କୋଷ୍ଟ ଗାର୍ଡରେ ୨୫୫ ପଦବୀ ଖାଲି, ୧୨ଶ ପାସ୍ କରିଥିଲେ କରିପାରିବେ ଆବେଦନ
ଇଣ୍ଡିଆ କୋଷ୍ଟ ଗାର୍ଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହା ଅଧିନରେ କୋଷ୍ଟ ଗାର୍ଡରେ ବମ୍ପର ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ୬ ଫେବୃଆରୀରୁ ଆରମ୍ଭ ହୋଇ ୧୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।
ଏହି ଅଭିଯାନରେ ଇଣ୍ଡିଆନ କୋଷ୍ଟ ଗାର୍ଡରେ ୨୫୫ ନାବିକ ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ଅଧିନରେ ନାବିକ (ଜେନେରାଲ ଡ୍ୟୁଟି) ପଦ ପାଇଁ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୨୫୫
ଜରୁରୀ ତାରିଖ : ଆବେଦନ କରିବା ପାଇଁ ପ୍ରକ୍ରିୟା ୬ ଫେବୃଆରୀ ୨୦୨୩ରୁ ଆରମ୍ଭ ହେବ। ଶେଷ ୧୬ ଫେବୃଆରୀ ୨୦୨୩ରେ ହେବ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୨୨ ବର୍ଷ ହେବା ଜରୁରୀ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୨ଶ ପାସ୍ କରିଥିବା ଜରୁରୀ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଭରିବାକୁ ହେବ । ସାମାନ୍ୟ ବର୍ଗ ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ନିଶୁଳ୍କ ଆବେଦନ କରିପାରିବେ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨୧,୭୦୦ ଟଙ୍କା ଦରମା ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପର୍ଯ୍ୟାୟ-୧, ପର୍ଯ୍ୟାୟ-୨, ପର୍ଯ୍ୟାୟ-୩, ପର୍ଯ୍ୟାୟ –୪ ପରୀକ୍ଷା, ମେଡିକାଲ ଯାଞ୍ଚ, ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :