୧୦ରୁ ଆରମ୍ଭ କରି ୫୦୦ ଟଙ୍କା ନୋଟକୁ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ

ଦେଶରେ ଲଗାତାର ଭାବେ ସବୁ ଜିନିଷର ଦରଦାମ ବୃଦ୍ଧି ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଖାଦ୍ୟ ଜିନିଷ ଠୁ ଆରମ୍ଭ ହୋଇ ସବୁକିଛି ର ଦରଦାମ ଆକାଶଛୁଆଁ ହେଲାଣି। ଏମିତିରେ ସାଧାରଣ ଲୋକଙ୍କ ଉପରେ ଏହାର ଖୁବ ବଡ଼ ପ୍ରଭାବ ପଡ଼ୁଛି। କିନ୍ତୁ କଣ ଆପଣ ଜାଣନ୍ତି କି ସମସ୍ତ ସୁବିଧା ପାଇବା ପାଇଁ ଆମେ ଯେଉଁ ଟଙ୍କା ଉପରେ ନିର୍ଭର ରହୁଛୁ ତାକୁ ଛାପିବା ପାଇଁ ବ୍ୟାଙ୍କକୁ କେତେ ଖର୍ଚ୍ଚ କରିବାକୁ ପଡ଼େ? ପ୍ରକୃତରେ ଏହା ପ୍ରଭାବରୁ ଦେଶର ସର୍ବୋଚ୍ଚ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ବାଦ୍‌ ପଡ଼ିନାହିଁ।

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଆରବିଆଇକୁ ମଧ୍ୟ ନୋଟ ଛାପିବାକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ରିପୋର୍ଟ ମୁତାବିକ ଆରବିଆଇକୁ ନୋଟ ଛାପିବା ମହଙ୍ଗା ପଡ଼ୁଛି। ଆରଟିଆଇ ସୂଚନା ମୁତାବିକ ୨୦୦ ଟଙ୍କା ନୋଟ ଛାପିବାକୁ ନେଇ ଅଧିକ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ ଏହା ୫୦୦ ଟଙ୍କା ନୋଟ ଛାପିବା ଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଛି। ଆପଣ ଜାଣନ୍ତି କି ଆମେ ୧ ଟଙ୍କାରୁ ଆରମ୍ଭ ତଦ୍ଦୁର୍ଦ୍ଧ ନୋଟକୁ ଛାପିବା ପାଇଁ କେତେ ଖର୍ଚ୍ଚ ହୋଇଥାଏ?

ଟଙ୍କା ଛାପିବା ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୁଏ?  ସୂଚନା ମୁତାବିକ ୫୦୦ ଟଙ୍କା ଛାପିବା ଠାରୁ ୨୦୦ ଟଙ୍କା ଛାପିବା ପାଇଁ ବେଶି ଟଙ୍କା ଖର୍ଚ୍ଚ ହୁଏ । ଏମିତିରେ ୧୦ ଟଙ୍କା ଛାପିବା ମଧ୍ୟ ୨୦ ଟଙ୍କା ଛାପିବାଠୁ ମହଙ୍ଗା ହୋଇଛି। ଏହାର ପ୍ରକୃତ କାରଣ କାଗଜର ଦାମ ଲଗାତାର ଭାବେ ବୃଦ୍ଧି ପାଇବା। ଏହାବ୍ୟତିତ ଆରବିଆଇ ୨ହଜାର ଟଙ୍କା ନୋଟ ଛାପିବା ମଧ୍ୟ ଏବେ ପ୍ରାୟ ବନ୍ଦ କରିଦେଇଛି।

ଏବେ ଜାଣନ୍ତୁ କେଉଁ ନୋଟ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ:

-ହଜାରଟି ୧୦ଟଙ୍କିଆ ନୋଟ ଛାପିବା ପାଇଁ ୯୬୦ ଟଙ୍କା ଖର୍ଚ୍ଚ ହୋଇଥାଏ।
-ହଜାରଟି ୨୦ ଟଙ୍କିଆ ନୋଟ ଛାପିବା ପାଇଁ ୯୫୦ ଟଙ୍କା ଖର୍ଚ୍ଚ ହୋଇଥାଏ।
-ହଜାରଟି ୫୦ଟଙ୍କିଆ ନୋଟ ଛାପିବା ପାଇଁ ୧୧୩୦ ଟଙ୍କା ଖର୍ଚ୍ଚ ହୁଏ।
-ହଜାରଟି ୧୦୦ ଟଙ୍କିଆ ନୋଟ ଛାପିବା ପାଇଁ ୧୭୭୦ ଟଙ୍କା ଖର୍ଚ୍ଚ ହୋଇଥାଏ।
-ହଜାର ଟି ୨୦୦ ଟଙ୍କିଆ ନୋଟ ଛାପିବା ପାଇଁ ୨୩୭୦ ଟଙ୍କା ଖର୍ଚ୍ଚ ହୁଏ।
-ହଜାରଟି ୫୦୦ ଟଙ୍କିଆ ନୋଟ ଛାପିବା ପାଇଁ ୨୨୯୦ ଟଙ୍କା ଖର୍ଚ୍ଚ ହୋଇଥାଏ।

ମହଙ୍ଗା ଯୁଗରେ ନୋଟ ଛାପିବାକୁ ନେଇ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ସବୁଠୁ ଅଧିକ ପ୍ରଭାବ ୫୦ ଟଙ୍କା ନୋଟକୁ ନେଇ ରହିଛି। ୨୦୨୦-୨୧ ବର୍ଷ ୫୦ ଟଙ୍କା ଛାପିବା ପାଇଁ ୯୨୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୨୧-୨୨ ରେ ୨୩% ବଢ଼ି ୧୧୩୦ ଟଙ୍କା ହୋଇଥିଲା। ଏମିତିରେ ସବୁଠୁକ ମ ପ୍ରଭାବ ୨୦ ଟଙ୍କା ଉପରେ ପଡ଼ିଛି।

Leave A Reply

Your email address will not be published.