ବ୍ୟବସାୟ ଓ ଅର୍ଥନୀତି

ଟ୍ରେନରେ ଦୂର ସ୍ଥାନକୁ ଯିବା ସମୟରେ ନିଜ ଗାଡ଼ିକୁ ଏପରି କରନ୍ତୁ ଟ୍ରାନ୍ସପୋର୍ଟ

ଲୋକଙ୍କୁ ପଢ଼ିବା କିମ୍ବା କାମ କରିବା ଉଦ୍ଦେଶ୍ୟରେ ଯେତେବେଳେ ଦୂର ସ୍ଥାନକୁ ଯିବାକୁ ପଡେ ସେତେବେଳେ ପ୍ରାୟ ସମସ୍ତେ ଟ୍ରେନ ଉପରେ ନିର୍ଭର କରିଥାନ୍ତି। ଏମିତିରେ ଅନେକ ଲୋକ ଦୂର ସ୍ଥାନକୁ ଯିବା ଚକ୍କରରେ ସେମାନେ ନିଜ ବାଇକ କିମ୍ବା ସ୍କୁଟରକୁ ସାଥିରେ ନେଇକି ଯାଇପାରନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତୀୟ ରେଳ ବିଭାଗର ଏମିତି ଏକ ନିୟମ ସମ୍ପର୍କରେ କହିବୁ ଯାହା ସାହାଯ୍ୟରେ ଆପଣ ନିଜ ସହ ନିଜ ଗାଡ଼ିକୁ ମଧ୍ୟ ଟ୍ରେନରେ ନେଇ ଯାତ୍ରା କରିପାରିବେ।

ଜାଣି ରଖନ୍ତୁ ଯେ ଟ୍ରେନରେ ଜିନିଷ କୋରିଅର କରିବାର ଦୁଇଟି ପ୍ରକ୍ରିୟା ରହିଛି। ପ୍ରଥମ ତ ଜିନିଷକୁ ଲଗେଜ କିମ୍ବା ପାର୍ସଲ ରୂପରେ.. ଲଗେଜ ମାନେ ହେଉଛି ଜିନିଷକୁ ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ସାଙ୍ଗରେ ନେଇ ଯାଇପାରିବେ। କିନ୍ତୁ ଏହି ସମୟରେ ମଧ୍ୟ କିଛି ଲିମିଟ ପର୍ଯ୍ୟନ୍ତ ଆପଣ ନିଜ ଜିନିଷ ନେଇପାରିବେ। ଆଉ ପାର୍ସଲର ଅର୍ଥ ହେଉଛି ଆପଣ ନିଜ ଜିନିଷକୁ ନିଜ ମନ ପସନ୍ଦ ସ୍ଥାନକୁ ପଠାଉଛନ୍ତି। କିନ୍ତୁ ଏହାସହ ଯାତ୍ରା କରୁନାହାଁନ୍ତି ।

ଯଦି ଆପଣ ନିଜ ବାଇକକୁ ପାର୍ସଲ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପାଖ ରେଳ ଷ୍ଟେସନକୁ ଯିବାକୁ ପଡ଼ିବ। ଷ୍ଟେସନର ପାର୍ସଲ କାଉଣ୍ଟରକୁ ଯାଆନ୍ତୁ। ଯେଉଁଠାରେ ଆପଣଙ୍କୁ ଏହା ସମ୍ପର୍କତ ସମସ୍ତ ତଥ୍ୟ ଭରିବାକୁ ହେବ। ବାଇକ ପଠାଇବା ପୂର୍ବରୁ ଆପଣଙ୍କୁ କିଛି ଡକ୍ୟୁମେଣ୍ଟସ୍‌ ସବମିଟ୍‌ କରିବାକୁ ହେବ। ଜରୁରୀ ଡକ୍ୟୁମେଣ୍ଟର ଅରିଜିନାଲ କପି ଓ ଫଟୋ କପିକୁ ସାଙ୍ଗରେ ନିଅନ୍ତୁ। ଏହାପରେ ବାଇକ ନେବା ପୂର୍ବରୁ ପେଟ୍ରୋଲକୁ ଯାଞ୍ଚ କରାଯିବ।

ଯେଉଁଦିନ ଆପଣ ନିଜ ବାଇକକୁ ପଠାଉଛନ୍ତି ଏହାର ଅତିକମରେ ଗୋଟିଏ ଦିନ ପୂର୍ବରୁ ବୁକିଂ କରନ୍ତୁ। ବାଇକର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ବୀମା କାଗଜକୁ ସାଥିରେ ନିଅନ୍ତୁ। ଆପଣଙ୍କ ଆଇଡି କାର୍ଡ ଯେମିତିକି ଆଧାର , ଡ୍ରାଇଭିଂ ଲାଇସେନ୍ସ କାର୍ଡ ସାଙ୍ଗରେ ନିଅନ୍ତୁ। ବାଇକୁ ଭଲ ଭାବେ ପ୍ୟାକ କରନ୍ତୁ। ଖାସ କରି ଏହାର ହେଡଲାଇଟ। ମନେ ରଖନ୍ତୁ ଏଥିରେ ପେଟ୍ରୋଲ ରଖନ୍ତୁ ନାହିଁ। ଗାଡ଼ିରେ ଯଦି ପେଟ୍ରୋଲ ଥିବ ତେବେ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ।

ଦର୍ଶକବନ୍ଧୁ ଯଦି ଏପରି ଆପଣ କରୁଛନ୍ତି ତେବେ ଆପଣଙ୍କୁ ଜିନିଷର ଓଜନ ସହ ସ୍ଥାନର ଦୂରତା ହିସାବରେ ଭଡ଼ା ଦେବାକୁ ହେବ। ବାଇକ ଟ୍ରାନ୍ସପୋର୍ଟ କରିବା ପାଇଁ ଏହା ସବୁଠୁ ଭଲ ମାଧ୍ୟମ। ୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ବାଇକ ପଠାଇବା ପାଇଁ ଭଡ଼ା ୧୨୦୦ ଟଙ୍କା ହୋଇଥାଏ। ଏହାସହ ବାଇକର ପ୍ୟାକିଂ ଭଡ଼ା ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ।

ତେବେ ଟ୍ରେନରେ ବାଇକ ପଠାଇବା ପାଇଁ ଚାହୁଁଥିଲେ ଜରୁରୀ ନୁହେଁ ଯେ ସେହି ବାଇକ ଆପଣଙ୍କର ହିଁ ହୋଇଥିବ; କିନ୍ତୁ ବାଇକର ସବୁ ଡକ୍ୟୁମେଣ୍ଟ ଆପଣଙ୍କ ପାଖେ ଥିବା ଜରୁରୀ। ଧ୍ୟାନ ରଖନ୍ତୁ ଯେ ପାର୍ସଲର ବୁକିଂ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହୋଇଥାଏ।ଆଉ ଲଗେଜର ବୁକିଂ ଯେକୌଣସି ସମୟରେ ଆପଣ କରିପାରିବେ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago