ବ୍ୟବସାୟ ଓ ଅର୍ଥନୀତି

ପ୍ରଥମ ଲୋକାଲ ରେଲୱେ ମୋବାଇଲ୍ ଆପ୍ “YATRI APP”

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବାହାର କରାଗଲା ନୂଆ ଆପ । ଯାହାର ନାଁ ରହିଛି ଯାତ୍ରୀ ଆପ । କେନ୍ଦ୍ରୀୟ ରେଳବାଇ ଦ୍ୱାରା ବିକଶିତ ହୋଇଥିବା ଯାତ୍ରୀ ଆପ୍ ଆଜିକାଲି ବେଶୀ ଉପଯୋଗ ହେଉଛି । ଏହା ହେଉଛି ପ୍ରଥମ ଅଫିସିଆଲ୍ ଲୋକାଲ ରେଲୱେ ମୋବାଇଲ୍ ଆପ୍। ଯିଏ ଲୋକାଲ ଟ୍ରେନ ର ନିୟମିତ ସମୟ ଏବଂ ଲାଇଭ୍ ଅପଡେଟ୍ ଦେଖାଇଥାଏ।

ଯାତ୍ରୀ ଆପ୍ କେନ୍ଦ୍ରୀୟ ରେଳବାଇ ଅର୍ଥାତ ମୁମ୍ବାଇରେ ବହୁତ ସହାୟକ ହେଉଛି। ଏହି ଆପ୍ ବର୍ଷା ଋତୁ ସମୟରେ ଜାତୀୟ ପରିବହନକାରୀ ଟ୍ରେନ ର ଚଳାଚଳକୁ ନିୟନ୍ତ୍ରଣ କରିଥାଏ। କେଉଁ ଟ୍ରେନ୍ ବିଳମ୍ବରେ ଚାଲୁଛି, କେଉଁ ଟ୍ରେନ ବାତିଲ୍ ହୋଇଛି, କାହାର ମାର୍ଗ ବଦଳାଇ ଦିଆଯାଇଛି ସେ ସମ୍ପର୍କିତ ତଥ୍ୟ ଏହି ଆପ ରୁ ମିଳିଥାଏ । ଏଭଳି ପରିସ୍ଥିତିରେ ଏହା ଦୈନିକ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହେଉଛି ।

ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଜୋନାଲ ରେଳବାଇ YATRI App ଲଞ୍ଚ କରିଛି। ଏହି ଆପ୍ ମାଧ୍ୟମରେ ଯାତ୍ରୀ ସେମାନଙ୍କର ଯାତ୍ରା ପାଇଁ ଆଗୁଆ ଯୋଜନା କରିପାରିବେ। ଏପରିକି ରେଳ ଷ୍ଟେସନ ଠାରେ ହେଉଥିବା ଅତ୍ୟଧିକ ଗହଳିରୁ ରକ୍ଷା ପାଇପାରିବେ। ଯାତ୍ରୀ ଆପ୍ ରେଳବାଇର ସମସ୍ତ ଖବର, ସୂଚନା ଏବଂ ଘୋଷଣାକୁ ସିଧାସଳଖ ସଂଗ୍ରହ କରିଥାଏ। ଯାହା ରେଳଯାତ୍ରୀଙ୍କ ପାଇଁ ବେଶ ସହାୟକ ହୋଇଥାଏ ।

କ’ଣ ମିଳେ ସୁବିଧା ଜାଣନ୍ତୁ :

– ଲାଇଭ୍ ଟ୍ରେନ୍ ଅପଡେଟ୍
– ଅଲଗା ଟ୍ରେନ୍
– ସରକାରୀ ଘୋଷଣା
-ସ୍ମାର୍ଟ ଯାତ୍ରା ପ୍ଲାନିଂ
-ଶୀଘ୍ର ଟ୍ରେନ୍ ଖୋଜିବା ପାଇଁ ଅପସନ
-ମେଟ୍ରୋ, ବସ୍ ବିଷୟରେ ସୂଚନା

କିପରି ଡାଉନଲୋଡ୍ କରିବେ ଯାତ୍ରୀ ଆପ୍?

ମୋବାଇଲ୍ ଫୋନ ମାଧ୍ୟମରେ ମୌସୁମୀ ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଜୋନାଲ ରେଳବାଇ ରେଳଯାତ୍ରୀଙ୍କୁ ଯାତ୍ରୀ ଆପ୍ ଡାଉନଲୋଡ୍ କରିବାକୁ କହିଛି। ଯାତ୍ରୀ ଆପ୍ ଡାଉନଲୋଡ୍ କରିବାକୁ ଯାତ୍ରୀ କେବଳ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ ଯିବାକୁ ହେବ। ଏହାପରେ ଆପ ଖୋଜିବାକୁ ହେବ। ଏହା ପରେ ଯାତ୍ରୀ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ।

D Sonali

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

57 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago