ଭାରତୀୟ ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି , ଏପରି କରିବେ ଆବେଦନ

ଇଣ୍ଡିଆନ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ହରିୟାଣା, ମୁମ୍ବାଇ ଏବଂ ୟୁପିରେ ଡ୍ରାଇଭର ଓ ଗ୍ରାମୀଣ ଡାକ ସେବକ ଆଦି ପଦବୀରେ ନିଯୁକ୍ତି ନେଇ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବେରୋଜଗାରୀଙ୍କ ପାଇଁ ଆସିଛି ସୁଯୋଗ । ତେବେ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀମାନେ ସର୍ତ୍ତାବଳୀ ଅନୁସାରେ ଆବେଦନ କରିପାରିବେ ।

ହରିୟାଣାରେ ଡାକ ସେବକ ପାଇଁ ୬୮୨ଟି ପଦବୀର ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ମୁମ୍ବାଇରେ ୧୫ଟି ପଦବୀରେ, ଓ ୟୁପିରେ କାର ଡ୍ରାଇଭର ପାଇଁ ୧୯ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀଙ୍କର ଶିକ୍ଷାଗତା ଯୋଗ୍ୟତା ଦଶମ ପାସ୍ ରହିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ବାବଦକୁ ୧୦୦ ଟଙ୍କା , ଯାହାକି ସମସ୍ତ ମହିଳା, ଅନୁସୂଚିତ ଜାତି ବା ଜନଜାତି ଏବଂ ପିଏଚ ଆଶୟୀ ପ୍ରାର୍ଥୀଙ୍କ ପାଇଁ  ଆବେଦନ ମାଗଣା ରହିବ ।

postଯଦି ଆପଣ ଏଥିପାଇଁ ଅନଲାଇନ ଆବେଦନ କରିବାକୁ ଚାହୁଁଛନ୍ତି ତେବେwww.indiapost.gov.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୦ ବର୍ଷ ରଖାଯାଇଥିବା ବେଳେ ସର୍ବନିମ୍ନ ୧୮ ବର୍ଷ ବୟସ ସ୍ଥିର କରାଯାଇଛି । ସେହିପରି ଡ୍ରାଇଭର ପାଇଁ ଆବେଦନ କରିଥିବା ବ୍ୟକ୍ତି ବିଶେଷଙ୍କ ନିକଟରେ ବୈଧ ଥିବା ଡ୍ରାଇଭିଂ ଲାଇସେନ୍ସ ଥିବା ନିହାତି ଆବଶ୍ୟକ ।

You might also like