୮ମ ପାସ୍‌ କରିଥିଲେ ଭାରତୀୟ ଡାକରେ ତୁରନ୍ତ କରନ୍ତୁ ଆବେଦନ, ମିଳିବ ମାସକୁ ୧୯ ହଜାର ଦରମା

ଭାରତୀୟ ଡାକରେ ଚାକିରି ଖୋଜୁଥିବା ଯୁବପିଢି ପାଇଁ ଖୁସି ଖବର। ଭାରତୀୟ ଡାକ ବିଭାଗରେ ମେକାନିକ, ଇଲେକ୍ଟ୍ରିସିଆନ, ଟାଏରମ୍ୟାନ, କମାର ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ indiapost.gov.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୯ ମଇ ରହିଛି।

ପଦବୀ ବିବରଣୀ :

କୁଶଳୀ କାରିଗର: ୯
ମେକାନିକ: ୫
ଇଲେକ୍ଟ୍ରିସିଆନ : ୨
ଟାଏରମ୍ୟାନ: ୧
କମାର: ୧

ଶିକ୍ଷାଗତ ଯୋଗ୍ୟତା: ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ କୌଣସି ସଂସ୍ଥାରେ ସମ୍ବନ୍ଧିତ ଟ୍ରେଡରେ ସାର୍ଟିଫିକେଟ ସହିତ ବର୍ଷର ଅନୁଭବ ଏବଂ ୮ମ ଶ୍ରେଣୀ ପାସ୍‌ କରିଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ହେବ। ଜରୁରୀ।

ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଦରମା ମାସକୁ ୧୯,୯୦୦ ଟଙ୍କାରୁ ଆରମ୍ଭ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ସ୍କିଲ ଟେଷ୍ଟ ଏପଂ ପରୀକ୍ଷା ଆଧାରରେ କରାଯିବ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟରେ ଅଫଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଠିକଣା :

ସିନିଅର ମ୍ୟାନେଜର(ଜିଏଜି), ମେଲ ମୋଟର ସର୍ଭିସ, ୧୩୪-ଏ, ସୁଦାମ କାଲୁ ଓହିର ମାର୍ଗ, ଓର୍ଲି, ମୁମ୍ବାଇ-୪୦୦୦୧୮

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.indiapost.gov.in/VAS/Pages/Recruitment/IP_25032022_Eng_MMS.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.