୨ କୋଟି ଟଙ୍କା ଜିତିବାର ସୁଯୋଗ ଦେଉଛି ଏହି ସରକାରୀ କମ୍ପାନୀ, କେବଳ ଏପରି କରନ୍ତୁ

ଯଦି ଆପଣ ଶୀଘ୍ର କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଏକ ବଡ଼ ସୁଯୋଗ ଅଛି । ବାସ୍ତବରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଦ୍ରୁତ ଗତିରେ ବଢୁଥିବା ମଧ୍ୟରେ ଇଣ୍ଡିଆନ ଅଏଲ କମ୍ପାନୀ ଗ୍ରାହକଙ୍କୁ ୨ କୋଟି ଟଙ୍କା ଜିତିବାର ସୁଯୋଗ ଦେଉଛି । କମ୍ପାନୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି । କମ୍ପାନୀ ଦ୍ୱାରା ଏକ ସ୍ପେଶାଲ ଅଫର ପରିଚାଳିତ ହେଉଛି, ଯାହାର ନାମ ହେଉଛି- ‘ଡିଜେଲ ଭାରୋ, ଇନାମ ଜିତୋ’। ଏହି ଅଫର ଜିତି ଆପଣ କୋଟିପତି ହୋଇପାରିବେ । ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଏହି ଅଫରର ଲାଭ ଉଠାଇ ପାରିବେ ।

କ’ଣ ଏହି Indian Oil ର ଅଫର?

‘ଡିଜେଲ ଭାରୋ, ଇନାମ ଜିତୋ’ ଅଫରର ଏକ ଅଂଶ ହେବାକୁ ହେଲେ ଆପଣଙ୍କୁ ଇଣ୍ଡିଆନ ଅଏଲର ଯେକୌଣସି ରିଟେଲ ଆଉଟଲେଟରେ ଅତି କମରେ ୨୫ ଲିଟର ଡିଜେଲ କିମ୍ବା ଏହାଠୁ ଅଧିକ କିଣିବାକୁ ପଡିବ । ସର୍ତ୍ତ ହେଉଛି ଏହାକୁ ଗୋଟିଏ ବିଲରେ କିଣିବାକୁ ପଡିବ । ଅର୍ଥାତ୍ ଗୋଟିଏ ଥରରେ ଆପଣଙ୍କୁ ୨୫ ଲିଟର ଡିଜେଲ କିଣିବାକୁ ପଡିବ । ଏଥିପାଇଁ ଅଲଗା ବିଲ୍ କରିବା ଉଚିତ୍ ନୁହେଁ ।

କିପରି ଜିତି ପାରିବେ ୨ କୋଟି?

୨୫ ଲିଟର କିମ୍ବା ଅଧିକ ଡିଜେଲ କିଣିବା ପରେ ଆପଣଙ୍କୁ ଏକ ସିଙ୍ଗିଲ ପ୍ରିପେଡ଼ ବିଲ୍ ମିଳିବ ଓ ଏଥିରେ ଏକ ବିଲ୍ ନମ୍ବର ଓ ଡିଲର କୋଡ୍ ଲେଖାଥିବ । ଏହି କୋଡକୁ ଆପଣଙ୍କୁ ୭୭୯୯୦୩୩୩୩୩ ନମ୍ବରରେ SMS ପଠାଇବାକୁ ପଡିବ ।

କିପରି ପଠାଇବେ SMS?

SMS ପଠାଇବାକୁ ପ୍ରଥମେ ଆପଣଙ୍କୁ ଡିଲର କୋଡ୍ ଟାଇପ୍ କରନ୍ତୁ । ଏହାପରେ ଆପଣ ସ୍ପେସ୍ ଦେଇ ତାପରେ ବିଲ୍ ନମ୍ବର ଟାଇପ୍ କରନ୍ତୁ । ତା’ପରେ ସ୍ପେସ୍ ଦେଇ ବିଲ୍ ପରିମାଣ ଟାଇପ୍ କରନ୍ତୁ ଓ ୭୭୯୯୦୩୩୩୩୩ କୁ ନମ୍ବର ପଠାଇ ଦିଅନ୍ତୁ ।

ଏଠାରେ ଦେଖନ୍ତୁ ପ୍ରୋସେସ

ଡିଲର କୋଡ୍ <ସ୍ପେସ୍> ବିଲ୍ ନମ୍ବର <ସ୍ପେସ୍> କ୍ୱାଣ୍ଟିଟି ଲେଖି ଏହାକୁ ୭୭୯୯୦୩୩୩୩୩ ନମ୍ବରରେ ପଠାନ୍ତୁ ।ଏହି ସେବା BSNL/ VI / AIRTEL / JIO ସହିତ ସମସ୍ତ ଉପଭୋକ୍ତାଙ୍କ ପାଇଁ ଏହି SMS ସୁବିଧା ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.