ joinindiancoastguard.gov.inର ରୋଜଗାର ସମାଚାରରେ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ଭିତରେ ଅନଲାଇନ ଆବେଦନ କରି ପାରିବେ।

ଏହି ପ୍ରକ୍ରିୟା ମାଧ୍ୟମରେ ଇଞ୍ଜିନ ଡ୍ରାଇଭରର ୫ ପଦ, ସାରଙ୍ଗ ଲସ୍କରର ୨ ପଦ, ଫାୟାର ଇଞ୍ଜିନ ଡ୍ରାଇଭରର ୫ ପଦ, ଫାୟାରମ୍ୟାନର ୫୩ ପଦ, ବେସାମରିକ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭରର ୧୧ ପଦ, ମୋଟର ଟ୍ରାନ୍ସପୋର୍ଟ ଫିଟରର ୫ ପଦ, ଷ୍ଟୋର କିପର ଗ୍ରେଡ-୨ର ୩ ପଦ, ସ୍ପ୍ରେ ପେଣ୍ଟରର ଗୋଟିଏ ପଦରେ ନିଯୁକ୍ତି ଦିଆଯିବ। ସେହିପରି ମୋଟର ଟ୍ରାନ୍ସପୋର୍ଟ ମେକାନିକର ଗୋଟିଏ ପଦ, ଲାସ୍କରର ୫ ପଦ, ମଲ୍ଟି ଟାସ୍କିଂ ଷ୍ଟାଫର ୩ ପଦ ଏବଂ ଅଣକୁଶଳୀ ଶ୍ରମିକର ୨ ପଦ ପାଇଁ ନିଯୁକ୍ତି ଆବେଦନ ଗ୍ରହଣ କରାଯାଇଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ତଟରକ୍ଷୀରେ ଇଞ୍ଜିନ ଡ୍ରାଇଭର ଏବଂ ସାରଙ୍ଗ ଲସ୍କର ପଦରେ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୨୫,୫୦୦ ଟଙ୍କା ବେତନ ପ୍ରଦାନ କରାଯିବ। ଯେତେବେଳେ କି, ଫାୟାରମ୍ୟାନ୍, ବେସାମରିକ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର, ମୋଟର ଟ୍ରାନ୍ସପୋର୍ଟ ଫିଟର, ଷ୍ଟୋର କିପର ଗ୍ରେଡ୍-୨, ସ୍ପ୍ରେ ପେଣ୍ଟର୍ ଏବଂ ମୋଟର ଟ୍ରାନ୍ସପୋର୍ଟ ମେକାନିକ୍ ପଦ ପାଇଁ ପ୍ରତି ମାସରେ ୧୯,୯୦୦ ଟଙ୍କା ପର୍ଯ୍ୟନ୍ତ ବେତନ ଦିଆଯିବ। ସେପଟେ ଲାସ୍କର, ମଲ୍ଟି ଟାସ୍କିଂ ଷ୍ଟାଫ୍ ଏବଂ ଅଣକୁଶଳୀ ଶ୍ରମିକ ପଦ ପାଇଁ ଲେବୁଲ ୧ ଅଧୀନରେ ମାସିକ ୧୮,୦୦୦ ଟଙ୍କା ଦରମା ପ୍ରଦାନ କରାଯିବ।

ସମସ୍ତ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଫର୍ମାଟରେ ନିଜର ଆବେଦନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜକୁ ପୋଷ୍ଟ ମାଧ୍ୟମରେ ସମ୍ବନ୍ଧିତ ୟୁନିଟ୍‌ରେ ସମୟ ସୁଦ୍ଧା ପଠାଇବା ଆବଶ୍ୟକ। ଭାରତୀୟ ତଟରକ୍ଷୀରେ ବିଭିନ୍ନ ପଦରେ ନିଯୁକ୍ତି ଲାଗି ବୟସ ସୀମା ଏବଂ ଶିକ୍ଷାଗତ ଯୋଗ୍ୟତା ସହିତ ଅନ୍ୟାନ୍ୟ ଆବଶ୍ୟକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindiancoastguard.gov.inରେ ଉପଲବ୍ଧ ବିଜ୍ଞପ୍ତି ଯାଞ୍ଚ କରି ପାରିବେ।

ଏହା ବ୍ୟତୀତ ଭାରତୀୟ ତଟରକ୍ଷୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଗ୍ରୁପ୍ ଏ) ପଦଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଆବେଦନ ମାଗିଛି। ଏହି ପ୍ରକ୍ରିୟା ମାଧ୍ୟମରେ ଭାରତୀୟ ତଟରକ୍ଷୀରେ ମୋଟ ୫୦ଟି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସମସ୍ତ ଇଚ୍ଛୁକ ପ୍ରାର୍ଥୀ ICG Group A Recruitment 2021 ପାଇଁ ଅଫିସିଆଲ୍ ୱେବସାଇଟ୍ joinindiancoastguard.gov.inରେ ୧୭ ଡିସେମ୍ବର ସୁଦ୍ଧା ଅନଲାଇନ ଆବେଦନ କରି ପାରିବେ। ଏହି ପଦଗୁଡ଼ିକରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୬ ଡିସେମ୍ବରରୁ ଆରମ୍ଭ ହୋଇ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.